Below header

ମୁଜ୍ଜାଫରପୁର ଚାପୁଡା କାଣ୍ଡ: ବନ୍ଦ ହେବ ଘରୋଇ ସ୍କୁଲ, ପିଲାଙ୍କୁ ଅନ୍ୟ ସ୍କୁଲରେ କରାଯିବ ଆଡମିଶନ

ମୁଜ୍ଜାଫରପୁରରେ ଏକ ଘରୋଇ ସ୍କୁଲରେ ମୁସଲିମ ଛାତ୍ରଙ୍କୁ ମାଡ ମାରିବା ସ୍କୁଲ ଏବେ ବନ୍ଦ ହେବ । ଏଠାରେ ପଢୁଥିବା ପିଲାଙ୍କୁ ସ୍ଥାନୀୟ ସ୍କୁଲରେ ଆଡମିଶନ କରାଯିବ ବୋଲି ଶିକ୍ଷା ଅଧିକାରୀ କହିଛନ୍ତି ।

ଉତ୍ତରପ୍ରଦେଶ ମୁଜ୍ଜାଫରପୁରର ଏକ ଘରୋଇ ସ୍କୁଲରେ ମୁସଲିମ ଛାତ୍ରଙ୍କୁ ଶିକ୍ଷୟିତ୍ରୀ ମାଡ଼ ମାରିବା ଘଟଣାରେ ପ୍ରଶାସନିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସ୍କୁଲ ବନ୍ଦ କରିବା ନେଇ ଆଦେଶ ଜାରି କରାଯାଇଛି । ଏହାଛଡା ନେହା ପବ୍ଲିକ ସ୍କୁଲର ଶିକ୍ଷା ବିଭାଗ ଦ୍ୱାରା ଜବାବ ମଗାଯାଇଛି । ସ୍କୁଲରେ ପଢୁଥିବା ପିଲାଙ୍କୁ ଅନ୍ୟ ସ୍କୁଲ ଆଡମିଶନ ଦିଆଯିବାକୁ କହିଛନ୍ତି । ସ୍କୁଲ ମ୍ୟାନେଜମେଣ୍ଟକୁ ଚିଠି କରିଛି ଶିକ୍ଷା ବିଭାଗ ।

ଏହି ସ୍କୁଲରେ ପଢୁଥିବା ପିଲାଙ୍କ ଆଡମିଶନ ଶିକ୍ଷା ବିଭାଗର ଅଧିକାରୀଙ୍କ ଦ୍ୱାରା ଆଖପାଖରେ ଥିବା ଅନ୍ୟ ସ୍କୁଲରେ କରାଯିବ । ସ୍କୁଲରେ ପଢୁଥିବା ପିଲା ଯେଭଳି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି, ସେ ନେଇ ଶିକ୍ଷା ଅଧିକାରୀ ଯାଞ୍ଚ କରୁଛନ୍ତି ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ମୁଜ୍ଜାଫରନଗରର ଖବରପୁର ଗାଁର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଜଣକ କ୍ଲାସରେ ଥିବା ମୁସଲିମ୍ ଛାତ୍ରଙ୍କୁ ଡାକି ଛିଡ଼ା କରାଉଛନ୍ତି। ପଣିକିଆ ନ ଆସିବାରୁ ଅନ୍ୟ ଛାତ୍ରମାନଙ୍କୁ ଡାକି ଉକ୍ତ ଛାତ୍ରଙ୍କ ଗାଲକୁ ଶକ୍ତ ଚାପୁଡ଼ା ମାରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଆହୁରି ଜୋରରେ ମାର ବୋଲି ବି ଛାତ୍ରମାନଙ୍କୁ ଉତ୍ସାହିତ କରୁଛନ୍ତି। ଗୋଟିଏ ଚାପୁଡ଼ା ମାରି ସାରିବା ପରେ ଆଉ ଗୋଟିଏ ଚାପୁଡ଼ା ମାରିବାକୁ ବି କହୁଛନ୍ତି। ଏପରିକି ସେ ପିଲାଙ୍କ ସମ୍ମୁଖରେ ଜାତିଗତ ଆକ୍ଷେପ କରି ଆପତ୍ତିଜନକ ଶବ୍ଦ କହିବାକୁ ବି ପଛାଇ ନ ଥିଲେ ।

ଏନେଇ ଛାତ୍ରଙ୍କ ବାପା କହିଥିଲେ, ଘଟଣା ସମ୍ପର୍କରେ ସେ ଥାନାରେ ଅଭିଯୋଗ କରିଥିବା ବେଳେ ନିଜ ପୁଅ ନାଁକୁ ସ୍କୁଲରୁ କାଟି ଦେଇଥିଲେ। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ସହ ବୁଝାମଣା କରିବା ପରେ ସେ ଉକ୍ତ ସ୍କୁଲରେ ପୁଣି ଥରେ ନିଜ ପିଲାକୁ ପଢ଼ାଇବାକୁ ରାଜି ହୋଇଥିଲେ ।

ଏହି ଭିଡିଓ ଭାଇରଲ ହେବା ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିଥିଲା । ଶିକ୍ଷୟିତ୍ରୀ ଜଣକ ଦିବ୍ୟାଙ୍ଗ ହୋଇଥିବାରୁ ପିଲାଙ୍କୁ କହି ମାଡ଼ ମାରିଥିଲେ ବୋଲି କହିଥିଲେ । ଆଉ ଭିଡିଓ ସହିତ କିଛି ଏପଟ ସେପଟ କରାଯାଇଛି ବୋଲି ଶିକ୍ଷୟିତ୍ରୀ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.