Below header

ଭୁଲରେ ମଧ୍ୟ ଏ ଦିଗରେ ମୁଣ୍ଡ ରଖି ଶୁଅନ୍ତୁ ନାହିଁ, ଧନ ହାନି ସହ ହେବ ଭୟଙ୍କର ରୋଗ

ଦିଗମାନଙ୍କର ମଧ୍ୟ ନିଜସ୍ୱ ଶକ୍ତି ଥାଏ ଏବଂ ଦିଗ ସହ ଗ୍ରହମାନଙ୍କର ମଧ୍ୟ ସମ୍ବନ୍ଧ ଥାଏ । ବାସ୍ତୁ ଶାସ୍ତ୍ରରେ ଶୋଇବା ପାଇଁ ଉଚିତ ଦିଗ ବିଷୟରେ କୁହାଯାଇଛି । ଏହା ସହିତ ଏଥିରୁ ମିଳୁଥିବା ଲାଭ ବିଷୟରେ ମଧ୍ୟ କୁହାଯାଇଛି ।

ବାସ୍ତୁ ଶାସ୍ତ୍ର ଅନୁସାରେ ଭୁଲ ଦିଗରେ ମୁଣ୍ଡ ରଖି ଶୋଇବା ଦ୍ୱାରା କେବଳ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ତାହା ନୁହେଁ ବରଂ ଏହା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପଡ଼ିଥାଏ । ଦିଗମାନଙ୍କର ମଧ୍ୟ ନିଜସ୍ୱ ଶକ୍ତି ଥାଏ ଏବଂ ଦିଗ ସହ ଗ୍ରହମାନଙ୍କର ମଧ୍ୟ ସମ୍ବନ୍ଧ ଥାଏ । ବାସ୍ତୁ ଶାସ୍ତ୍ରରେ ଶୋଇବା ପାଇଁ ଉଚିତ ଦିଗ ବିଷୟରେ କୁହାଯାଇଛି । ଏହା ସହିତ ଏଥିରୁ ମିଳୁଥିବା ଲାଭ ବିଷୟରେ ମଧ୍ୟ କୁହାଯାଇଛି । ଏହି ନିୟମ ପାଳନ କରିବା ଦ୍ୱାରା ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପାର ବର୍ଷା ହୋଇଥାଏ । କିନ୍ତୁ ଏହି ନିୟମକୁ ନମାନି ଅବହେଳା କଲେ ଆପଣ ଅଭାବର ଶିକାର ହେବେ । ତେବେ କେଉଁ ଦିଗରେ ମୁଣ୍ଡ ରଖି ଶୋଇବା ଉଚିତ ନୁହେଁ ଆସନ୍ତୁ ଜାଣିବା ।

ବାସ୍ତୁ ଶାସ୍ତ୍ର ଅନୁସାରେ ଭୁଲରେ ବି ଉତ୍ତର ଦିଗକୁ ମୁଣ୍ଡ ରଖି ଶୋଇବା ଉଚିତ ନୁହେଁ । ଏଭଳି କରିବା ଦ୍ୱାରା ଆପଣ ଦରିଦ୍ର ହୋଇଯିବେ । ବ୍ୟକ୍ତି ଯେତେ ଟଙ୍କା ଉପାର୍ଜନ କଲେ ମଧ୍ୟ ତା ପାଖରେ ଟଙ୍କା ରୁହେ ନାହିଁ । ଧନ ହାନି ଭଳି ସମସ୍ୟା ଦେଖାଯାଏ । ଏହା ସହିତ ବ୍ୟକ୍ତି ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ । ଅନିଦ୍ରା ହେବା ସହ ଅନେକ ପ୍ରକାରର ରୋଗ ବ୍ୟକ୍ତିଙ୍କୁ ହୋଇଥାଏ । ବ୍ୟକ୍ତିର ସମସ୍ତ ଟଙ୍କା ହସ୍ପିଟାଲ ଏବଂ ଔଷଧରେ ଖର୍ଚ୍ଚ ହୋଇଯାଏ ।

ଯେଉଁଭଳି ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଦିଗରେ ମୁଣ୍ଡ ରଖି ଶୋଇବା ଭୂୁଲ । ସେହିପରି ବୈଜ୍ଞାନିକ ଦୃଷ୍ଟିକୋଣର ମଧ୍ୟ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ନୁହେଁ । ଏଭଳି ଶୋଇବା ଦ୍ୱାରା ଗୁରୁତ୍ୱାକର୍ଷଣ ବଳ କାରଣରୁ ବ୍ଲଡ ସର୍କୁଲେସନ ଉପରେ ମଧ୍ୟ ଓଲଟା ପ୍ରଭାବ ପଡ଼ିଥାଏ ଏବଂ ବ୍ରେନ ହ୍ୟାମରେଜ ଏବଂ ହାର୍ଟ ଆଟାକ ହେବାର ସମ୍ଭାବନା ବଢ଼ିଯାଏ । ଏଥିପାଇଁ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଭଲ ହୋଇଥାଏ । ଏହା ବ୍ୟତୀତ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ଜ୍ଞାନ ପ୍ରାପ୍ତି ହୋଇଥାଏ ।

ହିନ୍ଦୁ ଧର୍ମରେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବାକୁ ଅଶୁଭ କୁହାଯାଏ । ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ ସେତେବେଳେ ଶବର ମୁଣ୍ଡକୁ ଉତ୍ତର ଦିଗରେ ରଖାଯାଏ । ଏହା ବ୍ୟତୀତ ଦକ୍ଷିଣ ଦିଗକୁ ଯମଦୂତ, ଯମ ଏବଂ ନକରାତ୍ମକ ଶକ୍ତିର ଦିଗ କୁହାଯାଏ । ଯଦି ଏହି ଦିଗକୁ ଗୋଡ଼ କରି ଶୋଇବେ ତେବେ ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ଦେଖାଯିବ । ସେହିପରି ପୂର୍ବ ଦିଗରେ ସର୍ଯ୍ୟୋଦୟ ହୋଇଥାଏ, ଏହା ସହିତ ଏହି ଦିଗରେ ସମସ୍ତ ଦେବୀ ଦେବତାଙ୍କ ବାସ ହୋଇଥାଏ । ଏହି କାରଣରୁ ପୂର୍ବ ଦିଗରେ ଗୋଡ଼ କରି ଶୋଇବା ଅନୁଚିତ । ଏଭଳି କରିବା ଦ୍ୱାରା ଆପଣଙ୍କ ଜୀବନରେ ଅନେକ କଷ୍ଟ ଆସିଥାଏ । ଆର୍ଥିକ ସମସ୍ୟା ସହ ରୋଗ ଏବଂ ସଫଳତାରେ ଅନେକ ସମସ୍ୟା ଦେଖାଯାଏ । ଏହା ବ୍ୟତୀତ ଘନିଷ୍ଠ ସମ୍ପର୍କ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.