ବାପା ମା’ କଥା ଟିକେ ବି ଭାବିଲାନି ଝିଅ: ଏଭଳି ଚରମ ନିଷ୍ପତ୍ତି ନେଲେ ପରିବାର ଲୋକେ

ପୁଣି ଆଳି ଘଟଣାର ପୁନରାବୃତ୍ତି ହୋଇଛି ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗାଁରେ । ବଞ୍ଚି ଥାଉ ଥାଉ ଝିଅର ଦଶାହ କାର୍ଯ୍ୟ କରିଛନ୍ତି ପରିବାର ଲୋକେ । ଝିଅଟି ଅନ୍ୟ ଧର୍ମର ପୁଅକୁ ପ୍ରେମ ବିବାହ କରିଥିବା ଖବର ପାଇବା ପରେ ପରିବାର ଲୋକେ ଏଭଳି ନିଷ୍ପତ୍ତି ନେଇଥିଲେ ।

ମୋହନା(କେନ୍ୟୁଜ୍): ଶୋକାକୂଳ ପରିବେଶ ସମସ୍ତଙ୍କ ଆଖି ଛଳଛଳ। ଧଳା ଲୁଗା ପିନ୍ଧି ଛିଡା ହୋଇଛନ୍ତି ଘରର ମହିଳାମାନେ । ଏପଟେ ଚେୟାର ଉପରେ ଥୁଆ ହୋଇଛି ଝିଅଟିର ଫଟୋ । ଆଉ ସେହି ଫଟୋରେ ପଡିଛି ଫୁଲମାଳଟିଏ । ଫଟୋ ସାମ୍ନାରେ ବସି ଝିଅଟିର ବାପା ମା ବ୍ରାହ୍ମଣକୁ ଛଞ୍ଚା ଦେଉଛନ୍ତି । ଯାହା ଲାଗୁଛି ଝିଅଟି ଆଉ ଏ ଦୁନିଆରେ ନାହିଁ । ଆଉ ଛାତିରେ ପଥର ରଖି ତାର ଶୁଦ୍ଧିକ୍ରିୟା କାର୍ଯ୍ୟ କରୁଛନ୍ତି ପରିବାର ଲୋକେ। ଏକଥା ତ ସ୍ପଷ୍ଟ କି ଏଠାରେ ଶୁଦ୍ଧିକ୍ରିୟା ଚାଲିଛି ହେଲେ ଚକିତ ହେବାର କଥା କି ଫଟୋରେ ଫୁଲମାଳ ପିଡିଥିବା ଝିଅଟି କିନ୍ତୁ ମରିନି ସେ ଏବେବି ଜୀବିତ । ହେଲେ ବଞ୍ଚିଥିବା ଅବସ୍ଥାରେ ବି ତାପାଇଁ ଶୁଦ୍ଧି ହୋଇଛନ୍ତି ପରିବାର ଲୋକେ ।

ପୁଣି ଆଳି ଘଟଣାର ପୁନରାବୃତ୍ତି ହୋଇଛି ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗାଁରେ । ବଞ୍ଚି ଥାଉ ଥାଉ ଝିଅର ଦଶାହ କାର୍ଯ୍ୟ କରିଛନ୍ତି ପରିବାର ଲୋକେ। ଝିଅଟି ଅନ୍ୟ ଧର୍ମର ପୁଅକୁ ପ୍ରେମ ବିବାହ କରିଥିବା ଖବର ପାଇବା ପରେ ପରିବାର ଲୋକେ ଏଭଳି ନିଷ୍ପତ୍ତି ନେଇଥିଲେ। ଚାନ୍ଦିପୁଟ ଗାଁରେ ସହଦେବ ସାହୁଙ୍କ ଝିଅ ଚାନ୍ଦିନୀ ସାହୁ ଗତ ୨ ତାରିଖ ଶନିବାର ରାତିରେ ଘରୁ କେଉଁ ଆଡେ ଚାଲିଯାଇଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ବହୁ ଖୋଜା ଖୋଜି କରିଥିଲେ। ତେବେ ଗତ ୪ ତାରିଖ ଦିନ ଗାଁର ଜଣେ ଅନ୍ୟ ଧର୍ମର ପୁଅ ସହ କୋର୍ଟରେ ବିବାହ କରିଥିବା ଫଟୋ ସୋସିଆଲ୍ ମିଡିଆରେ ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ । ଶୁଣୁନାହାନ୍ତି ଝିଟିର ବଡ ଭଉଣୀ ନିଜ କୋହ ସମ୍ଭାଳି ନପାରି ଭୋ ଭୋ ହୋଇ କେମିତି କାନ୍ଦି ପକାଉଛି । ଆଉ ନିଜ ଭଉଣୀର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି ।

love

ଏପଟେ ଏନେଇ ଜାଣବା ପରେ ଗତ ୬ତାରିଖ ଦିନ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଝିଅର ବାପା । ଏପଟେ ଝିଅ ଘର ହିନ୍ଦୁ ଧର୍ମର ହୋଇଥିବା ବେଳେ ଅନ୍ୟ ଧର୍ମର ପୁଅକୁ ବିବାହ କରିଥିବା ଯୋଗୁଁ ଜାତି ଓ ଧର୍ମକୁ ଅପମାନ ହୋଇଛି, ତେଣୁ ଝିଅ ମରିଗଲା ବୋଲି କହିବା ସହ ତାର ଫୋଟରେ ଫୁଲ ମାଳ ପକାଇ ପୁରୋହିତଙ୍କ ଦ୍ୱାରା ଗତକାଲି ଶୁଦ୍ଧିକ୍ରିୟା କରାଯାଉଥିବା କଥା କହିଛନ୍ତି ବାପା ସହଦେଵ ସାହୁ।

ତେବେ ଝିଅଟିର ବାପା ଜଣେ ଛୋଟ ଜଳଖିଆ ବେପାରୀ । ଅନେକ କଷ୍ଟ ସହି ନିଜ ପରିବାର ପୋଷଣ କରି ଆସୁଥିଲେ । ମା ବି ରୋଗୀଣା । ବାପା ମା କଥା ଟିକେ ବି ଭାବିଲାନି ଝିଅଟି । ଯେଉଁ ଝିଅକୁ ସ୍ନେହ ଆଦର ଦେଇ ଓ ଅନେକ ସ୍ଵପ୍ନ ଦେଖି ନିଜ ଝିଅକୁ ବଢାଇଥିଲେ, ସେହି ଝିଅ ବାପା-ମାଙ୍କ ସ୍ବପ୍ନକୁ ନିଜ ପାଦରେ ଦଳି ପ୍ରେମିକଙ୍କୁ ବିବାହ କରିଥିବାରୁ ବାପା-ମା ଏଭଳି ଏକ ଚରମ ପଦକ୍ଷେପ ନେଇଛନ୍ତି। ତେବେ ଗତକିଛି ଦିନ ତଳେ କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜାର ସଂଲଗ୍ନ ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ଯେଉଁଠି ଝିଅର ପ୍ରେମ ବିବାହକୁ ବିରୋଧ କରି ଝିଅର ପରିବାର ଲୋକେ ଝିଅର ଶୁଦ୍ଧିକ୍ରିୟା ପାଳନ କରିଥିଲେ। ପୁଣି ଏବେ ଏହି ସମାନ ଘଟଣା ଗଡିଛି ମୋହନା ଚାନ୍ଦିପୁଟ ଗାଁରେ ଯାହା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.