୨୦୨୪ରେ କେଉଁଠୁ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ? ଢେଙ୍କାନାଳ ନା ସମ୍ବଲପୁର?
ଗୋଟିଏ ଦିନରେ ଅନୁଗୋଳ ଓ ଦେବଗଡ଼ ଜିଲ୍ଲାରେ ମାରାଥନ୍ କାର୍ଯ୍ୟକ୍ରମ ପରେ ଏନେଇ ଚର୍ଚ୍ଚା ଜୋର ଧରିଛି। କେଉଁଠି ନାରୀ ଶକ୍ତି ବନ୍ଦନ ବିଲ୍ ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା ତ ଆଉ କେଉଁଠି ଗଣେଶ ଭସାଣରେ ସାମିଲ ହୋଇଥିଲେ। ଗତକାଲି ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଥିବା ବେଳେ ଢେଙ୍କାନାଳ ଓ ଅନୁଗୋଳ ଯାଇଥିଲେ ଧର୍ମେନ୍ଦ୍ର ପ୍ରଧାନ।
କେନ୍ୟୁଜ୍(ବ୍ୟୁରୋ): ୨୦୨୪ରେ କେଉଁଠୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳ ଲୋକସଭା ନା ସମ୍ବଲପୁର ଲୋକସଭା। ଗୋଟିଏ ଦିନରେ ଅନୁଗୋଳ ଓ ଦେବଗଡ଼ ଜିଲ୍ଲାରେ ମାରାଥନ୍ କାର୍ଯ୍ୟକ୍ରମ ପରେ ଏନେଇ ଚର୍ଚ୍ଚା ଜୋର ଧରିଛି। କେଉଁଠି ନାରୀ ଶକ୍ତି ବନ୍ଦନ ବିଲ୍ ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା ତ ଆଉ କେଉଁଠି ଗଣେଶ ଭସାଣରେ ସାମିଲ ହୋଇଥିଲେ। ଗତକାଲି ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଥିବା ବେଳେ ଢେଙ୍କାନାଳ ଓ ଅନୁଗୋଳ ଯାଇଥିଲେ ଧର୍ମେନ୍ଦ୍ର ପ୍ରଧାନ।
ଢେଙ୍କାନାଳ, ଅନୁଗୋଳ ଓ ତାଳଚେରରେ ଧର୍ମେନ୍ଦ୍ରଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହା ସହିତ ଗତକାଲି ଛେଣ୍ଡିପଦାକୁ ଗସ୍ତ କରିଥିଲେ ଧର୍ମେନ୍ଦ୍ର । ଯାହାକି ସମ୍ବଲପୁର ଲୋକସଭା ଆସନ ମଧ୍ୟରେ ଯାଉଛି। ଆଜି ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କର ଛେଣ୍ଡିପଦାରେ କାର୍ଯ୍ୟକ୍ରମ ଥିବା ବେଳେ ଏହାପରେ ଢେଙ୍କାନାଳ ଲୋକସଭା ଅନ୍ତର୍ଗତ କଣିହାଁ ଓ ତାଳଚେରରେ ଏକାଧିକ କାର୍ଯ୍ୟକ୍ରମ ରହିଛି।