ଅନନ୍ତନାଗ ଏନକାଉଣ୍ଟର; ଆଉ ଜଣେ ଯବାନ ସହିଦ

ଜମ୍ମୁ କାଶ୍ମୀର ଅନନ୍ତନାଗରେ ହୋଇଥିବା ଗୁଳିବିନିମୟରେ ଆଉ ଜଣେ ଯବାନ ସହିଦ । ଗତକାଲି ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଆହତ ହୋଇଥିବା ଯବାନ ସହିଦ ହୋଇଛନ୍ତି ।

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ଅନନ୍ତନାଗରେ ହୋଇଥିବା ଗୁଳିବିନିମୟରେ ଆଉ ଜଣେ ଯବାନ ସହିଦ । ଗତକାଲି ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଆହତ ହୋଇଥିବା ଯବାନ ସହିଦ ହୋଇଛନ୍ତି । ଏବେବି ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

ବୁଧବାର ଠାରୁ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ବଡ଼ ଧରଣର ଏନକାଉଣ୍ଟରରେ ସହିଦଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ପୂର୍ବରୁ ଏହି ଗୁଳି ବିନିମୟରେ ଭାରତୀୟ ସେନାର ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜମ୍ମୁ-କଶ୍ମୀର ପୋଲିସ୍‌ର ଜଣେ ଡିଏସ୍‌ପି ସହିଦ ହୋଇଥିଲେ।

ଡ୍ରୋନ୍ ସାହାଯ୍ୟରେ ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଉଛି । ସେନା ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସେନା ପକ୍ଷରୁ ଏହି ଅଞ୍ଚଳରୁ ଘେରାବନ୍ଦୀ କରି ରଖାଯାଇଛି । ଅନନ୍ତନାଗ କୋକେରନାଗରେ ୩ ଦିନରେ ୪ ଯବାନ ସହିଦ୍ ହୋଇଛନ୍ତି। ଏହା ପରେ ବି ଅନନ୍ତନାଗରେ ଗୁଳି ବିନିମୟ ହୋଇଥିଲା । ଏହା ପରେ ସେହି ଅଞ୍ଚଳ ଉପରେ ନଜର ରଖିବା ପାଇଁ ପୋଲିସ ଓ ସୁରକ୍ଷାବଳକୁ ଛୋଟ କ୍ୱାଡକପ୍ଟର ଓ ବଡ଼ ଡ୍ରୋନ୍ ଯୋଗାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.