ଆଜି ସପ୍ତପୁରୀ ଅମାବାସ୍ୟା, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି

ଆଜି ସପ୍ତପୁରୀ ଅମାବାସ୍ୟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି ହୋଇଛି । ଗତକାଲି ଅଠରନଳା ନିକଟରେ ଅବସ୍ଥିତ ମା ଆଲାମଚଣ୍ଡି ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ ଶ୍ରୀମନ୍ଦିରରେ ପହଞ୍ଚିଥିଲା।

ପୁରୀ (କେନ୍ୟୁଜ): ଆଜି ସପ୍ତପୁରୀ ଅମାବାସ୍ୟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି ହୋଇଛି । ଆଜି ଠାକୁରଙ୍କ ଅବକାଶ ନୀତି ସରିବା ପରେ ବେଶ କରାଯାଇଥିଲା । ଗମ୍ଭୀରାରେ ପାଣି ପଡି ଟେରା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ରୋଷ ଆସିଥିଲା। ଏହାପରେ ଷୋଡଶ ଉପଚାରରେ ପୂଜା କରିଥିଲେ ପୂଜାପଣ୍ଡା । ଆଜି ଶ୍ରୀଜିଉଙ୍କ ବିଶେଷ ପୂଜାନୀତି ସହ ସନ୍ଧ୍ୟାଧୂପ ପରେ ବସ୍ତ୍ହରଣ ପ୍ରସ୍ତାବ ଓ ମହାପ୍ରଭୁଙ୍କ ବିଜେପି ପ୍ରତିମା ଶ୍ରୀନାରାୟଣ ସାଗର ବିଜେ କରିବେ ।

ଗତକାଲି ଅଠରନଳା ନିକଟରେ ଅବସ୍ଥିତ ମା ଆଲାମଚଣ୍ଡି ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ ଶ୍ରୀମନ୍ଦିରରେ ପହଞ୍ଚିଥିଲା। ପରେ ଚତୁପାର୍ଶ୍ବ ବୁଲି ତାଡ ଗୁଡିକୁ ରୋଷ ବେହେରଣରେ ରଖାଯାଇଥିଲା । ଗତକାଲି ସଂଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଯାଇଥିଲେ।

ଆଜି ସପ୍ତପୁରୀ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଅବକାଶ ନୀତି ବଢ଼ିବା ପରେ ତିନି ବାଡ଼ରେ ବେଶ ହୋଇଥାନ୍ତି । ତଢ଼ାଉ ୬ ମୂର୍ତ୍ତି ଲାଗି ହେବା ପରେ ଗୋପାଳ ବଲ୍ଲଭ ସମ୍ପନ୍ନ ହୋଇଥାଏ । ଏହାପୂର୍ବରୁ ରୋଷ ଘରେ ସପ୍ତପୁରୀ ପ୍ରସ୍ତୁତ ହୋଇଥାଏ ଭୋଗ ଉପରେ ଶଙ୍ଖ ଚକ୍ର ହଳ ମୂସଳ ଦଡକୀ ପିଠା ଉପରେ ପ୍ରସ୍ତୁତ ହୋଇଥାଏ । ତତ୍ପରେ ପାଣି ପଡ଼ି ଟେରା ବନ୍ଧା ହୋଇ ସକାଳ ଧୂପ ସହ ସାତ ପୁରି ଭୋଗ ତାଟ ମଧ୍ୟ ରୋଷରୁ ଘଣ୍ଟ , ଛତ୍ର , କାହାଳୀ ସହ ତଳିଛ , ପ୍ରଧାନୀ ପଟୁଆରରେ ଛାମୁକୁ ଆସିଥାଏ । ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପଣ୍ଡା ଷୋଡ଼ଶ ଉପଚାରରେ ମଣୋହି କରାଇଥାନ୍ତି । ଭିତରେ ଆଳତୀ ବଢ଼ିବା ପରେ ପଣ୍ଡା , ପତି ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରିଥାନ୍ତି । ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କର ବିଶେଷ ପୂଜାନୀତି ସହ ଆଜି ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗରରେ ବିଜେ କରିବେ ।

Leave A Reply

Your email address will not be published.