ଖୋଲିଲା ହୀରାକୁଦର ଆଉ ୧୨ ଗେଟ, ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ

ପୁଣି ଖୋଲିଲା ହୀରାକୁଦ ଡ୍ୟାମର ଆଉ ୧୨ଟି ଗେଟ । ଉପରମୁଣ୍ଡରରେ ପ୍ରବଳ ବର୍ଷା ଯୋଗୁଁ ଗେଟ ଖୋଲାଯିବା ପରେ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି

ସମ୍ବଲପୁର (କେନ୍ୟୁଜ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ଗତକାଲି ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍ ଖୋଲିଛି। ମୋଟ ୧୪ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ କରାଯାଉଥିବାବେଳେ ଆବଶ୍ୟକ ପଡ଼ିଲେ ଆଉ ଗେଟ୍ ଖୋଲାଯିବ । ତେବେ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ମହାନଦୀ ଉପରମୁଣ୍ଡରେ ହାରାହାରି ୩୭ମିଲିମିଟର ବର୍ଷା ହୋଇଛି। ତଳମୁଣ୍ଡରେ ବର୍ଷା ନାହିଁ। ତେଣୁ ବନ୍ୟା ସ୍ଥିତି ନଥିବା ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ବୁଧବାର ଅପରାହ୍ନ ୪ଟାରେ ହୀରାକୁଦର ୨ଟି ଗେଟ ଖୋଲାଯାଇଥିଲା । ରାତି ସାରା ଏହି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା । ଜଳସ୍ତର ଅଧିକ ରହିଥିବାରୁ ଗୁରୁବାର ଆଉ ୧୨ଟି ଗେଟ ଖୋଲାଯାଇଛି । ଇନ- ଫ୍ଲୋ ଦେଢ଼ ଲକ୍ଷ କ୍ୟୁସେକରୁ ଅଧିକ ହେବାରୁ ଆଜି ଗେଟ ଖୋଲା ଯାଇଥିବା କହିଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ଆଗକୁ ମଧ୍ୟ ଆହୁରି ଅଧିକ ଗେଟ ଖୋଲାଯିବା ନେଇ ସମ୍ଭାବନା ମଧ୍ୟ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.