Below header

ଛାଡିଲା ବନ୍ୟା ବଢିଲା ଦୁର୍ଦ୍ଦଶା, ଧସିପଡିଲା ୧୦୦ ଫୁଟରୁ ଅଧିକ ନଦୀବନ୍ଧ ଅତଡା

ବନ୍ୟା ଛାଡିବା ପରେ ଧସିଲା ନଦୀବନ୍ଧ ଅତଡା । ଯାଜପୁର ଦଶରଥପୁର ବ୍ଳକ ଦତପୁର ପଂଚାୟତ ଦେଇ ଯାଇଥିବା ବୈତରଣୀ ନଦୀବନ୍ଧର ୧୦୦ ଫୁଟରୁ ଅଧିକ ଲମ୍ବ ଧସିଯାଇଛି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

ଯାଜପୁର ଟାଉନ(କେନ୍ୟୁଜ୍): ବନ୍ୟା ଛାଡିବା ପରେ ଧସିଲା ନଦୀବନ୍ଧ ଅତଡା । ଯାଜପୁର ଦଶରଥପୁର ବ୍ଳକ ଦତପୁର ପଂଚାୟତ ଦେଇ ଯାଇଥିବା ବୈତରଣୀ ନଦୀବନ୍ଧର ୧୦୦ ଫୁଟରୁ ଅଧିକ ଲମ୍ବ ଧସିଯାଇଛି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ସୌଭାଗ୍ୟ ବଶତଃ ବନ୍ୟା ଛାଡିବା ପରେ ଏଭଳି ଅତଡା ଖସିଛି ନ ହେଲେ ବନ୍ୟା ସମୟରେ ହୋଇଥିଲେ ବଡ ଧରଣର ଅଘଟଣ ଘଟିଥାନ୍ତା । ପୂର୍ବରୁ ଏହି ନଦୀବନ୍ଧ କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଜଳସଂପଦ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିବା ଚର୍ଚ୍ଚା ହେଉଛି ।

ତେବେ ଦତପୁର ପଂଚାୟତ ତାରିଣୀ ମନ୍ଦିର ଠାରୁ ଡଙ୍ଗାଘାଟ ସଂଯୋଗ କରୁଥିବା ନଦୀବନ୍ଧ ପ୍ରାୟ ୧୦୦ ଫୁଟ ଲମ୍ବର ଧସି ନଦୀ ଗର୍ଭରେ ଲୀନ ହୋଇଛି ।ବୈତରଣୀରେ ଆସିଥିବା ପ୍ରଥମ ବନ୍ୟାରେ କୌଣସି ନଦୀବନ୍ଧ ଭାଙ୍ଗି ନଥିବା ବେଳେ ବନ୍ୟାଜଳ ହ୍ରାସ ପାଇବା ପରେ ନଦୀବନ୍ଧ ଧସିଥିବା ଜଣାପଡିଛି । ପ୍ରତିବର୍ଷ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ମରାମତି ନାମରେ କୋଟି କୋଟି ଟଙ୍କା ହଡପ ହେଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଏଥି ସହ ପଂଚାୟତର ବିଭିନ୍ନ ସ୍ଥାନରେ ମଧ୍ୟ ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଛି । ଯାହାକୁ ନେଇ ଲୋକମାନେ ଭୟଭୀତ ହୋଇଛନ୍ତି । ଏହି ନଦୀବନ୍ଧ ପ୍ରତ୍ୟେକ ଦିନ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନେ ଯାତାୟତ କରୁଥିବାରୁ ଏଭଳି ଦୁର୍ବଳ ନଦୀବନ୍ଧ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଛନକା ଦେଖାଦେଇଛି ।

ପ୍ରତିବର୍ଷ ବର୍ଷା ଦିନ ପୂର୍ବରୁ ଜଳସଂପଦ ବିଭାଗ ପକ୍ଷରୁ ଦୁର୍ବଳ ନଦୀବନ୍ଧ ଚିହ୍ନଟ କରି ପ୍ରତିକାର ବ୍ୟବସ୍ଥା କରିବା କଥା । କିନ୍ତୁ ଏହି ନଦୀବନ୍ଧ ଟି ଚଳିତ ବର୍ଷ ଜାନୁଆରି ମାସରେ କାମ ହୋଇଥିଲା । କିନ୍ତୁ ସେତେବେଳେ ଏହା ଅତ୍ୟନ୍ତ ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । କିନ୍ତୁ ଏଥିପ୍ରତି ଜଳସଂପଦ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିଲେ । ପଂଳରେ ଆଜି ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଏହି ନଦୀବନ୍ଧ ରେ ୨୦୨୦ ମସିହାରେ ମଧ୍ୟ ବିରାଟ ଘାଇ ସୃଷ୍ଟି ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଯାହା ଆଜି ପର୍ଯ୍ୟନ୍ତ ପୁରଣ ହୋଇପାରିନି । ବର୍ତମାନ ବନ୍ଧର ଅବସ୍ଥା ଯାହା ଅଛି ଯଦି ପୁଣି ବନ୍ୟା ଆସେ ନିଶ୍ଚିତ ଘାଇ ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି । ନିମ୍ନମାନର ନଦୀବନ୍ଧ ତିଆରି କରିଥିବା ଠିକାଦାର ଏବଂ ଜଳସଂପଦ ବିଭାଗର ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହୋଇଛି । ସେପଟେ ଏହି ନଦୀବନ୍ଧ ଧସିବା ସଂପର୍କରେ ଜଳସଂପଦ ବିଭାଗକୁ ଅବଗତ କରାଯାଇଛି ଏବଂ ନଦୀବନ୍ଧ ମରାମତି କରାଯିବ ବୋଲି ଜିଲାପାଳ ପ୍ରତିଶୃତି ଦେଇଛନ୍ତି ।

ପ୍ରତିବର୍ଷ ଜଳସଂପଦ ବିଭାଗର ଅବହେଳା ଯୋଗୁଁ ବିଭିନ୍ନ ନଦୀ ବନ୍ଧ ରେ ଘାଇ ସୃଷ୍ଟି ହେଉଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଚେତା ପଶୁନି । ତେଣୁ ମୌସୁମୀ ବାୟୁ ଆସିବା ପୂର୍ବରୁ ଦୁର୍ବଳ ନଦୀବନ୍ଧ ଚିହ୍ନଟ ସହିତ ଠକ ଠିକାଦାରଙ୍କୁ କଳାତାଲିକା ଭୁକ୍ତ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.