କ’ଣ ଆପଣଙ୍କର ଏହି ରାଶି କି? ତେବେ ନିହାତି ଭାବେ ଜାଣନ୍ତୁ ଆପଣଙ୍କ ପାଖରେ ଲୁଚିଥିବା କ୍ଷମତା

କିଛି ରାଶି ଏମିତି ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କ ମନ କଥା ପଢ଼ିପାରନ୍ତି। ଆଖପାଖରେ ଥିବା ଲୋକଙ୍କ ମନକଥା ବୁଝିବାରେ ଏମାନେ ସର୍ବାଗ୍ରେ ଥାନ୍ତି। ଅନ୍ୟମାନଙ୍କ ମନ କଥା ଜାଣିବା ଏକ ଖାସ ଗୁଣ ହୋଇଥାଏ। ଯାହାକି ସମସ୍ତଙ୍କ ପାଖରେ ନଥାଏ। ଏହାକୁ ସିକ୍ଥ ସେନ୍ସ ମଧ୍ୟ କୁହାଯାଏ। ଏଥରେ ବିନା କିଛି କଥା କହିବା ଆଗରୁ ମନ କଥା ବିଷୟରେ ଜାଣିନେବା।

ଜ୍ୟୋତିଷ ଶାସ୍ତ୍ରରେ ରହିଛି ୧୨ ରାଶି ସହ ୯ ଟି ଗ୍ରହର ସମ୍ପର୍କ। ସମସ୍ତ ରାଶିର ଅଧିପତି ୯ ଗ୍ରହ ଙ୍କ ଭିତରୁ ଜଣେ ହୋଇଥାନ୍ତି। ଏହାକୁ ନେଇ ସମସ୍ତ ନୀତି ନିୟମ ରହିଛି , ଯାହାକୁ ମାନି ଆମେ ପୂଜା କରିଥାଉ। ତେବେ ଏସମସ୍ତ ରାଶିର ନିଜ ନିଜ ପ୍ରକୃତି ରହିଛି। ଏମାନେ ସ୍ୱତନ୍ତ୍ର ହୋଇଥାନ୍ତି।

ଏମାନଙ୍କ ଭିତରୁ କିଛି ରାଶି ଏମିତି ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କ ମନ କଥା ପଢ଼ିପାରନ୍ତି। ଆଖପାଖରେ ଥିବା ଲୋକଙ୍କ ମନକଥା ବୁଝିବାରେ ଏମାନେ ସର୍ବାଗ୍ରେ ଥାନ୍ତି। ଅନ୍ୟମାନଙ୍କ ମନ କଥା ଜାଣିବା ଏକ ଖାସ ଗୁଣ ହୋଇଥାଏ। ଯାହାକି ସମସ୍ତଙ୍କ ପାଖରେ ନଥାଏ। ଏହାକୁ ସିକ୍ଥ ସେନ୍ସ ମଧ୍ୟ କୁହାଯାଏ। ଏଥରେ ବିନା କିଛି କଥା କହିବା ଆଗରୁ ମନ କଥା ବିଷୟରେ ଜାଣିନେବା।

ହେବାକୁ ଥିବା ଘଟଣା ସମ୍ପର୍କରେ ଆଗରୁ ଜାଣିନେବା ସହଜ କଥା ନୁହେଁ। ଏହା ଖୁବ ଅସାଧାରଣ ହୋଇଥାଏ। ଏହାକୁ ଭଗବାନଙ୍କ ଦିଆଯାଇଥିବା ଆଶିର୍ବାଦ ମନାଯାଏ। କିଛି ରାଶିର ଲୋକ ନିଶ୍ଚିତ ରୂପରେ ଭଗବାନଙ୍କ ଏହି ଆଶିର୍ବାଦ ନେଇ ଜନ୍ମ ହୋଇଥାନ୍ତି। ଆଜି ଆମେ କିଛି ଏମିତିରାଶିଙ୍କ ବିଷୟରେ କହିବୁ ଯେଉଁମାନେ ଲୋକଙ୍କ ମନ କଥା ଖୁବ ସହଜରେ ଜାଣିନିଅନ୍ତି। ଆପଣଙ୍କ ରାଶି ବିଷୟରେ ଜାଣିବା ପାଇଁ ଚାହୁଁଥିଲେ ଦେଖନ୍ତୁ ପୂରା ଭିଡ଼ିଓ..

କର୍କଟ:
କର୍କଟ ରାଶିର ଲୋକମାନେ ଅନ୍ୟମାନଙ୍କ ମନ କଥା ଜାଣିବାରେ ଖୁବ ପାରଙ୍ଗମ ଥାନ୍ତି। ଏମାନେ ସହଜରେ ଅନ୍ୟ ମାନଙ୍କ ମନକଥା ବୁଝିଯାନ୍ତି। କର୍କଟ ରାଶିଲୋକ ଇମୋସନାଲ ଥାନ୍ତି। ଯେବେ କୌଣସି ବ୍ୟକ୍ତି କର୍କଟ ରାଶିର ବ୍ୟକ୍ତିଙ୍କ ପାଖକୁ ଆସନ୍ତି ସେତେବେଳେ ସେ ଜାଣିନିନ୍ତି ତାଙ୍କ ମନରେ କଣ ଅଛି। ସେତେବେଳେ ସେ ନିଜ ବ୍ୟବହାରକୁ ତାଙ୍କ ଅନୁରୂପ ପରିବର୍ତ୍ତନ କରିଥାନ୍ତି। ଏମିତିକି ତାଙ୍କୁ ଆଗକୁ ହେବାକୁ ଥିବା ଘଟଣା ସମ୍ପର୍କରେ ଆଗୁଆ ଜଣାପଡ଼ିଯାଏ।

ମୀନ:
୧୨ଟି ରାଶି ଭିତରୁ ମୀନ ରାଶି ସବୁଠୁ ଇମୋସନାଲ ଥାନ୍ତି। ସେମାନେ ମଧ୍ୟ କୌଣସି ଘଟଣାର ପୂର୍ବାନୁମାନ କରିବା ପାଇଁ ସକ୍ଷମ ହୋଇଥାନ୍ତି। ମୀନ ରାଶି ର ଲୋକମାନେ କେବେବି ନିଜ କମଫର୍ଟ ଜୋନରୁ ବାହାରକୁ ଆସନ୍ତି ନାହିଁ। ସେମାନେ ପ୍ରାଇଭେସି ବା ସିକ୍ରେଟ ମେଣ୍ଟେନ କରି ରଖିଥାନ୍ତି। ସେମାନେ ଲୋକଙ୍କ କଥାବାର୍ତ୍ତା ରୁ ଜାଣିନିଅନ୍ତି ତାଙ୍କ ସହ ସେମାନେ ମିଶିବେ ନା ନାହିଁ। ସବୁଠୁ ବଡ଼ କଥା ତାଙ୍କ ଆତ୍ମବିଶ୍ୱାସ। ଯଦି ସମସ୍ୟାରୁ ବାହାରିଯିବାର ସେମାନଙ୍କର ବିଶ୍ୱାସ ରହିଛି ତେବେ ତାହା ନିହାତି ଭାବେ ହେବ। ସେମାନେ ପରିସ୍ଥିତିକୁ ବୁଝିବା ପରେ ନିଷ୍ପତ୍ତି ନେଇଥାନ୍ତି।

ବିଛା:
ଏମାନେ ସବୁଠୁ ରହସ୍ୟମୟ ରାଶି। ଯଦି ଆପଣ କିଛି କଥାକୁ ଲୁଚାଇବା ପାଇଁ ଏମାନଙ୍କ ସାମ୍ନାରେ ମିଛ କହୁଛନ୍ତି ତେବେ ସେ ସହଜରେ ଧରିନେବେ। ସେମାନେ ଅନ୍ୟମାନଙ୍କ ବ୍ୟବହାର ଓ ମନକୁ ସହଜରେ ବୁଝିଯାନ୍ତି। ସେମାନେ ସବୁକଥାର ସତ ଜାଣିବାକୁ ସବୁବେଳେ ପସନ୍ଦ କରନ୍ତି ଓ ଚେଷ୍ଟା ମଧ୍ୟ କରନ୍ତି।

ତୁଳା:
ତୁଳା ରାଶିର ଲୋକ ନିଜ ଆଖପାଖ ଜିନଷ ଉପରେ ବେଶି ନଜର ରଖିଥାନ୍ତି। ସେମାନେ ନିଜ ଚିନ୍ତାଧାର ତଥା ଆଖପାଖ ରେ ଚାଲୁଥିବା ଘଟଣା ଭିତରେ ସନ୍ତୁଳନ ରଖିବାକୁ ଚେଷ୍ଟା କରନ୍ତି। ସେମାନେ ଦୁଇଟି ପକ୍ଷ ଯାଞ୍ଚ କରି ନିଷ୍ପତ୍ତି ନେଇଥାନ୍ତି।
ମିଥୁନ :
ଏମାନଙ୍କ ପାଖରେ ସବୁଠୁ ଖାସ ୬ଷ୍ଠ ଇନ୍ଦ୍ରୀୟ ରହିଥାଏ। କଥା ହେବାକୁ ଏମାନେ ପସନ୍ଦ କରନ୍ତି। ଏମାନେ ଲୋକଙ୍କ ବ୍ୟବହାର ଦେଖି ଜଣିନିନ୍ତି ତାର ମନ ରେ କଣ ଚାଲିଥାଏ। ଅନ୍ୟଜଣେ କଣ କହିବ ସେ ବିଷୟରେ ମଧ୍ୟ ଜାଣିଥାନ୍ତି। ଆଗକୁ କଣ ଘଟିବ ତାହା ଜାଣିନିଅନ୍ତି , ଏହାକୁ ନେଇ ଆଗୁଆ ସତର୍କ ରୁହନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.