ଚିକବଲ୍ଲାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୨ ମୃତ, ଜଣେ ଗୁରୁତର

ଘନ କୁହୁଡି ଯୋଗୁଁ ଟାଙ୍କରକୁ ସାମ୍ନା ପଟୁ ଧକ୍କା ଦେଲା ଟାଟା ସୁମୋ ଗାଡି । ଘଟଣା ସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କର୍ଣ୍ଣାଟକର ଚିକବଲ୍ଲାପୁରରେ ଏଭଳି ଦୁର୍ଘଟଣା ହୋଇଛି ।

କର୍ଣ୍ଣାଟକର ଚିକବଲ୍ଲାପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁବାର ସକାଳ ୭ଟା ୧୫ ମିନିଟ ସମୟରେ ଜାତୀୟ ରାଜପଥ ୪୪ରେ ଚିତ୍ରାବତୀ ଟ୍ରାଫିକ ପୋଲିସ ଷ୍ଟେସନ ସମୟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଖବର ମୁତାବକ, କର୍ଣ୍ଣାଟକର ଚିକବଲ୍ଲାପୁର ଜାତୀୟ ରାଜପଥ ୪୪ରେ ରାସ୍ତା କଡରେ ଏକ ଟାଙ୍କର ରହିଥିଲା । ହେଲେ ସାମ୍ନା ପଟୁ ଆସୁଥିବା ଏକ ଟାଟା ସୁମୋ କାର ଘନ କୁହୁଡି ଯୋଗୁଁ ଦେଖି ନ ପାରି ଟାଙ୍କରକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ସମସ୍ତଙ୍କୁ ହସପିଟାଲ ନିଆଯାଇଥିଲା, ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଜଣେ ଆହତଙ୍କ ଚିକିତ୍ସା ଚାଲିଛି ।

ସକାଳ ୭.୧୫ ମିନିଟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୮ ଜଣ ପୁରୁଷ ଏବଂ ୪ ଜଣ ମହିଳା ରହିଛନ୍ତି । ଘନ କୁହୁଡି ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା ପୋଲିସ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.