ଅବକାରୀ ଟିମ୍‌କୁ ଦେଖି ଦ୍ରୁତ ଗତିରେ ପଳାଉଥିଲା ସ୍କର୍ପିଓ, ବ୍ରିଜ ତଳକୁ ଖସିଗଲା

ରାସ୍ତା ତଳକୁ ଖସିଲା ଚୋରା ଦେଶୀମଦ ବୋଝେଇ ସ୍କର୍ପିଓ ଗାଡି। ବିପୁଳ ପରିମାଣର ଦେଶୀ ମଦ ସହ ଗାଡି ଜବତ ଓ ଜଣେ ଅଟକ। ଢେଙ୍କାନାଳ ଜିଲ୍ଲା ଜଡ଼ପାଳ ଛକ ନିକଟରେ ଘଟିଛି ଘଟଣା ।

କାମାକ୍ଷାନଗର (କେନ୍ୟୁଜ): ରାସ୍ତା ତଳକୁ ଖସିଲା ଚୋରା ଦେଶୀମଦ ବୋଝେଇ ସ୍କର୍ପିଓ ଗାଡି। ବିପୁଳ ପରିମାଣର ଦେଶୀ ମଦ ସହ ଗାଡି ଜବତ ଓ ଜଣେ ଅଟକ। ଢେଙ୍କାନାଳ ଜିଲ୍ଲା ଜଡ଼ପାଳ ଛକ ନିକଟରେ ଘଟିଛି ଘଟଣା ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଅବକାରି ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ୨ଟି ଟିମ କେନାଲ ରାସ୍ତାରେ ଗାଡିକୁ ପିଛା କରୁଥିଲେ। ଗାଡିଟି ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜଡାପାଳ ଛକ ନିକଟରେ ରାସ୍ତା ତଳକୁ ଖସି ଯାଇଥିଲା। ଫଳରେ ଗାଡିରେ ଥିବା ଅନ୍ୟ ଜଣେ ଫେରାର ହୋଇଯାଇଥିଲା।ଅବକାରି ବିଭାଗ ଗାଡିକୁ ଉଦ୍ଧାର କରି ଥାନାକୁ ଆଣିଛି। ପର୍ଜଙ୍ଗ ଥାନା ଆମ୍ବପଳାଶ ଗ୍ରାମରୁ ଏହି ଦେଶି ଚୋରା ମଦ ବାହାରକୁ ଚାଲାଣ କରାଯାଉଥିଲା। ଦିର୍ଘଦିନ ହେବ ଏହି ରାସ୍ତାରେ ଚୋରା ଚାଲାଣ ହେଉଥିବାର ପୋଲିସ ଖବର ପାଇବା ପରେ ପିଛାକରି ଏହି ସଫଳତା ପାଇଛି। କେନାଲ ରାସ୍ତା ହୋଇଥିବାରୁ ସୁବିଧାରେ ମଦମାଫିଆ ମାନେ ଚୋରା ମଦ ବ୍ୟବସାୟ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.