Below header

ରଜନୀକାନ୍ତଙ୍କ ଅପକମିଂ ଫିଲ୍ମ ‘ଜେଲର’ର ଟ୍ରେଲର ରିଲିଜ, ଅଗଷ୍ଟ ୧୦ରେ ମୁକ୍ତିଲାଭ କରିବ ଫିଲ୍ମ

ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ମେଗାଷ୍ଟାରଙ୍କ ଅମକମିଂ ଆକ୍ସନ ଫିଲ୍ମ ‘ଜେଲର’ ର ବୁଧବାର ରାତିରେ ଟ୍ରେଲର ରିଲିଜ ହୋଇଛି । ଏବେ ପୁଣିଥରେ ରଜନୀକାନ୍ତ ସିଲଭର ସ୍କ୍ରିନ୍‌ରେ ଜବରଦସ୍ତ ଆକ୍ସନ କରୁଥିବାର ନଜର ଆସିବେ।

ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ମେଗାଷ୍ଟାରଙ୍କ ଅମକମିଂ ଆକ୍ସନ ଫିଲ୍ମ ‘ଜେଲର’ ର ବୁଧବାର ରାତିରେ ଟ୍ରେଲର ରିଲିଜ ହୋଇଛି । ଏବେ ପୁଣିଥରେ ରଜନୀକାନ୍ତ ସିଲଭର ସ୍କ୍ରିନ୍‌ରେ ଜବରଦସ୍ତ ଆକ୍ସନ କରୁଥିବାର ନଜର ଆସିବେ।

ଫିଲ୍ମର ଟ୍ରେଲରରେ ରଜନୀକାନ୍ତ ଏକ ଭିନ୍ନ ଭୂମିକାରେ ଦେଖାଯାଇଛନ୍ତି। କେତେବେଳେ ସେ ଜୋତା ପଲିସ୍‌ କରୁଛନ୍ତି ତ କେତେବେଳେ ପରିବା ଠେଲା ଧରି ବୁଲୁଛନ୍ତି। ତେବେ ଫିଲ୍ମରେ ଆଗକୁ ତାଙ୍କର ଏପରି ପରିବର୍ତ୍ତନ ଦେଖିବାକୁ ମିଳୁଛି ଯେ ଯାହାକୁ ଦେଖି ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ରଜନୀକାନ୍ତ ଅନେକ ଦିନ ପରେ ସିନେମା ପରଦାରେ ଆକ୍ସନ କରୁଥିବାର ନଜର ଆସିଛନ୍ତି । ରଜନୀକାନ୍ତଙ୍କ ଆକ୍ସନ ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମ ଦେଖିବାକୁ ନେଇ କ୍ରେଜ୍‌ ବଢିଯାଇଛି ।

ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ‘ଜେଲର’ ର ଟ୍ରେଲର । ଏଥିରେ ରଜନୀକାନ୍ତ ପୋଲିସ ଅଫିସର ଭୂମିକାରେ ନଜର ଆସିଛନ୍ତି, ଯିଏ କି, ଗ୍ୟାଙ୍ଗଷ୍ଟରଙ୍କ ସହ ଲଢ଼ୁଥିବା ଦେଖାଯାଇଛି। ଏହି ଫିଲ୍ମରେ ଚାଲୁଥିବା ବୁଲେଟ୍‌ ଓ ଉଡ଼ୁଥିବା ଟ୍ରକ ମଝିରେ ରଜନୀକାନ୍ତଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ । ଫିଲ୍ମର ଷ୍ଟୋରୀ ଜଣେ ଗ୍ୟାଙ୍ଗ୍‌ଷ୍ଟର୍‌ ଓ ଜେଲର୍‌ଙ୍କ ଉପରେ ଆଧାରିତ ରହିଛି। ଏଥିରେ ରଜନୀକାନ୍ତ ଜେଲର୍‌ର ଭୂମିକା ନିଭାଇଛନ୍ତି। ଫିଲ୍ମରେ ରଜନୀକାନ୍ତ ଜଣେ ସଚ୍ଚୋଟ ପୋଲିସ କର୍ମୀ ହୋଇଛନ୍ତି ।

ଫିଲ୍ମ ‘ଜେଲର’ ରେ ବଲିଉଡ ଅଭିନେତା ଜ୍ୟାକି ଶ୍ରଫ୍ ଭିଲେନ୍ ଭୂମିକାରେ ନଜର ଆସିଛନ୍ତି। ଜ୍ୟାକିଙ୍କ ଏହି ଲୁକ୍ ଫ୍ୟାନ୍‌ମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଫିଲ୍ମରେ ରାମ୍ୟା କୃଷ୍ଣ, ରଜନୀକାନ୍ତଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ମିଳିଛନ୍ତି । ଏହାସହ ତମନ୍ନା ଭାଟିଆ, ରବି ରାଜକୁମାର, ସୁନିଲ ଓ ୟୋଗି ବାବୁଙ୍କ ଭଳି ଅଭିନେତା ମଧ୍ୟ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଅଗଷ୍ଟ ୧୦ରେ ସିନେମା ହଲରେ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.