ତାମିଲନାଡ଼ୁ: ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ, ୭ ଶ୍ରମିକ ମୃତ; ୮ ଗୁରୁତର

ତାମିଲନାଡ଼ୁରେ ବାଣଜନିତ ଦୁର୍ଘଟଣା ଥମିବାର ନାଁ ଧରୁନାହିଁ। ନିକଟରେ ଅକ୍ଟୋବର ୪ରେ ମୟିଲାଦୁଥୁରାଇ ଜିଲ୍ଲାର ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ପୁଣି ସୋମବାର ଅରିୟାଲୁର ଜିଲ୍ଲାରେ ଥିବା ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ରିପୋର୍ଟ ମୁତାବକ, ଜିଲ୍ଲାର କିଲାପାଲୁର ଥାନା ଅଧୀନ ଭେତ୍ରିୟୁର୍‌ ବିରାଗଲୁରରେ ଏହି ଘଟଣା ଘଟିଛି। ବିସ୍ଫୋରଣ ସକାଳ ପ୍ରାୟ ସାଢ଼େ ୯ଟାରେ ହୋଇଥିବା ବେଳେ ଦୁର୍ଘଟଣାରେ ୭ ଜଣଙ୍କର ଜୀବନ ଯାଇଛି।

ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛନ୍ତି। ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ଥିବା ଦେଖିବାକୁ ମିଳୁଛି। ଚାରିଆଡେ ନିଆଁ ଓ ଧୂଆଁ ବ୍ୟାପିଛି।

କୁହାଯାଉଛି ଯେ ବାଣ ଗୋଦାମରେ ହଠାତ୍ ଏହି ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଖବର ରହିଛି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ପଠାଯାଇଛି। ବିସ୍ଫୋରଣ ପରେ ଭୀଷଣ ନିଆଁ ଲାଗିଯାଇଥିଲା, ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଉଛି।

ଦୁର୍ଘଟଣା ସମ୍ପର୍କରେ ପୋଲିସ କହିଛି ଯେ ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। କାରଖାନାରେ କାମ କରୁଥିବା ଅନ୍ୟ ୮ ଜଣ ଏଥିରେ ଗୁରୁତର ଆହତ ହୋଇଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.