୭୬ତମ ସ୍ବାଧୀନତା ଦିବସ ପାଇଁ ଭୁବନେଶ୍ବରରେ ଫୁଲଡ୍ରେସ୍ ରିହର୍ସାଲ

ଦିନକ ପରେ ଦେଶ ପାଳିବ ୭୬ତମ ସ୍ବାଧୀନତା ଦିବସ। ସ୍ବାଧୀନତା ଦିବସ ପୂର୍ବରୁ ଭୁବନେଶ୍ବରରେ ଫୁଲଡ୍ରେସ୍ ରିହର୍ସାଲ । ପ୍ରଦର୍ଶନୀ ପଡିଆରେ ଚାଲିଛି ଫୁଲଡ୍ରେସ୍ ରିହର୍ସଲ ।

ଭୁବନେଶ୍ବର(କେନ୍ୟୁଜ୍): ଦିନକ ପରେ ଦେଶ ପାଳିବ ୭୬ତମ ସ୍ବାଧୀନତା ଦିବସ। ସ୍ବାଧୀନତା ଦିବସ ପୂର୍ବରୁ ଭୁବନେଶ୍ବରରେ ଫୁଲଡ୍ରେସ୍ ରିହର୍ସାଲ । ପ୍ରଦର୍ଶନୀ ପଡିଆରେ ଚାଲିଛି ଫୁଲଡ୍ରେସ୍ ରିହର୍ସଲ । ସ୍ବାଧୀନତା ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ଭୁବନେଶ୍ବର ପ୍ରତ୍ୟେକ ଛକରେ ଜୋରଦାର ଚେକିଂ। କଟକ ରୋଡ଼, ନନ୍ଦନକାନନ ରୋଡ଼, ପୁରୀ ବାଇ ପାସ୍ ରୋଡ଼, ନୟାପଲ୍ଲୀ ଓ ଖଣ୍ଡିଗିର ଆଦି ଅଞ୍ଚଳରେ ବ୍ଲକିଂ କରାଯାଇଥିଲା। କିଏ କେଉଁ ଆଡ଼କୁ ଯାଉଛନ୍ତି ତନାଘନା କରିଥିଲା ପୋଲିସ।

ଡ୍ରାଇଭିଂ ଲାଇଲେନ୍ସ ସହ ଗାଡ଼ି କାଗଜପତ୍ର ଯାଞ୍ଚ ଓ କିଏ କେଉଁ ଉଦ୍ଦେଶ୍ୟରେ ଘରୁ ବାହାରକୁ ଯାଉଛନ୍ତି ସେନେଇ ତଦନ୍ତ କରୁଛି। ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିଥିଲା ଚେକିଂ। ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ସମସ୍ତ ଅତିରିକ୍ତ ଡିସିପି ଏହାର ପରିଚାଳନା କରିଥିଲେ। ସେଫ୍ ସିଟି ଡ୍ରାଇଭ୍ ଭୁବନେଶ୍ବର ଅଧୀନରେ ଏହି ଚେକିଂ କରାଯାଉଛି।

Leave A Reply

Your email address will not be published.