ନ୍ୟାସନାଲ କ୍ରସ ରଶ୍ମିକା ମନ୍ଦନା ନିଜକୁ କହିଲେ ମ୍ୟାରେଡ, ଜାଣନ୍ତୁ କଣ ଏହା ପଛର ଷ୍ଟୋରୀ

ରଶ୍ମିକା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ ଆସିଛନ୍ତି । ଶାରଭାନ୍‌ ଶାହାଙ୍କ ଦ୍ୱାରା ନିଆଯାଇଥିବା ଏକ ଇଣ୍ଟରଭ୍ୟୁରେ ରଶ୍ମିକାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପଚରା ଯାଇଥିଲା । ରଶ୍ମିକା ଏହାର ଉତ୍ତରରେ କହିଥିଲେ ଯେ, ସେ ମ୍ୟାରେଜ କରିସାରିଛନ୍ତି ।

ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦନା ବଲିଉଡ ଇଣ୍ଡଷ୍ଟ୍ରୀ ହେଉ କିମ୍ବା ସାଉଥ୍‌ ଇଣ୍ଡଷ୍ଟ୍ରୀ ସବୁଥିରେ ଚର୍ଚ୍ଚାରେ ରୁହନ୍ତି । ରଶ୍ମିକା ମନ୍ଦନାଙ୍କୁ ସମସ୍ତଙ୍କ ନ୍ୟାସନାଲ କ୍ରସ ବୋଲି କୁହାଯାଏ । ସେ ତାଙ୍କ ଫିଲ୍ମ ଓ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ପ୍ରାୟତଃ ତାଙ୍କୁ ବିଜୟ ଦେବରକୋଣ୍ଡାଙ୍କ ସହ ଦେଖିବା ପାଇଁ ମିଳିଥାଏ ।

ଏବେ ପୁଣି ରଶ୍ମିକା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । କାରଣ ନିକଟରେ ଶାରଭାନ୍‌ ଶାହାଙ୍କ ଦ୍ୱାରା ନିଆଯାଇଥିବା ଏକ ଇଣ୍ଟରଭ୍ୟୁରେ ରଶ୍ମିକାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପଚରା ଯାଇଥିଲା । ରଶ୍ମିକା ଏହାର ଉତ୍ତରରେ କହିଥିଲେ ଯେ, ସେ ମ୍ୟାରେଜ କରିସାରିଛନ୍ତି । ତାଙ୍କର ଏହି ଉତ୍ତର ଶୁଣି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଥିଲେ । ଏହା ପରେ ରଶ୍ମିକା କହିଥିଲେ ସେ ଜାପାନି ଏନିମି ସିରିଜ୍‌ରେ ମୁଖ୍ୟ ଚରିତ୍ରରେ ଥିବା ‘ନାରୁଟୋ’ ଙ୍କ ସହ ମ୍ୟାରେଜ କରିଛନ୍ତି । ଏହି କଥା ଶୁଣି ସେହି ଇଣ୍ଟରଭ୍ୟୁରେ ଥିବା ସମସ୍ତ ଲୋକ ହସିବା ପାଇଁ ଲାଗିଥିଲେ ।

ପରେ ଜଣାପଡିଥିଲା ଯେ ଅନ୍ୟ ଲୋକଙ୍କ ପରି ରଶ୍ମିକା ମଧ୍ୟ ଜାପାନି ଏନିମି ସିରିଜ୍‌ ‘ନାରୁଟୋ’ଙ୍କ ଫ୍ୟାନ୍‌ । ରଶ୍ମିକା ସେହି ଇଣ୍ଟରଭ୍ୟୁରେ କହିଥିଲେ ତାଙ୍କ ଦିଲ୍‌ ‘ନାରୁଟୋ’ ଙ୍କ ପାଖରେ ଅଛି ଏବଂ ସେ ତାଙ୍କ ପସନ୍ଦର ଚରିତ୍ର ବୋଲି । ସେଥିପାଇଁ ରଶ୍ମିକାଙ୍କ ଇଚ୍ଛା ଯେ ଏନିମି ସିରିଜ୍‌ର ‘ହିନାତା’ଙ୍କ ଭଳି ହେବା ପାଇଁ ଏବଂ ସେ ‘ହିନାତା’ଙ୍କ ପରି ତାଙ୍କ ଚୁଟିକୁ ପର୍ପଲ ରଙ୍ଗ କରିବା ପାଇଁ ଇଚ୍ଛା ରଖିଛନ୍ତି ।

ରଶ୍ମିକାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ ସେ ତାଙ୍କ କ୍ୟାରିଅରର ଆରମ୍ଭରୁ ରକ୍ଷିତ୍‌ ସେଟ୍ଟୀଙ୍କ ସହ ଥିଲେ ଏବଂ ସେ ଦୁହିଁଙ୍କର ମ୍ୟାରେଜ ମଧ୍ୟ ହୋଇଥାନ୍ତା । ହେଲେ କୌଣସି କାରଣରୁ ତାଙ୍କର ରକ୍ଷିତ୍‌ ସେଟ୍ଟୀଙ୍କ ସହ ମ୍ୟାରେଜ ହୋଇନଥିଲା । ରଶ୍ମିକା ଓ ରକ୍ଷିତ୍‌ଙ୍କ ସମ୍ପର୍କ ଏକ ବର୍ଷ ମଧ୍ୟରେ ଭାଙ୍ଗି ଯାଇଥିଲା ।

ରଶ୍ମିକାଙ୍କ ଫିଲ୍ମ କ୍ୟାରିଅର କଥା କହିଲେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ ଲୋକପ୍ରିୟ ଅଭିନେତ୍ରୀ । ସନ୍ଦିପ ରେଡି ବାଙ୍ଗାଙ୍କ ନିର୍ଦ୍ଦେଶନାରେ ହେଉଥିବା ଫିଲ୍ମ ‘ଆନିମଲ’ ରେ ବହୁତ ଶୀଘ୍ର ରଶ୍ମିକା ଓ ବଲିଉଡ ଷ୍ଟାର ରନବୀର କପୁର ଏକାସହିତ ନଜର ଆସିବେ । ଏହି ଫିଲ୍ମ ଡିସେମ୍ବର ୧୧ରେ ସିନେମା ହଲରେ ରିଲିଜ ହେବ । ଫିଲ୍ମରେ ରଶ୍ମିକା ଓ ରନବୀରଙ୍କ ବ୍ୟତୀତ ଏଥିରେ ଅନିଲ କପୁର, ବବି ଦେଓ୍ଵଲ, ଶକ୍ତି କପୁର ଭଳି କଳାକାର ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.