ନକଲି ଦସ୍ତଖତ ମାମଲାରେ ଆପ୍‌ ସାଂସଦ ରାଘବ ଚଢ଼ା ରାଜ୍ୟସଭାରୁ ନିଲମ୍ବିତ

ନକଲି ଦସ୍ତଖତ ମାମଲାରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ଗୃହରୁ ନିଲମ୍ବନ କରାଯାଇଛି। ରାଜ୍ୟସଭାରେ ରାଘବ ଚଢ଼ାଙ୍କ ବିରୋଧରେ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ଗୃହରେ ତାଙ୍କ ଆଚରଣକୁ ବହୁତ ନିନ୍ଦନୀୟ ବୋଲି କୁହାଯାଇଛି।

ରାଜ୍ୟସଭାରେ ବିଜେପି ସାଂସଦ ପୀୟୁଷ ଗୋୟଲ ଆପ୍‌ ସାଂସଦ ରାଘବ ଚଢ଼ାଙ୍କ ମାମଲା ଉଲ୍ଲେଖ କରି କହିଛନ୍ତି, ଏହା ବହୁତ ଗମ୍ଭୀର ମାମଲା। ଯେଉଁଭଳି ଭାବେ ସଦସ୍ୟମାନଙ୍କ ଅଜାଣତରେ ସେମାନଙ୍କ ନାମ ତାଲିକାରେ ପକାଯାଇଛି, ତାହା ବହୁତ ବଡ଼ ଭୁଲ୍‌।

ପୀୟୁଷ ଗୋୟଲ କହିଛନ୍ତି, ରାଘବ ଚଢ଼ା ଗୃହ ବାହାରକୁ ଯାଇ କହିଥିଲେ ଯେ ସେ କୌଣସି ଭୁଲ୍‌ କରିନାହାନ୍ତି। ଏପରି କି, ସେ ଏହି ପ୍ରସଙ୍ଗରେ ଟ୍ଵିଟ୍‌ ମଧ୍ୟ ଜାରି ରଖିଥିଲେ। ଯେ ପର୍ଯ୍ୟନ୍ତ ବିଶେଷ ଅଧିକାର କମିଟି ରିପୋର୍ଟ ନ ଦେଇଛି, ସେ ପର୍ଯ୍ୟନ୍ତ ଚଢ଼ାଙ୍କ ନିଲମ୍ବନ ଜାରି ରହିବ।

ଗୋୟଲ ଆହୁରି ମଧ୍ୟ କହିଥିଲେ, ସଞ୍ଜୟ ସିଂ ବି ଯେଉଁ ପ୍ରକାରର ଆଚରଣ କରିଥିଲେ, ତାହା ବହୁତ ନିନ୍ଦନୀୟ ଥିଲା। ସେ ନିଲମ୍ବନ ପରେ ମଧ୍ୟ ଗୃହରେ ବସିରହିଥିଲେ, ଯେଉଁ କାରଣରୁ ଗୃହର ପ୍ରକ୍ରିୟାକୁ ମଧ୍ୟ ସ୍ଥଗିତ ରଖିବାକୁ ପଡ଼ିଥିଲା। ଏହା ଚେୟାରର ଅପମାନ। ରାଜ୍ୟସଭାର ବିଶେଷ ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ସଞ୍ଜୟ ସିଂ ନିଲମ୍ବିତ ରହିବେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.