ଗାର୍ମେଣ୍ଟ ସୋରୁମରେ ଅଗ୍ନିକାଣ୍ଡ, ପୋଡିଗଲା ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି

ନୟାଗଡ ସହରର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ଯାମ୍ ଗାର୍ମେଣ୍ଟ ସୋରୁମରେ ଅଗ୍ନିକାଣ୍ଡ । ବିଳମ୍ବିତରେ ନିଆଁ ଲାଗିଥିବା ଅନୁମାନ । ନିଆଁ ଲିଭାଇବାରେ ୪ଟି ଦମକଳ ଏବଂ ୩୦ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ ।

ନୟାଗଡ (କେନ୍ୟୁଜ): ନୟାଗଡ ସହରର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ଯାମ୍ ଗାର୍ମେଣ୍ଟ ସୋରୁମରେ ଅଗ୍ନିକାଣ୍ଡ । ବିଳମ୍ବିତରେ ନିଆଁ ଲାଗିଥିବା ଅନୁମାନ । ନିଆଁ ଲିଭାଇବାରେ ୪ଟି ଦମକଳ ଏବଂ ୩୦ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ । ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଥିବା ମାଲିକଙ୍କ ସୂଚନା । ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ ।

ସବୁଦିନପରି ଗତକାଲି ରାତି ୧୦ଟାରେ ଦୋକାନ ମାଲିକ ଏବଂ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୩ଟା ସମୟରେ ସ୍ଥାନୀୟ ଲୋକମାନେ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଖବରପାଇ ଘଟଣାସ୍ଥଳକୁ ଆସିଥିଲେ । ତେବେ ଦୋକାନ ସଂପୂର୍ଣ୍ଣ ବନ୍ଦ ଥିବାରୁ ନିଆଁ ଆୟତ୍ତ କରିବା କଷ୍ଟକର ହୋଇପଡିଥିଲା । ନୟାଗଡ , ନୂଆଗାଁ , ଖଣ୍ଡପଡାରୁ ୪ଦମକଳଗାଡି ଏବଂ ୩୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁଲିଭାରେ ନିୟୋଜିତ ହୋଇଥିଲେ । ସୋରୁମର ଆକାର ବଡ ହୋଇଥିବାରୁ ଏବଂ ଭିତରୁ ଧୁଆଁ ଯୋରରେ ବାହାରୁଥିବାରୁ ନିଆଁ ଆୟତ୍ତ କରିବାକୁ ୪ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏପରିକି ନିଆଁ ଲିଭାଇବା ପାଇଁ ଜେସିବି ଲଗାଇ ଦୋକାନଘର ଭାଙ୍ଗିବାକୁ ପଡିଥିଲା । ନିଆଁ କିପରି ଲାଗିଲା ସେ ସମ୍ପର୍କରେ ପରେ ଜଣାପଡିବ ବୋଲି ଫାୟାର ଅଫିସର୍ କହିଥିବାବେଳେ ସିଲିଙ୍ଗରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି ବୋଲି ଦୋକାନ ମାଲିକ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.