ଦୁଇ ଦିନର ବିରତି ପରେ ଆଜିଠୁ ହୁଲୁସ୍ତୁଲ ହେବ ବିଧାନସଭା, ମୁହାଁମୁହିଁ ହୋଇପାରନ୍ତି ଶାସକ-ବିରୋଧୀ

ସରଗରମ ହେବ ଗୃହ କାର୍ଯ୍ୟ । ଉଭୟଙ୍କ ପାଖରେ ରହିଛି ଅନେକ ପ୍ରସଙ୍ଗ। ଆଇନଶୃଖଳା, ଶିକ୍ଷା, ବେକାରୀ, କୃଷି ଓ ଜଳସେଚନ ଆଦି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବାକୁ ଯୋଜନା କରିଛି ବିଜେପି।

କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ହୁଲୁସ୍ତୁଲ ହେବ ବିଧାନସଭା। ଦୁଇ ଦିନର ବିରତି ପରେ ଆରମ୍ଭ ହେବ ମୌସୁମୀ ଅଧିବେଶନ । ଆଜି ଅଧିବେଶନର ଦ୍ବିତୀୟ ଦିନ । ମୁହାଁମୁହିଁ ହୋଇପାରନ୍ତି ଶାସକ-ବିରୋଧୀ । ସରଗରମ ହେବ ଗୃହ କାର୍ଯ୍ୟ । ଉଭୟଙ୍କ ପାଖରେ ରହିଛି ଅନେକ ପ୍ରସଙ୍ଗ। ଆଇନଶୃଖଳା, ଶିକ୍ଷା, ବେକାରୀ, କୃଷି ଓ ଜଳସେଚନ ଆଦି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବାକୁ ଯୋଜନା କରିଛି ବିଜେପି। ସେହିପରି ଶିକ୍ଷକ , ଅଙ୍ଗନବାଡ଼ି କର୍ମୀ, ସରପଞ୍ଚଙ୍କ ଦାବି ଓ ଆନ୍ଦୋଳନ ପ୍ରସଙ୍ଗ ସହିତ ରାଜ୍ୟରେ ଖଣି ଓ ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗ ଗୃହରେ ଉଠାଇବାକୁ କଂଗ୍ରେସ ରଣନୀତି କରିଛି ।

ସେପଟେ ବିରୋଧୀଙ୍କୁ ମୁକାବିଲା ପାଇଁ ବ୍ଲୁପ୍ରିଣ୍ଟ କରିଛି ବିଜେଡି । ଦଳ ବିକାଶକୁ ପ୍ରମୁଖ ମୁଦ୍ଦା କରିବ । ସେହିପରି ବିରୋଧୀ ଯେଉଁ ପ୍ରସଙ୍ଗ ଗୃହରେ ଆଣିବେ ତାହାକୁ ଆଲୋଚନା କରିବା ପାଇଁ ସରକାରୀ ଦଳ ପ୍ରସ୍ତୁତ । ଆସନ୍ତା ୪ ତାରିଖ ଯାଏ ମୌସୁମୀ ଅଧିବେଶନ ଚାଲିବ । ଏହା ସ୍ବଳକାଳୀନ ଅଧିବେଶନ ହୋଇଥିଲେ ଅନେକ ପ୍ରସଙ୍ଗରେ ଗୃହ ସରଗରମ ହେବ। ଶୃଙ୍ଖଳିତ ଅଧିବେଶନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି। ପ୍ରତିଦିନ ଗୃହକାର୍ଯ୍ୟ ସନ୍ଧ୍ୟା ୭ଟାରେ ଶେଷ ହେବ। ଆବଶ୍ୟକ ପଡିଲେ ଏହାକୁ ରାତି ୯ଟା ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତ ବିଧାନସଭା ମୌସୁମୀ ଅଧିବେଶନରେ ପୂର୍ବପରି କୌଣସି କୋଭିଡ୍ କଟକଣା ରହିବ ନାହିଁ। ସେହିଭଳି କୌଣସି ବିଧାୟକ ଭିଡିଓ କନଫରେସନସିଂରେ ଗୃହକାର୍ଯ୍ୟରେ ଭାଗ ନେଇପାରିବେ ନାହିଁ। ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା କଡ଼ିକଡ଼ି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.