ଓଡ଼ିଶାରେ ରାଷ୍ଟ୍ରପତି: ଆଜି କଟକ ଚଣ୍ଡୀ ମନ୍ଦିରର ପୂଜାର୍ଚ୍ଚନା ସହ ମାଙ୍କ ଆଶୀର୍ବାଦ ନେବେ ମହାମହିମ

ତିନି ଦିନିଆ ଗସ୍ତରେ ଆସିଛନ୍ତି ମହାମହିମ । ଆଜି କଟକରେ ଦିନବ୍ୟାପୀ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି । ସକାଳ ୮ଟାରେ ରାଜଭବନ ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ପ୍ରଥମେ କଟକ ଚଣ୍ଡୀ ମନ୍ଦିର ଯିବେ । ସାଢ଼େ ୯ଟାରୁ ୯ଟା ୪୫ ଯାଏ ଚଣ୍ଡୀମନ୍ଦିରରେ ପୂଜାର୍ଚ୍ଚନା ସହ ମାଆଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି ।

କଟକ / ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନିଆ ଗସ୍ତରେ ଆସିଛନ୍ତି ମହାମହିମ । ଆଜି କଟକରେ ଦିନବ୍ୟାପୀ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି । ସକାଳ ୮ଟାରେ ରାଜଭବନ ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ପ୍ରଥମେ କଟକ ଚଣ୍ଡୀ ମନ୍ଦିର ଯିବେ । ସାଢ଼େ ୯ଟାରୁ ୯ଟା ୪୫ ଯାଏ ଚଣ୍ଡୀମନ୍ଦିରରେ ପୂଜାର୍ଚ୍ଚନା ସହ ମାଆଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି । ପରେ ମଧୁସୂଦନ ସଂଗ୍ରହାଳୟ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ମଧୁବାବୁ ଓ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।

ଏହାପରେ ହାଇକୋର୍ଟର ୭୫ତମ ପୂର୍ତ୍ତି ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ଦିବସରେ କଣ କହିବେ ରାଷ୍ଟ୍ରପତି ତା ଉପରେ ରହିଛି ସମସ୍ତଙ୍କ ନଜର । ୨୦୨୨ ନଭେମ୍ବର ୨୨ରେ ସୁପ୍ରିମ କୋର୍ଟରେ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଇ ଅଦାଲତଗୁଡ଼ିକରେ ମକଦ୍ଦମା ଗୁଡ଼ିକରେ ଅତ୍ୟଧିକ ଆର୍ଥିକ ବୋଝ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ବ୍ୟବସ୍ଥାପିକାକୁ ଏନେଇ ମିଳିତ ଭାବେ କାର୍ଯ୍ୟ କରି ଲୋକଙ୍କ ଦୁର୍ଦ୍ଦର୍ଶା କମ କରିବାକୁ ପ୍ରସ୍ତାବ ଦେଇଥିଲେ ।

ଆଜି କଣ କହିବେ ତାଉପରେ ନଜର ରହିଛି । ଓଡ଼ିଶା ହାଇକୋର୍ଟର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଏହାସହ ଏସସିବି ମେଡିକାଲ କଲେଜ ଓ ହସ୍‌ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଟକରେ ନିୟୋଜିତ ହେବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ । କଟକ କାର୍ଯ୍ୟକ୍ରମ ଶେଷ କରି ଭୁବନେଶ୍ୱର ରାଜଭବନ ଫେରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ଭୁବନେଶ୍ୱରରେ ଦଶବାଟିଆ ଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍‌ କଂପ୍ଲେକ୍ସର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ସେଦିନ ସଂଧ୍ୟାରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ପୁଣି ନୂଆଦିଲ୍ଲୀ ଫେରିଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.