ମଝି ସମୁଦ୍ରରୁ ଉଦ୍ଧାର ହେଲା ‘ସମୁଦ୍ର କୌସ୍ତୁଭ’ ଜାହାଜ; ଇଞ୍ଜିନ ଖରାପ ଯୋଗୁ ଫସିରହିଥିଲା

ପାରାଦ୍ବୀପ NQ-2, ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସିଥିବା ଜାହାଜ । ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା ଜାହାଜ ସମୁଦ୍ର କୌସ୍ତୁଭ। ଇଞ୍ଜିନ ଖରାପ ହୋଇଯାଇଥିବାରୁ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ ସମୁଦ୍ର ମଝିରେ ଫସିରହିଥିଲା ।

ପାରାଦ୍ବୀପ (କେନ୍ୟୁଜ): ପାରାଦ୍ବୀପ NQ-2, ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସିଥିବା ଜାହାଜ । ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା ଜାହାଜ ସମୁଦ୍ର କୌସ୍ତୁଭ। ଇଞ୍ଜିନ ଖରାପ ହୋଇଯାଇଥିବାରୁ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ ସମୁଦ୍ର ମଝିରେ ଫସିରହିଥିଲା ।

ଜାହାଜରେ ଥିଲେ ୨୫ କ୍ରିୟୁ ମେମ୍ବର। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣା ପଡିଛି। ଫ୍ୟାନରେ ରଶି ଗୁଡାଇ ହୋଇଯାଇଥିବାରୁ ଇଞ୍ଜିନ ଖରାପ ହୋଇପଡିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଗତକାଲି ଠାରୁ କୋଷ୍ଟଗାର୍ଡର ଆଇଏନ୍ଏସ ଅମୋଘ ଜାହାଜ ସାହାଯ୍ୟ ରେ ଜାହାଜକୁ ଟଣା ହୋଇ ଆଙ୍କରେଜ ଇଲାକାରେ ରଖାଯାଇଥିଲା । ବିଳମ୍ବିତ ରାତିରେ ଟଗବୋଟ ସାହାଯ୍ୟରେ ଟଣା ହୋଇ ବର୍ଥରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.