ଏବେ ଓଟିଟି’ରେ ଫିଲ୍ମ ‘ଆଦିପୁରୁଷ’, ଆଜି ହେଲା ରିଲିଜ୍
ସାଉଥ୍ ସୁପରଷ୍ଟାର୍ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ ସିନେମା ହଲ୍ରେ ରିଲିଜ୍ ହେବାର ଦୁଇ ମାସ ପରେ ଏବେ ଓଟିଟି ରେ ରିଲିଜ ହୋଇଛି । ଫିଲ୍ମଟି ଏକା ସହିତ ଦୁଇଟି ପ୍ଲାଟଫର୍ମରେ ରିଲିଜ୍ ହୋଇଛି । ‘ଆଦିପୁରୁଷ’ କୁ ନେଟ୍ଫ୍ଲିକ୍ସରେ ହୀନ୍ଦିରେ ଦେଖିପାରିବେ ଓ ଏହା ବ୍ୟତୀତ ପ୍ରାଇମ୍ ଭିଡିଓରେ ତେଲୁଗୁ, ତାମିଲ୍, ମାଲାୟାଲମ୍ ଓ କନ୍ନଡ ଭାଷାରେ ଦେଖିପାରିବେ ଦର୍ଶକ । ପ୍ରଭାସ ଓ କ୍ରୀତିଙ୍କ ଫିଲ୍ମ ‘ଆଦିପୁରୁଷ’ ସନେମା ହଲ୍ରେ ୧୬ ଜୁନ୍ରେ ରିଲିଜ ହୋଇଥିଲା । ଏବେ ଏହି ଫିଲ୍ମଟି ଏକା ସହିତ ଦୁଇଟି ଓଟିଟି ପ୍ଲାଟଫ୍ରମ୍ରେ ରିଲିଜ ହୋଇଛି । ତେବେ ଫିଲ୍ମଟି ଓଟିଟିରେ କିପରି ଦେଖିବେ ଓ କେଉଁ କେଉଁ ଭାଷାରେ ଦେଖିବା ପାଇଁ ମିଳିବ ତାହା ଜାଣନ୍ତୁ ।
ସାଉଥ୍ ସୁପରଷ୍ଟାର୍ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ ସିନେମା ହଲ୍ରେ ରିଲିଜ୍ ହେବାର ଦୁଇ ମାସ ପରେ ଏବେ ଓଟିଟି ରେ ରିଲିଜ ହୋଇଛି । ଫିଲ୍ମଟି ଏକା ସହିତ ଦୁଇଟି ପ୍ଲାଟଫର୍ମରେ ରିଲିଜ୍ ହୋଇଛି । ‘ଆଦିପୁରୁଷ’ କୁ ନେଟ୍ଫ୍ଲିକ୍ସରେ ହୀନ୍ଦିରେ ଦେଖିପାରିବେ ଓ ଏହା ବ୍ୟତୀତ ପ୍ରାଇମ୍ ଭିଡିଓରେ ତେଲୁଗୁ, ତାମିଲ୍, ମାଲାୟାଲମ୍ ଓ କନ୍ନଡ ଭାଷାରେ ଦେଖିପାରିବେ ଦର୍ଶକ ।
ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ ୧୬ ଜୁନ୍କୁ ସିନେମା ହଲ୍ରେ ରିଲିଜ୍ ହୋଇଥିଲା । ଫିଲ୍ମଟି ଜବରଦସ୍ତ ଅପକମିଂ କରିଥିଲା । ହେଲେ ଏହି ଫିଲ୍ମଟି ଫ୍ୟାନ୍ସଙ୍କ ମନ ଛୁଇଁନଥିଲା । ଯାହାଫଳରେ ଫିଲ୍ମର ରୋଜଗାର ଉପରେ ପ୍ରଭାବ ପଡିଥିଲା । ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ହିଁ ଅନେକ ବିବାଦର ସାମ୍ନା କରିଥିଲା । ଫିଲ୍ମ ‘ଆଦିପୁରୁଷ’କୁ ନେଇ ଅନେକ ଗୁଡିଏ ପ୍ରଶ୍ନ ଉଠିଥିଲା । ଏହା ମଧ୍ୟ ଲୋକେ କହିଥିଲେ, ଫିଲ୍ମ ମାଧ୍ୟମରେ ମେକର୍ସ ସମସ୍ତ ଲୋକଙ୍କ ଭାବନାକୁ ଆଘାତ ପହଁଚାଇଛନ୍ତି । ଫିଲ୍ମଟି ଅନେକ ବିବାଦରେ ଆସିବା ପରେ ଏବେ ଓଟିଟିରେ ଦେଖିବାକୁ ମିଳିଛି ।
ଫିଲ୍ମ ‘ଆଦିପୁରୁଷ’ରେ ପ୍ରଭାସଙ୍କୁ ଭଗବାନ ରାମଙ୍କ ଚରିତ୍ରରେ,କ୍ରୀତି ସାନନ୍ ମାତା ସୀତାଙ୍କ ଚରିତ୍ର ଓ ସୈଫ୍ ଅଲ୍ଲୀ ଖାନଙ୍କୁ ଲଙ୍କେଶ୍ୱର ବା ରାବଣଙ୍କ ଚରିତ୍ରରେ ଦେଖିବା ପାଇଁ ମିଳିଥିଲା । ଏହି ଫିଲ୍ମର ସମସ୍ତ ଚରିତ୍ରକୁ ନେଇ ଦର୍ଶକ ଟ୍ରୋଲ କରିଥିଲେ । ହେଲେ ‘ଆଦିପୁରୁଷ’ର ମେକର୍ସ ହଠାତ୍ ଅଗଷ୍ଟ ୧୧ ଶୁକ୍ରବାର ଦିନ ଫିଲ୍ମଟିକୁ ଓଟିଟି ରେ ରିଲିଜ୍ କରିଛନ୍ତି ।
‘ଆଦିପୁରୁଷ’ ଫିଲ୍ମଟି ୬୦୦ କୋଟିର ତିଆରି ହୋଇଥିଲା । ହେଲେ ଫିଲ୍ମଟି ସିନେମା ହଲ୍ରେ ୩୯୦ କୋଟିର ରୋଜଗାର କରିଥିଲା । ପ୍ରଭାସଙ୍କ ଏହି ଫିଲ୍ମଟି ଫ୍ଲପ୍ ହୋଇଥିଲା । ଏବେ ଫିଲ୍ମକୁ ବଦଳେଇବା ପରେ, ମେକର୍ସ ଆଶା କରୁଛନ୍ତି ଫିଲ୍ମଟି ଏବେ ଦର୍ଶକଙ୍କୁ ପସନ୍ଦ ଆସିବ ।