Below header

ଆଜି ୧୨ଟି ରାଶିର ଭାଗ୍ୟଫଳ ଜାଣନ୍ତୁ

ଆଜି ଆପଣଙ୍କ କ୍ୟାରିୟରରେ ଉନ୍ନତି ହେବ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ, ପରିବାରର ସମର୍ଥନ ପାଇବେ। ଏକ ବଡ଼ କମ୍ପାନୀ ସହିତ ପାର୍ଟନରଶିପ୍‌ କରିବାକୁ ସୁଯୋଗ ପାଇବେ। ଜୀବନସାଥୀ ଖୁସି ରହିବେ।

ମେଷ: ଆଜିର ଦିନ ଆପଣଙ୍କ ପାଇଁ ଭଲ। କ୍ୟାରିୟରରେ ଉନ୍ନତି ହେବ। ନୂଆ ବ୍ୟବସାୟ କରିବାକୁ ଚାହୁଁଥିଲେ, ପରିବାରର ସମର୍ଥନ ପାଇବେ।

ବୃଷ: ବଡ଼ କମ୍ପାନୀ ସହିତ ପାର୍ଟନରଶିପ୍‌ କରିବାକୁ ସୁଯୋଗ ପାଇବେ। ଜୀବନସାଥୀ ଖୁସି ରହିବେ। ଘରର ପରିବେଶ ସୁଖଦ ରହିବ।

ମିଥୁନ: ପିଲାମାନେ ପାଠପଢ଼ାରୁ ବିଚ୍ୟୁତ ହୋଇପାରନ୍ତି। ଶିକ୍ଷା କ୍ଷେତ୍ର ସହ ଜଡ଼ିତ ଲୋକେ କିଛି ନୂଆ ଶିଖିବାକୁ ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: କୌଣସି ଅଜଣା ବ୍ୟକ୍ତିଙ୍କୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ଅନ୍ୟମାନଙ୍କ କଥାରେ ମତାମତ ଦିଅନ୍ତୁ ନାହିଁ। ଛାତ୍ରମାନେ ଅଧିକ ପରିଶ୍ରମ କରିବେ।

ସିଂହ: ଆପଣ ଆଜି ନିଜକୁ ଆର୍ଥିକ ରୂପେ ଶକ୍ତିଶାଳୀ କରିବେ। ଆଣ୍ଠୁ ସମସ୍ୟାରୁ ମୁକ୍ତି ପାଇବେ। ବିବାହରେ ଆସୁଥିବା ବାଧା ଦୂର ହେବ।

କନ୍ୟା: ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ସାମାଜିକ କାର୍ଯ୍ୟରେ ଭାଗନେବେ। କେହି ସମ୍ପର୍କୀୟ ଆପଣଙ୍କୁ ଭେଟିବାକୁ ଘରକୁ ଆସିବେ।

ତୁଳା: ଜରୁରୀ କାର୍ଯ୍ୟ ଯୋଗୁ ଆପଣଙ୍କୁ ଅଫିସରେ କିଛି ସମୟ ରହିବାକୁ ପଡିପାରେ। ଆଇଟି ଛାତ୍ରମାନେ ଚାକିରି ଅଫର ପାଇବେ।

ବିଛା: ଆଜି ଆପଣଙ୍କ ଦିନ ଭଲ ରହିବ। ଛୋଟ ଛୋଟ କଥାରେ ଖୁସି ଖୋଜିବାକୁ ଚେଷ୍ଟା କରିବେ। ବିରୋଧୀ ବନ୍ଧୁତ୍ୱର ହାତ ବଢ଼ାଇବେ।

ଧନୁ: ଦୋକାନୀମାନେ ଆଶାଠାରୁ ଅଧିକ ଲାଭ କରିବେ। ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳ ହେବେ। ଭାଗ୍ୟ ସାଥ୍‌ ଦେବ।

ମକର: ଆଜି କାର୍ଯ୍ୟରେ ସଫଳତା ମିଳିବ। ଅତ୍ୟଧିକ ଭାବପ୍ରବଣ ହେବାଠାରୁ ଦୂରେଇ ରୁହନ୍ତୁ। ଜୀବନସାଥୀ ବୁଝିବାକୁ ଚେଷ୍ଟା କରିବେ।

କୁମ୍ଭ: ଦିନଟି ବହୁତ ଭଲ। ଆପଣ ନିଜ ପାଇଁ ଗର୍ବ ଅନୁଭବ କରିବେ। ଜୀବନସାଥୀଙ୍କଠାରୁ ଭଲ ଖବର ମିଳିବ। ଜୀବନରେ ଖୁସି ଭରିବ।

ମୀନ: ଆର୍ଥିକ ସମସ୍ୟାର ସମାଧାନ ପାଇବେ। ଜଣେ ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବେ। ସନ୍ଧ୍ୟାରେ ପରିବାର ସହିତ ସମୟ ବିତାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.