ଓଜେମ୍ପିକ୍ କଣ? ଜାଣନ୍ତୁ ଏହା ଲୋକଙ୍କୁ କାହିଁକି ଆକର୍ଷଣ କରୁଛି

ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ୨୦୧୭ ରେ ଡାଇବେଟିଜର ଚିକିତ୍ସା ପାଇଁ ଇଞ୍ଜେକ୍ଟବଲ ମେଡିସିନ ପାଇଁ ପ୍ରଥମେ ଅନୁମୋଦନ ଦେଇଥିଲା । ୨୦୨୧ ମସିହାରେ ମେଦବହୁଳତାର ଚିକିତ୍ସା ପାଇଁ ଓଜେମ୍ପିକ ହାଇ ଡୋଜର ଏକ ଡ୍ରଗ୍ସକୁ ଅନୁମୋଦନ ଦିଆଯାଇଥିଲା। ପରେ ଏହା ସମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରିପାରିଛି ।

ଆମର ଦୈନନ୍ଦିନ ଜୀବନରେ ଆମେ ଅନେକ ପ୍ରକାରର ଇଞ୍ଜେକ୍ସନ ବ୍ୟବହାର କରିଥାଉ । ପ୍ରତ୍ୟେକ ଇଞ୍ଜେକ୍ସନର ଭିନ୍ନ ଭିନ୍ନ କାର୍ଯ୍ୟକରିତା ଗୁଣ ଥାଏ । ଅନ୍ୟପଟେ ଏପରି ଅନେକ ଇଞ୍ଜେକ୍ସନ ଅଛି ଯାହା ଲୋକଙ୍କର ବହୁତ ପସନ୍ଦ କାରଣ ଏହି ଇଞ୍ଜେକ୍ସନ ଦ୍ୱାରା ମଣିଷ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ । ଏଭଳି ଅନେକ ଇଞ୍ଜେକ୍ସନ ମଧ୍ୟରୁ ଓଜେମ୍ପିକ୍ ଅନ୍ୟତମ । ତେବେ ଆସନ୍ତୁ ଜାଣିବା ଏହି ଓଜେମ୍ପିକ୍ ଇଞ୍ଜେକ୍ସନ ନେବା ଦ୍ୱାରା କଣ ଲାଭ ମିଳିଥାଏ । ଟେଲିଭିଜନ ପର୍ସନାଲିଟି ସାରନ ଓସବୋର୍ନ ଓଜେମ୍ପିକ୍ ବିଷୟରେ କହିଛନ୍ତି ଯେ, ଏହା ଓଜନ କମାଇବା ପାଇଁ ବ୍ୟବହାର ହେଉଥିବା ଟାଇପ୍-୨ ଡାଇବେଟିଜର ଏକ ଡ୍ରଗ୍ସ । ସେ କହିଛନ୍ତି ଯେ, ଏହି ଡ୍ରଗ୍ସ ଆପଣଙ୍କ ପେଟକୁ କମାଇ ଆପଣଙ୍କ ମଧ୍ୟରେ ପରିବର୍ତ୍ତନ ଆଣିଥାଏ ।

ଟାଇପ୍-୨ ଡାଇବେଟିଜରେ ପୀଡିତ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ଏକ ଭିନ୍ନ ଡ୍ରଗ୍ସ ଯାହା ଡାଏଟ ଏବଂ ଏକ୍ସରସାଇଜ ଦ୍ୱାରା ବ୍ଲଡ ସୁଗାରକୁ ଉନ୍ନତ କରିଥାଏ । ଓଜେମ୍ପିକ୍ ଓଜନ କମାଇବା ପାଇଁ ନୁହେଁ, ଏହା ଲୋକମାନଙ୍କୁ ଅଳ୍ପ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଓଜେମ୍ପିକ୍ ହେଉଛି ସପ୍ତାହକୁ ଥରେ ଇଞ୍ଜେକ୍ଟ କରାଯାଉଥିବା ଡ୍ରଗ୍ସ କିନ୍ତୁ ବିଶେଷଜ୍ଞମାନେ ଏହା କୌଣସି ଚମତ୍କାର ଡ୍ରଗ୍ସ ନୁହେଁ ବୋଲି କହିଛନ୍ତି।

ଡ୍ରଗ୍ସ ଉପରେ ଏକ ଆର୍ଟିକିଲରେ ଫୋର୍ବସ୍ କହିଛନ୍ତି ଯେ ଓଜେମ୍ପିକରେ ଥିବା ଆକ୍ଟିଭ କମ୍ପାଉଡ ହେଉଛି ସେମାଗ୍ଲୁଟାଇଡ, ଯାହା ଗ୍ଲୁକାଗନ୍ ପରି ପେପଟାଇଡ୍ –୧ (GLP-1) ରିସେପ୍ଟର ଆଗୋନିଷ୍ଟ । ଏହା ଶରୀରରେ GLP-1 ରିସେପ୍ଟରଗୁଡ଼ିକୁ ଆକ୍ଟିଭ କରିଥାଏ ଏବଂ ପ୍ରାକୃତିକ ଭାବରେ କମ ହେଉଥିବା ହରମୋନ୍ GLP-1 ର ପ୍ରଭାବକୁ ବଢ଼ାଇ କାର୍ଯ୍ୟ କରେ । ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଖ୍ରୀଷ୍ଟୋଫର୍ ମାକଗୋଆନ୍ ଆଉଟଲେଟରେ କହିଛନ୍ତି ଯେ ଓଜେମ୍ପିକ୍ ମସ୍ତିଷ୍କରେ ଥିବା ହଙ୍ଗର ସେଣ୍ଟରକୁ ପ୍ରଭାବିତ କରି ପେଟ ଖାଲି ହେବାର ସ୍ଥିତିକୁ ଧୀରେ କରିଥାଏ ଏବଂ ଓଜନ ଉପରେ ପ୍ରଭାବ ପକାଇଥାଏ ।

ନ୍ୟୁୟର୍କ ଟାଇମ୍ସର (NYT) ରିପୋର୍ଟ ଅନୁଯାୟୀ, ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ୨୦୧୭ ରେ ଡାଇବେଟିଜର ଚିକିତ୍ସା ପାଇଁ ଇଞ୍ଜେକ୍ଟବଲ ମେଡିସିନ ପାଇଁ ପ୍ରଥମେ ଅନୁମୋଦନ ଦେଇଥିଲା । ୨୦୨୧ ମସିହାରେ ମେଦବହୁଳତାର ଚିକିତ୍ସା ପାଇଁ ଓଜେମ୍ପିକ ହାଇ ଡୋଜର ଏକ ଡ୍ରଗ୍ସକୁ ଅନୁମୋଦନ ଦିଆଯାଇଥିଲା। ପରେ ଏହା ସମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରିପାରିଛି ।

ଏଲନ ମସ୍କ ଅକ୍ଟୋବର ୨୦୨୨ରେ ଟ୍ୱିଟରରେ ପୋଷ୍ଟ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ବ୍ରାଣ୍ଡ ନାମରେ ବିକ୍ରି ହୋଇଥିବା ଓଜେମ୍ପିକ୍ ଡ୍ରଗ୍ସ ୱେଗୋଭି ସେ ବ୍ୟବହାର କରୁଛନ୍ତି । ଅନ୍ୟ ଏକ ଆର୍ଟିକିଲରେ ଆକ୍ଟର୍ସ ଏବଂ ପ୍ରଡ୍ୟୁସର୍ସମାନେ ଏକ ଏନକ୍ରିପ୍ଟ ହୋଇଥିବା ମେସେଜିଂ ଆପ୍ ସିଗନାଲରେ ଏହି ଡ୍ରଗ୍ସର ପ୍ରଶଂସା କରି ଗୀତ ଗାଇଥିଲେ ।

ଆମେରିକାରେ ରହୁଥିବା ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଦିଶା ନାରାଙ୍ଗ NYTକୁ କହିଛନ୍ତି ଯେ ଓଜେମ୍ପିକ୍ ପ୍ରତି ଆଗ୍ରହ ବଢ଼ିଚାଲିଛି, ଲୋକମାନେ ଫିଜିସିଆନଙ୍କୁ ଖୋଜିବା ଆରମ୍ଭ କଲେଣି, ଯେଉଁମାନେ ଏହାକୁ ଅଫ୍ ଲେବଲରେ ପ୍ରେସକ୍ରାଇବ କରିବେ । ଲୋକମାନେ ଏହି ଡ୍ରଗ୍ସକୁ ଅନଲାଇନରେ ଖୋଜିବା ଆରମ୍ଭ କରିଥିବା ସେ କହିଛନ୍ତି । ଏହି ଡ୍ରଗ୍ସରୁ ଲାଭ ମିଳୁଥିବାରୁ ଲୋକମାନଙ୍କ ମଧ୍ୟରେ ଏହାର ଚାହିଦା ବଢ଼ିଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.