Below header

‘ବିଗ୍‌ ବସ୍‌ ୧୭’ ସୁଟିଂ ସେଟ୍‌ରୁ ସଲମାନ ଖାନ୍‌ଙ୍କ ଫଟୋ ଭାଇରାଲ, ଭିନ୍ନ ଲୁକ୍‌ରେ ଆସିଲେ ନଜର

ଖୁବ୍‌ ଶୀଘ୍ର ‘ବିଗ୍‌ ବସ୍‌ ୧୭’ ଆସିବା ପାଇଁ ଯାଉଛି । ଏହାସହ ଫ୍ୟାନ୍ସ ଏହି ସୋ ଦେଖିବା ପାଇଁ ବହୁତ ଉତ୍ସାହ ସହକାରେ ଅପେକ୍ଷା କରିଛନ୍ତି । ତେବେ ଏହି ସୋ ପାଇଁ ସଲମାନ ଖାନ୍ ଏହାର ପ୍ରୋମୋ ମଧ୍ୟ ସୁଟ୍‌ କରିସାରିଛନ୍ତି ।

ବଲିଉଡ ଭାଇଜାନ ସଲମାନ ଖାନ୍‌ ସବୁବେଳେ ତାଙ୍କ ଫିଲ୍ମ ଓ ତାଙ୍କ ବୋଲ୍ଡ ଲୁକ୍‌ ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ଭାଇଜାନ ହୋଷ୍ଟ କରୁଥିବା ସବଠାରୁ ହାଇ ବଜେଟ୍ ସୋ ବିଗ୍‌ ବସ୍‌ କୁ ନେଇ ସବୁବେଳେ ପ୍ରାୟ ଚର୍ଚ୍ଚା ଲାଗି ରହିଥାଏ । ଏଇ କିଛି ଦିନ ହେବ ବିଗ୍‌ ବସ୍‌ ଓଟିଟି ସିଜିନ୍‌ ୨ ଶେଷ ହୋଇଛି । ଏହି ସିଜିନ୍‌ ଶେଷ ହେବା ମାତ୍ରକେ ପୁଣି ବିଗ୍‌ ବସ୍‌ ର ଅନ୍ୟ ଏକ ସିଜିନ୍‌ ଆରମ୍ଭ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ଖୁବ୍‌ ଶୀଘ୍ର ‘ବିଗ୍‌ ବସ୍‌ ୧୭’ ଆସିବା ପାଇଁ ଯାଉଛି । ଏହାସହ ଫ୍ୟାନ୍ସ ଏହି ସୋ ଦେଖିବା ପାଇଁ ବହୁତ ଉତ୍ସାହ ସହକାରେ ଅପେକ୍ଷା କରିଛନ୍ତି । ତେବେ ଏହି ସୋ ପାଇଁ ସଲମାନ ଖାନ୍ ଏହାର ପ୍ରୋମୋ ମଧ୍ୟ ସୁଟ୍‌ କରିସାରିଛନ୍ତି । କାରଣ ‘ବିଗ୍‌ ବସ୍‌ ୧୭’ ସୁଟିଂରୁ ଭାଇଜାନଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଏବେ ପବନ ବେଗରେ ଭାଇରାଲ ହେବାକୁ ଲାଗିଛି ।

ସୂଚନା ମୁତାବକ, ‘ବିଗ୍‌ ବସ୍‌ ର ଏହି ୧୭ତମ ସିଜିନ୍‌ ଚଳିତ ବର୍ଷ ଅକ୍ଟୋବର ର ମଧ୍ୟଭାଗରେ ହିଁ ଆରମ୍ଭ ହେବକୁ ଯାଉଛି । ତେବେ ଏହି ସୋ ଟିକେ ଡେରିରେ ଆରମ୍ଭ ହେବାର ସମ୍ଭାବନା ରହିଛି । କାରଣ ସେହି ସମୟରେ ବିଶ୍ୱକପ୍‌ ୨୦୨୩ ମଧ୍ୟ ରହୁଛି । ତେବେ ଏହାରି ଭିତରେ ଗତ ମଙ୍ଗଳବାର ବିଗ୍‌ ବସ୍‌ ସୁଟିଂ ସେଟ୍‌ରୁ ସଲମାନ ଖାନ୍‌ଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ‘ବିଗ୍‌ ବସ୍‌’କୁ ନେଇ ପୁଣି କଥାବାର୍ତ୍ତା ଆରମ୍ଭ ହୋଇଯାଇଛି।

salman

ତେବେ ଏହି ଫଟୋରେ ଭାଇଜାନ କାଓ୍ଵାଲି ଗାୟକ ଭାବେ ନଜର ଆସିଛନ୍ତି । ତାଙ୍କ ଏହି ଲୁକ୍‌ ୭୦ କିମ୍ବା ୮୦ ଦଶକର ଫିଲ୍ମର ହିରୋମାନଙ୍କ କଥା ମନେ ପକାଇ ଦେଉଛି । ତେବେ ଏହି ସିଜିନ୍‌ କିଛି ନୂଆ ଢଙ୍ଗରେ ଆସିବା ପାଇଁ ଯାଉଛି । କାରଣ ବିଗ୍‌ ବସ୍‌ର ଏହି ସିଜିନ୍‌ କପଲ୍‌ ଏବଂ ସିଙ୍ଗିଲ୍‌ଙ୍କ ମଧ୍ୟରେ ହେବାକୁ ଯାଉଛି ।

ରିପୋର୍ଟ ଅନୁସାରେ, ଅଙ୍କିତା ଲୋଖଣ୍ଡେ,ବିକି ଜେନ୍‌ ଏବଂ ନିଲ ଭଟ୍ଟ, ଐଶ୍ୱର୍ଯ୍ୟା ଶର୍ମା କପଲ୍‌ ଭାବେ ଏହି ସୋ ରେ ନଜର ଆସିପାରନ୍ତି । ଏହା ବ୍ୟତୀତ କରନ କୁନ୍ଦ୍ରା ଏବଂ ତେଜସ୍ୱୀ ପ୍ରକାଶ, ଏଜାଜ ଖାନ୍‌ ଏବଂ ପବିତ୍ରା ପୁନିୟା ମଧ୍ୟ ସୋ ରେ ମେଣ୍ଟର ଭାବେ ନଜର ଆସିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.