ଦଶମହାବିଦ୍ୟା ନୀତି ପାଳନ କଲେ ଜୀବନରୁ ସବୁ କଷ୍ଟ ହୋଇଯାଏ ଦୂର, କିନ୍ତୁ ଟିକେ ଭୁଲ ହେଲେ ମିଳିଯାଏ ଅଭିଶାପ
ଧରାପୃଷ୍ଠକୁ ଅବତରଣ କରିବେ ମା’ । ଏଥିପାଇଁ ରାଜ୍ୟର ପ୍ରତ୍ୟେକ ଶକ୍ତିପୀଠ ହେଲାଣି ଚଳଚଂଚଳ । ମା’ଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି । ଆଗାମୀ ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ । ତେବେ ମା'ଙ୍କ ଏହି ପୂଜାରେ ଦଶମହାବିଦ୍ୟା ବହୁତ ଗୁରୁତ୍ୱ ହୋଇଥାଏ..
ଧରାପୃଷ୍ଠକୁ ଅବତରଣ କରିବେ ମା’ । ଏଥିପାଇଁ ରାଜ୍ୟର ପ୍ରତ୍ୟେକ ଶକ୍ତିପୀଠ ହେଲାଣି ଚଳଚଂଚଳ । ମା’ଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି । ଆଗାମୀ ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ । ତେବେ ମା’ଙ୍କ ଏହି ପୂଜାରେ ଦଶମହାବିଦ୍ୟା ବହୁତ ଗୁରୁତ୍ୱ ହୋଇଥାଏ .. ହେଲେ କଣ ଆପଣ ଜାଣିଛନ୍ତି ଏହି ଦଶମହାବିଦ୍ୟା କଣ?
ମହାମାୟାଙ୍କ ଉପାସନାରେ ଦଶମହାବିଦ୍ୟା ତତ୍ତ୍ୱ ବହୁତ ଗୁରୁତ୍ୱ ପୂର୍ଣ୍ଣ । ତନ୍ତ୍ର ଶାସ୍ତ୍ର ମାନଙ୍କରେ ଦଶ ମହା ବିଦ୍ୟାଙ୍କ ନାମ, ଭିନ୍ନ ଭିନ୍ନ ଭାବରେ ବର୍ଣ୍ଣିତ ହୋଇଅଛି। ସବୁଠାରୁ ଗ୍ରହଣୀୟ ନାମ, ଚାମୁଣ୍ଡା ତନ୍ତ୍ରରେ ଦେଖାଯାଏ । ଏହି ଚାମୁଣ୍ଡାତନ୍ତ୍ରରେ ଦଶ ମହାବିଦ୍ୟାଙ୍କ ନାମ ଗୋଟିଏ ଶ୍ଳୋକରେ ବର୍ଣ୍ଣିତ ଅଛି। ଶ୍ଲୋକଟି ହେଲା :-
କାଳି ତାରା ମହାବିଦ୍ୟା ଷୋଡ଼ଶୀ ଭୁବନେଶ୍ୱରୀ ।।
ଭୈରବୀ ଛିନ୍ନମସ୍ତା ଚ ବିଦ୍ୟା ଧୂମାବତୀ ତଥା ।।
ବଗଳା ସିଦ୍ଧ ବିଦ୍ୟା ଚ, ମାତଙ୍ଗୀ, କମଳାତ୍ମିକା।।
ଏ ତା ଦଶ ମହାବିଦ୍ୟା ସିଦ୍ଧ ବିଦ୍ୟା ପ୍ରକିର୍ତ୍ତିତା ।।
ଭାଗବତ ମହାପୁରାଣରେ ମଧ୍ୟ ଏହି ଦଶ ମହାବିଦ୍ୟା ବିଷୟରେ ଲେଖା ଅଛି l ଆଉ ଏ ଲେଖା ପ୍ରତିଥର ଦଶହରା ସମୟରେ ପୁଣି ଥରେ ମନେପଡିଥାଏ …କୁହାଯାଏ ଯେତେବେଳେ ଦକ୍ଷାରାଜ ଦେବୀ ସତୀଙ୍କ ପତି ଦେବଦେବ ମହାଦେବଙ୍କୁ ଅସମ୍ମାନ କଲେ ସେତେବେଳେ ସତୀ ସେସବୁକୁ ସହି ନପାରି ନିଜକୁ ଅଗ୍ନିରେ ଦାହ କରିଥିଲେ … ସ୍ୱାମୀଙ୍କ ଅପମାନ କୁ ସହି ନପାରି ନିଜ ପାରିବାର ସମ୍ମୁଖରେ ନିଜ ଶରୀରକୁ ତ୍ୟାଗ କରିଥିଲେ … ଯାହାପରେ ମହାଦେବ ରାଗିଯାଇ ନିଜ ବାହୁରେ ସତୀଙ୍କ ମରଶରୀରକୁ ଧରି ବ୍ରହ୍ମାଣ୍ଡ ସାରା ଘୁରି ବୁଲିଲେ .. ଆଉ ଏହି ଘଟଣାରୁ ମୁକ୍ତି ଦେବା ପାଇଁ ଭଗବାନ ବିଷ୍ଣୁ ନିଜ ସୁଦର୍ଶନ ଚକ୍ରରେ ସତୀଙ୍କ ଦେହକୁ ଖଣ୍ଡ ଖଣ୍ଡ କରିଦେଇଥିଲେ … ଆଉ ମାତା ସତୀଙ୍କ ଏହି ଶରୀର ଏକାବନ ଖଣ୍ଡରେ ପୃଥିବୀ ପୃଷ୍ଠାରେ ପଡିଥିଲା .. ଯାହାକି ଏବେ ସେସବୁ ଶକ୍ତି ପିଠ ନାମରେ ବେଶ ଜଣାଶୁଣା …
ତେବେ ପରବତରୀ ସମାୟାରେ ସେ ପାର୍ବତୀ ରୂପରେ ଜନ୍ମ ନେଇଥିଲେ .. ଦେବୀଙ୍କର ପ୍ରମୁଖ ଭାବେ ଦଶଟି ରୂପ ରହିଛି ..ଦଶ ଦିଗରେ ଯେଉଁ ଦଶଟି ଭୟଙ୍କରୀ ମୂର୍ତ୍ତି ରହିଛି ମାଙ୍କର ..ଆଉ ଏହାକୁ ହିଁ ଦଶ ମହାବିଦ୍ୟା କୁହାଯାଏ ..
ଏହି ଦଶ ମହାବିଦ୍ୟା ହେଉଛନ୍ତି :
1.କାଳୀ ବା ମହାକାଳୀ
2. ତାରା
3. ଦେବୀ ଷୋଡ଼ଶୀ ବା ତ୍ରିପୁରା ସୁନ୍ଦରୀ
4. ଭୁବନେଶ୍ୱରୀ
5. ଭୈରବୀ
6. ଛିନ୍ନମସ୍ତl
7. ଧୂମାବତୀ
8.ଦେବୀ ବଗଳାମୁଖୀ
9. ମାତଙ୍ଗୀ
10. କମଳା
ଦଶମହାବିଦ୍ୟା ସାଧନା ଅତୀକଷ୍ଟ ହୋଇଥାଏ l ଭକ୍ତ ଠିକ ନିଷ୍ଠାର ସହକାରେ ଏହା ସାଧନ ନ କଲେ ବହୁତ କ୍ଷତି ମଧ୍ୟ ହୋଇଥାଏ l ଦଶମହାବିଦ୍ୟା ସାଧନ ପାଇଁ ମାର୍କଣ୍ଡେୟ ପୁରାଣରେ ଦୁର୍ଗା ସପ୍ତସତୀରେ ମାର୍ଗ ନିର୍ଦ୍ଧେଶ କରାଯାଇଛି l ଯାହାକୁ ପଢି ଆପଣ ଏହି ବିଦ୍ୟାର ଅନୁସରଣ କରିପାରିବେ ..