ସେବାୟତଙ୍କ ମଧ୍ୟରେ ତୁଟୁନି ବିବାଦ : କାଲିଠୁ ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ

କାଲିଠୁ ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ଜମି ବିବାଦକୁ ନେଇ ଗତକାଲିଠାରୁ ବନ୍ଦ ରହିଛି ନୀତିକାନ୍ତି । ଯାହାକୁ ନେଇ ଶ୍ରଦ୍ଧାଳୁ ବ୍ୟଥିତ ହୋଇଛନ୍ତି । କାରଣ ୨୪ ଘଣ୍ଟା ପରେ ବି ଉପାସରେ ମହାପ୍ରଭୁ ଲିଙ୍ଗରାଜ । ମଙ୍ଗଳ ଆଳତି ପରଠାରୁ ଆଉ ଠାକୁରଙ୍କର କୌଣସି ନୀତିକାନ୍ତି ହୋଇନାହିଁ ।

ଭୁବନେଶ୍ୱର (କେନ୍ୟୁଜ): କାଲିଠୁ ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ଜମି ବିବାଦକୁ ନେଇ ଗତକାଲିଠାରୁ ବନ୍ଦ ରହିଛି ନୀତିକାନ୍ତି । ଯାହାକୁ ନେଇ ଶ୍ରଦ୍ଧାଳୁ ବ୍ୟଥିତ ହୋଇଛନ୍ତି । କାରଣ ୨୪ ଘଣ୍ଟା ପରେ ବି ଉପାସରେ ମହାପ୍ରଭୁ ଲିଙ୍ଗରାଜ । ମଙ୍ଗଳ ଆଳତି ପରଠାରୁ ଆଉ ଠାକୁରଙ୍କର କୌଣସି ନୀତିକାନ୍ତି ହୋଇନାହିଁ ।

ଲିଙ୍ଗରାଜଙ୍କ ୨ ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଚାଲିଥିବା ଦୋକାନଘର ନିର୍ମାଣକୁ ବିରୋଧ କରି ସେବା କରୁନାହାନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ। ଅନ୍ୟପଟେ ବଡୁ ନିଯୋଗ କରିଆସୁଥିବା ନୀତି ଚାଲୁ ରଖିଥିବା ବେଳେ ସାହାଣମେଲା ଦର୍ଶନ ଜାରି ରହିଛି । ତେବେ ୧୨ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ସମସ୍ୟାର ସମାଧାନ ପାଇଁ ମନ୍ଦିର ପ୍ରଶାସନ, ଦେବୋତ୍ତର କମିସନର କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ। ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୂର୍ବରୁ ଏହାକୁ ଅନ୍ୟ ନିଯୋଗ ଚ୍ୟାଲେଂଜ କରିବା ଫଳରେ ଦୋକାନ ଘର ନିର୍ମାଣ କାମ ବନ୍ଦ ରହିଥିଲା। ହେଲେ ହାଇକୋର୍ଟ କିଭଳି ଏହାକୁ ପୁଣି ଚାଲୁପାଇଁ ଅଦେଶ ଦେଲେ ବୋଲି ପ୍ରଶ୍ନ ଉଠାଇଛି ବଡୁ ନିଯୋଗ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.