ରେଲୱେ କ୍ରସିଂ ଗେଟମ୍ୟାନଙ୍କ ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ବଞ୍ଚିଗଲା ଶତାଧିକ ଯାତ୍ରୀଙ୍କ ଜୀବନ, ୪ ଡବା ଜଳି ପୋଡି ପାଉଁଶ
ଆଗ୍ରାରେ ଭଦାଇ ରେଳ ଷ୍ଟେସନ ରେଲୱେ କ୍ରସିଂ ଗେଟ୍ମ୍ୟାନଙ୍କ ଯୋଗୁଁ ଟଳିଗଲା ବଡ ଦୁର୍ଘଟଣା । ଟ୍ରେନରେ ଭୟଙ୍କର ନିଆଁ ଲାଗିବାରୁ ରକ୍ଷା କରିଥିଲେ ଗେଟମ୍ୟାନ୍ ୟଶପାଲ ସିଂ । ଏହି ଘଟଣାରେ ଟ୍ରେନର ୪ଟି ବଗି ନିଆଁରେ ଛାରଖାର ହୋଇଯାଇଛି ।
ଉତ୍ତରପ୍ରଦେଶର ଆଗ୍ରାରେ ଭଦାଇ ରେଳ ଷ୍ଟେସନ ରେଲୱେ କ୍ରସିଂ ଗେଟ୍ମ୍ୟାନଙ୍କ ଯୋଗୁଁ ଟଳିଗଲା ବଡ ଦୁର୍ଘଟଣା । ଟ୍ରେନରେ ଭୟଙ୍କର ନିଆଁ ଲାଗିବାରୁ ରକ୍ଷା କରିଥିଲେ ଗେଟମ୍ୟାନ୍ ୟଶପାଲ ସିଂ । ଏହି ଘଟଣାରେ ଟ୍ରେନର ୪ଟି ବଗି ନିଆଁରେ ଛାରଖାର ହୋଇଯାଇଛି । ଟ୍ରେନରେ ନିଆଁ ଲାଗିବା ଯୋଗୁଁ ୧୧ ଜଣ ଜଳିଯାଇଥିଲେ । ସେମାନଙ୍କ ଚିକିତ୍ସା ହସପିଟାଲରେ ଚାଲିଛି ।
ଖବର ମୁତାବକ, ୨୫ ଅକ୍ଟୋବର ଦିନ ପାତାଳକୋଟ୍ ଏକ୍ସପ୍ରେସ ଟ୍ରେନ ପଞ୍ଜାବ ଫରୀଦକୋଟରୁ ମଧ୍ୟପ୍ରଦେଶ ସିୟୋନୀ ଯାଉଥିଲା । ଟ୍ରେନ ଦିନ ୩.୩୭ ମିନିଟରେ ଆଗ୍ରା ଠାରୁ ୧୦ କିମି ଦୂର ଭଦାଇ ଷ୍ଟେସନ ପାସ୍ କରିବା ପରେ ଦୁଇଟି ଜେନେରାଲ ବଗିରେ ନିଆଁ ଲାଗିବା ଯୋଗୁଁ ଲୋକେ ଚିତ୍କାର କରିଥିଲେ ।
ଟ୍ରେନରେ ନିଆଁ ଲାଗିବା ଦେଖି ଭଦାଇ ରେଳ ଷ୍ଟେସନ ରେଲୱେ କ୍ରସିଂ ଗେଟମ୍ୟାନ ୟଶପାଲ ସିଂ ତୁରନ୍ତ ଷ୍ଟେସନ ମାଷ୍ଟରକୁ ସୂଚନା ଦେଇଥିଲେ । ଆଉ ବଡ ଅଘଟଣ ହେବାରୁ ରୋକିଦେଇଥିଲେ । ଟ୍ରେନ ରହିବା ବେଳକୁ କିଛି ଯାତ୍ରୀ ଟ୍ରେନ ଝରକା ଦେଇ ଡେଇଁ ପଡିଥିଲେ । ସେମାନଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଟ୍ରେନରେ ନିଆଁ ଲାଗିବା ଯୋଗୁଁ ୧୧ ଜଣ ଜଳିଯାଇଥିଲେ । ସେମାନଙ୍କ ଚିକିତ୍ସା ହସପିଟାଲରେ ଚାଲିଛି ।
#WATCH | Agra, Uttar Pradesh: PRO, Agra Division Prashasti Srivastava says, “On October 25 we got the information that the two general coaches of Patalkot Express caught fire. Immediately police force was sent there. Five fire tender vehicles were used to extinguish the flame.… pic.twitter.com/EDfWFDNyhd
— ANI (@ANI) October 25, 2023
ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରେନ ନିଆଁ ଲିଭାଇବାକୁ ଚେଷ୍ଟା କରାଯାଇଥିଲା । ୩ ଘଣ୍ଟା ପରେ ଟ୍ରେନ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଏହି ଘଟଣାରେ ଟ୍ରେନର ୪ଟି ବଗି ନିଆଁରେ ଛାରଖାର ହୋଇଯାଇଛି । ପ୍ରଥମେ ନିଆଁ ଲାଗିଥିବା ୨ଟି ବଗିରେ ୧୫୦ରୁ ଅଧିକ ଯାତ୍ରୀ ରହିଥିଲେ । ତେବେ ଅଗ୍ନିଶମ ବିଭାଗ, ସ୍ଥାନୀୟ ଲୋକେ, ଆମ୍ବୁଲାନ୍ସ, ରିଲିଫ ଟ୍ରେନ ଘଟଣାସ୍ଥଳରେ ପହଞ୍ଚିଥିଲା ।