Below header

ଅର୍ଥନୀତି ବିଜ୍ଞାନରେ ନୋବେଲ୍‌ ଘୋଷଣା, କ୍ଲାଉଡିଆ ଗୋଲ୍ଡିନ୍‌ଙ୍କୁ ମିଳିବ ପୁରସ୍କାର

ଆମେରିକୀୟ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନଙ୍କୁ ଅର୍ଥନୀତି ବିଜ୍ଞାନରେ ୨୦୨୩ର ନୋବେଲ ପୁରସ୍କାର ମିଳିବ। ରୟାଲ୍ ସ୍ୱିଡିଶ୍‌ ଏକାଡେମୀ ଅଫ୍ ସାଇନ୍ସେସ୍ କ୍ଲାଉଡିଆ ଗୋଲ୍ଡିନଙ୍କୁ ଅଲଫ୍ରେଡ୍ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।

ଆମେରିକୀୟ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନଙ୍କୁ ଅର୍ଥନୀତି ବିଜ୍ଞାନରେ ୨୦୨୩ର ନୋବେଲ ପୁରସ୍କାର ମିଳିବ। ରୟାଲ୍ ସ୍ୱିଡିଶ୍‌ ଏକାଡେମୀ ଅଫ୍ ସାଇନ୍ସେସ୍ କ୍ଲାଉଡିଆ ଗୋଲ୍ଡିନଙ୍କୁ ଅଲଫ୍ରେଡ୍ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ମହିଳା ଶ୍ରମ ବଜାରର ପରିଣାମ ବିଷୟରେ ଆମ ଜ୍ଞାନକୁ ବିକଶିତ କରିବା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ଗତ କିଛି ଦଶନ୍ଧି ଧରି ମହିଳାଙ୍କ ରୋଜଗାର ଏବଂ ଶ୍ରମ ବଜାରରେ ସେମାନଙ୍କ ଭାଗିଦାରୀ ନେଇ ବ୍ୟାପକ ବିବରଣୀ ପ୍ରଦାନ କରିଛନ୍ତି କ୍ଲାଉଡିଆ। ତାଙ୍କ ଗବେଷଣା ଦ୍ୱାରା ପରିବର୍ତ୍ତନର କାରଣ ଏବଂ ଲିଙ୍ଗଗତ ଅନ୍ତରରେ ଆୟର ମୁଖ୍ୟ ସ୍ରୋତ ଜଣାପଡ଼ିଛି। ବିଶ୍ୱ ଶ୍ରମ ବଜାରରେ ମହିଳାଙ୍କ ପ୍ରତିନିଧିତ୍ୱ କମ୍ ରହିଛି। ସେମାନେ କାମ କଲେ ମଧ୍ୟ ପୁରୁଷଙ୍କ ତୁଳନାରେ କମ ରୋଜଗାର କରିଥାନ୍ତି ବୋଲି କ୍ଲାଉଡିଆଙ୍କ ଗବେଷଣାରୁ ସ୍ପଷ୍ଟ ହୋଇଛି।

ରିପୋର୍ଟ ମୁତାବକ, କ୍ଲାଉଡିଆ ଗୋଲ୍ଡିନ ଏହି ପୁରସ୍କାର ଜିତିବାରେ ତୃତୀୟ ମହିଳା ହୋଇଛନ୍ତି। ଏହା ପୂର୍ବରୁ ସମ୍ମାନିତ ହୋଇଥିବା ୯୨ ପୁରସ୍କାର ବିଜେତାଙ୍କ ମଧ୍ୟରୁ କେବଳ ଦୁଇଜଣ ମହିଳାଙ୍କୁ ହିଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। କ୍ଲାଉଡିଆ ଗୋଲ୍ଡିନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିର ପ୍ରଫେସର ଅଛନ୍ତି।

ଅର୍ଥନୀତି ପୁରସ୍କାର କମିଟି ଅଧ୍ୟକ୍ଷ ଜ୍ୟାକବ୍‌ ସେଭେନ୍ସନ୍ କହିଛନ୍ତି ଯେ ଶ୍ରମ ବଜାରରେ ମହିଳାଙ୍କ ଭୂମିକା ବୁଝିବା ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅର୍ଥନୀତିର ନୋବେଲ ପୁରସ୍କାର ୧୯୬୮ରେ ସ୍ୱିଡେନର ସେଣ୍ଟ୍ରାଲ ବ୍ୟାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏବଂ ଏହାକୁ ଆନୁଷ୍ଠାନିକ ଭାବରେ ଅଲଫ୍ରେଡ ନୋବେଲଙ୍କ ସ୍ମୃତିରେ ପ୍ରଦାନ କରାଯାଇ ଆସୁଛି।

ଡିସେମ୍ବରରେ ଓସଲୋ ଏବଂ ଷ୍ଟକହୋମରେ ଆୟୋଜିତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ବିଜେତାଙ୍କୁ ୧୧ ମିଲିୟନ ସ୍ୱିଡିଶ୍‌ କ୍ରୋନର (ପ୍ରାୟ ୧ ମିଲିୟନ ଡଲାର)ର ନଗଦ ପୁରସ୍କାର ଦିଆଯାଏ। ବିଜେତାମାନଙ୍କୁ ୧୮ କ୍ୟାରେଟ୍‌ର ସ୍ୱର୍ଣ୍ଣ ପଦକ ମଧ୍ୟ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.