Below header

କୁଆଡେ ଗଲେ ଶାଶ୍ଵତ? ନଖୋଜ ଥିବାରୁ ପ୍ରକୃତ ଘଟଣା କ’ଣ କାହାକୁ ଜଣାନାହିଁ

ପ୍ରକୃତରେ ଘଟଣା କଣ କାହାକୁ ଜଣାନାହିଁ । ନଖୋଜ ଥିବାରୁ ସ୍ପଷ୍ଟ ଅନୁମାନ ଲଗାଇବା କଷ୍ଟକର । ତେବେ ତଦନ୍ତ ପରେ ପ୍ରକୃତରେ ଶାଶ୍ଵତ କୁଆଡେ ଗଲେ ତାହା ଜଣାପଡିବ ।

ଆଠଗଡ଼(କେନ୍ୟୁଜ୍): ମୁଣ୍ଡଳୀ ସେତୁ ଉପରେ ଜମିଛି ଭିଡ । ସେତୁ ଉପରେ ଥୁଆ ହୋଇଛି ଏକ ଶାଗୁଆ ରଙ୍ଗର ହିରୋହୋଣ୍ଡା ସିଡି ଡିଲକ୍ସ ବାଇକ୍ । ହେଲେ ଚାଳକଙ୍କର ପତ୍ତା ନାହିଁ । ବାଇକ୍ ରଖି ଗତକାଲି ବିଳମ୍ବିତ ରାତିରେ କେହି ମହାନଦୀକୁ ଡେଇଁ ଥିବା ସନ୍ଦେହ କରାଯାଇଛି । ଗାଡ଼ିଟିର ନମ୍ବର୍ ରହିଛି 0D05.N.0257 ।

ତେବେ ଗାଡ଼ି ଉପରେ ରହିଥିଲା ଏକ ଏୟାର ବ୍ୟାଗ୍ । ଗାଡ଼ି ଆଗରେ ଲେଖା ରହିଛି ଶାଶ୍ଵତ । ଗାଡ଼ିର ନମ୍ୱର ଅନୁଯାୟୀ ଗାଡ଼ିଟି କଟକ ଜିଲ୍ଲାର ନିଆଳି ବ୍ଲକ୍ କସରଦା ପଂଚାୟତ କସରଦା ଗ୍ରାମର ଶାଶ୍ଵତ କୁମାର ଷଡ଼ଙ୍ଗୀ ବୋଲି ଜଣାପଡିଛି। ତେବେ ଖବର ପାଇ ଘଟଣାସ୍ଥଳରେ ବାରଙ୍ଗ ପୋଲିସ୍ ଓ ଆଠଗଡ଼ ଅଗ୍ନିଶମ ବାହିନୀ ତନାଘନା ଜାରି ରଖିଛି । ଏନେଇ ଖବର ପାଇ ଶାଶ୍ଵତଙ୍କ ବାପା ତାଙ୍କ ବନ୍ଧୁ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏପଟେ ପ୍ରକୃତରେ ଘଟଣା କଣ କାହାକୁ ଜଣାନାହିଁ । ନଖୋଜ ଥିବାରୁ ସ୍ପଷ୍ଟ ଅନୁମାନ ଲଗାଇବା କଷ୍ଟକର । ତେବେ ତଦନ୍ତ ପରେ ପ୍ରକୃତରେ ଶାଶ୍ଵତ କୁଆଡେ ଗଲେ ତାହା ଜଣାପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.