Below header

ଇଣ୍ଡିଗୋ ବିମାନରେ କାମ କରୁନି AC! ଝାଳ ପୋଛିବା ପାଇଁ ଏୟାର ହୋଷ୍ଟେସ୍‌ ବଢ଼ାଇଦେଲେ ଟିସୁ ପେପର୍‌; Video ଭାଇରାଲ୍‌

ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ଇଣ୍ଡିଗୋ ଏୟାରଲାଇନ୍‌ ବିମାନର ଏକ ଭିଡିଓ। ଏଥିରେ ଯାତ୍ରୀମାନେ ଟିକେଟ୍‌ ଓ ବ୍ରୋଚର ହଲାଇ ପବନ ଖାଉଥିବା ଦେଖିବାକୁ ମିଳୁଛି। କୁହାଯାଉଛି ଯେ ବିମାନରେ ଏସି କାମ କରୁ ନ ଥିଲା, ଯଦ୍ଦ୍ଵାରା ଯାତ୍ରୀମାନେ ବହୁତ ହଇରାଣ ହୋଇଥିଲେ।

ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ଇଣ୍ଡିଗୋ ଏୟାରଲାଇନ୍‌ ବିମାନର ଏକ ଭିଡିଓ। ଏଥିରେ ଯାତ୍ରୀମାନେ ଟିକେଟ୍‌ ଓ ବ୍ରୋଚର ହଲାଇ ପବନ ଖାଉଥିବା ଦେଖିବାକୁ ମିଳୁଛି। କୁହାଯାଉଛି ଯେ ବିମାନରେ ଏସି କାମ କରୁ ନ ଥିଲା, ଯଦ୍ଦ୍ଵାରା ଯାତ୍ରୀମାନେ ବହୁତ ହଇରାଣ ହୋଇଥିଲେ। ବିମାନରେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଅମରିନ୍ଦର ସିଂ ରାଜା ଓ୍ଵରିଙ୍ଗ୍‌ ମଧ୍ୟ ଉପସ୍ଥିତ ଥିଲେ।

ରାଜା ଓ୍ଵରିଙ୍ଗ୍‌ ଅଭିଯୋଗ କରିଛନ୍ତି ଯେ ଚଣ୍ଡୀଗଡ଼ରୁ ଜୟପୁର ଯାତ୍ରା ସମୟରେ ଇଣ୍ଡିଗୋ ବିମାନରେ ଏ ପର୍ଯ୍ୟନ୍ତର ସବୁଠାରୁ ଖରାପ ଅନୁଭବ। ବିମାନରେ ଏସି କାମ କରୁ ନ ଥିଲା। ସେ ନାଗରିକ ଉଡ୍ଡୟନ ପ୍ରାଧିକରଣ ଏବଂ ଭାରତୀୟ ବିମାନବନ୍ଦର ପ୍ରାଧିକରଣକୁ ସମ୍ପୃକ୍ତ ଏୟାରଲାଇନ୍‌ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ସେ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ ଆଜି ଇଣ୍ଡିଗୋ ବିମାନ(6E7261)ରେ ଚଣ୍ଡୀଗଡ଼ରୁ ଜୟପୁର ଯାତ୍ରା କରିଥିଲି। ଆମକୁ ଅସହ୍ୟ ଖରାରେ ଲାଇନ୍‌ରେ ପାଖାପାଖି ୧୦ରୁ ୧୫ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିଥିଲା ଏବଂ ଯେତେବେଳେ ଆମେ ବିମାନ ଭିତରକୁ ପ୍ରବେଶ କରିଥିଲୁ, ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲୁ। ଏସି କାମ କରୁ ନ ଥିଲା ଏବଂ ବିମାନ ବିନା ଏସିରେ ହିଁ ଟେକ୍‌ଅଫ୍‌ କରିଥିଲା। ଉଡ଼ାଣ ଭରିବାଠୁ ନେଇ ଲ୍ୟାଣ୍ଡିଂ ପର୍ଯ୍ୟନ୍ତ ଏସି ବନ୍ଦ ଥିଲା। ପୂରା ଯାତ୍ରା ସମୟରେ ସମସ୍ତ ଯାତ୍ରୀଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ିଥିଲା।

ରାଜା ଓ୍ଵରିଙ୍ଗ୍‌ ଆହୁରି କହିଥିଲେ ଯେ ଏୟାର ହୋଷ୍ଟେସ୍‌ ଉଦାରତାପୂର୍ବକ ଯାତ୍ରୀମାନଙ୍କୁ ଛାଳ ପୋଛିବା ପାଇଁ ଟିସୁ ପେପର ବାଣ୍ଟିଥିଲେ। କଂଗ୍ରେସ ନେତା ଘଟଣାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଯାତ୍ରୀମାନେ ଟିସୁ ଏବଂ କାଗଜ ଖଣ୍ଡ ଦ୍ୱାରା ପଙ୍ଖା ହଲାଉଥିବା ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.