ଶ୍ବଶୁର ଓ ଶଳାଙ୍କ ଉପରକୁ ଗୁଳି କଲା ଜ୍ବାଇଁ, ଅଭିଯୁକ୍ତ ଗିରଫ

ସ୍ତ୍ରୀ ଓ ପିଲାଙ୍କୁ ଖୋଜି ଖୋଜି ଶ୍ବଶୁର ଘରେ ପହଞ୍ଚିଲା ଜ୍ବାଇଁ ଆଉ  ବନ୍ଧୁକ ଦେଖାଇ କୁଆଡେ ଗଲେ ବୋଲି ପଚାରିଲା।  ସେମାନେ ଜାଣି ନାହାନ୍ତି ବୋଲି କହିବାରୁ ଉଭୟ ଶ୍ବଶୁର ଓ ଶଳାଙ୍କ ଉପରକୁ ଗୁଳି କରିଥିଲା ଜ୍ବାଇଁ । ତେବେ ସେମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ସମ୍ବଲପୁର(କେନ୍ୟୁଜ୍): ସ୍ତ୍ରୀ ଓ ଛୁଆଙ୍କୁ ନପାଇ ଶ୍ବଶୁରଙ୍କୁ ଗୁଳି। ସ୍ତ୍ରୀ ଓ ପିଲାଙ୍କୁ ଖୋଜି ଖୋଜି ଶ୍ବଶୁର ଘରେ ପହଞ୍ଚିଲା ଜ୍ବାଇଁ ଆଉ  ବନ୍ଧୁକ ଦେଖାଇ କୁଆଡେ ଗଲେ ବୋଲି ପଚାରିଲା।ସେମାନେ ଜାଣି ନାହାନ୍ତି ବୋଲି କହିବାରୁ ଉଭୟ ଶ୍ବଶୁର ଓ ଶଳାଙ୍କ ଉପରକୁ ଗୁଳି କରିଥିଲା ଜ୍ବାଇଁ । ତେବେ ସେମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମହୁଲପାଲି ଥାନା ଅନ୍ତର୍ଗତ ବନ୍ଧକାଣି ଗାଁର କୁଞ୍ଜବନ ରଣା ।

ଅଭିଯୋଗ ଅନୁଯାୟୀ କୁଞ୍ଜବନଙ୍କ ଝିଅ ଛଅ ବର୍ଷ ତଳେ କୁରମିମୁଣ୍ଡା ଗାଁର ବେଦବ୍ୟାସ ଶବର ସହ ପ୍ରେମ ବିବାହ କରିଥିଲା। ତେବେ ବେଦବ୍ୟାସ ପରେ ମଦ ପିଇ ଝିଅକୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି କୁଞ୍ଜବନ। ତେବେ ଘରେ ସ୍ତ୍ରୀ ଓ ଛୁଆଙ୍କୁ ନପାଇ ବାନ୍ଧୁକ ଧରି ଶ୍ବଶୁର ଘରେ ପହଞ୍ଚିଥିଲା। ଆଉ ବନ୍ଧୁକ ଦେଖାଇ ଶ୍ବଶୁର ଓ ଶଳାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ତା ଠାରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.