SUV ବନେଟ୍ ଉପରେ ବସି ରିଲ୍ସ କରୁଥିଲେ ଯୁବତୀ, ପୋଲିସ ଜବତ କରିନେଲା ଗାଡ଼ି; ଭିଡିଓ ଭାଇରାଲ
ଚଳନ୍ତା ଗାଡ଼ିରେ ଇନ୍ଷ୍ଟାଗ୍ରାମ ରିଲ୍ସ। ଗାଡ଼ି ଚାଲୁଥିବା ବେଳେ ଇନ୍ଷ୍ଟାଗ୍ରାମ ରିଲ୍ସ କରି ଫସିଛନ୍ତି ଜଣେ ୨୫ ବର୍ଷୀୟା ଯୁବତୀ। ପଞ୍ଜାବର ହୋସିୟାରପୁରରେ ଏହି ଘଟଣା ଘଟିଛି।
ଚଳନ୍ତା ଗାଡ଼ିରେ ଇନ୍ଷ୍ଟାଗ୍ରାମ ରିଲ୍ସ। ଗାଡ଼ି ଚାଲୁଥିବା ବେଳେ ଇନ୍ଷ୍ଟାଗ୍ରାମ ରିଲ୍ସ କରି ଫସିଛନ୍ତି ଜଣେ ୨୫ ବର୍ଷୀୟା ଯୁବତୀ। ପଞ୍ଜାବର ହୋସିୟାରପୁରରେ ଏହି ଘଟଣା ଘଟିଛି। ଯୁବତୀ ଜଣକ ଏକ ଚଳନ୍ତା ଏସ୍ୟୁଭିର ବନେଟ୍ ଉପରେ ବସି ଇନ୍ଷ୍ଟାଗ୍ରାମ ରିଲ୍ସ କରୁଥିଲେ।
ଯୁବତୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ହୋସିୟାରପୁର ପୋଲିସ ଯାତାୟାତ ନିୟମ ଉଲ୍ଲଂଘନ ଅଭିଯୋଗରେ ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ପୋଲିସ କାର୍ ନମ୍ବରରୁ ଗାଡ଼ି ମାଲିକଙ୍କୁ ଚିହ୍ନଟ କରି ଗାଡ଼ିଟିକୁ ଜବତ କରିଛି। ଏଥି ସହିତ ପୋଲିସ ଯୁବତୀ ଏବଂ ଏସ୍ୟୁଭିରେ ଥିବା ଅନ୍ୟମାନଙ୍କୁ ଭବିଷ୍ୟତରେ ଏପରି ନ କରିବାକୁ ଚେତାବନୀ ମଧ୍ୟ ଦେଇଛି। ତେବେ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ହୋସିୟାରପୁର ପୋଲିସ ଟ୍ଵିଟ୍ କରି କହିଛି ଯେ ଦସୁହାରେ ଥର୍ ଗାଡ଼ି ବନେଟ୍ ଉପରେ ବସି ଯାତାୟାତ ନିୟମ ଉଲ୍ଲଂଘନ କରିବା ନେଇ ସୋସିଆଲ ମିଡିଆ ମାଧ୍ୟମରୁ ସୂଚନା ମିଳିଥିଲା। ଏହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଗାଡ଼ିଟିକୁ ଜବତ କରାଯାଇଛି। ଏହା ସହିତ ଭବିଷ୍ୟତରେ ଏପରି ନ କରିବାକୁ ଚେତାବନୀ ଦିଆଯାଇଛି।
ଟ୍ଵିଟ୍ରେ କୁହାଯାଇଛି କି, ପଞ୍ଜାବ ପୋଲିସ ସବୁବେଳେ ଆପଣଙ୍କ ସେବାରେ ଅଛି। ସମସ୍ତ ନାଗରିକଙ୍କୁ ଅପିଲ୍ କରୁଛୁ, ସେମାନେ ନିଜ କର୍ତ୍ତବ୍ୟକୁ ସୂଚାରୁ ରୂପେ ପାଳନ କରିବାରେ ପୋଲିସକୁ ସହଯୋଗ କରନ୍ତୁ। ଘଟଣାଟି ଦସୁହା ନିକଟସ୍ଥ ଜଳନ୍ଧର-ଜମ୍ମୁ ଜାତୀୟ ରାଜପଥର ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।
ਹੁਸ਼ਿਆਰਪੁਰ ਪੁਲਿਸ ਨੇ ਦਸੂਹਾ ‘ਚ ਥਾਰ ਗੱਡੀ ਦੇ ਬੋਨਟ ‘ਤੇ ਬੈਠ ਕੇ ਟ੍ਰੈਫਿਕ ਨਿਯਮਾਂ ਦੀ ਉਲੰਘਣਾ ਕਰਨ ਸਬੰਧੀ ਸੋਸ਼ਲ ਮੀਡੀਆ ਰਾਹੀਂ ਮਿਲੀ ਸੂਚਨਾ ਤੇ ਤੁਰੰਤ ਕਾਰਵਾਈ ਕਰਦੇ ਹੋਏ ਥਾਰ ਗੱਡੀ ਨੂੰ ਟ੍ਰੈਫਿਕ ਨਿਯਮਾਂ ਤਹਿਤ ਕਬਜਾ ਪੁਲਿਸ ਵਿੱਚ ਲੈਕੇ ਕਾਰਵਾਈ ਕੀਤੀ ਗਈ। ਉਨ੍ਹਾਂ ਨੂੰ ਭਵਿੱਖ ਵਿੱਚ ਅਜਿਹੀ ਹਰਕਤ ਨਾ ਕਰਨ ਦੀ ਚਿਤਾਵਨੀ ਦਿੱਤੀ।..(1/2) pic.twitter.com/T82au9AALQ
— Hoshiarpur Police (@PP_Hoshiarpur) August 2, 2023