Below header

ଚୋରଙ୍କୁ ଧରାଇ ଦେବାରୁ ମରଣାନ୍ତକ ଆକ୍ରମଣ, ହୋଟେଲ ମାଲିକଙ୍କୁ ହାଣିଲେ ଦୁର୍ବୃତ୍ତ

ଏପଟେ ଭସାଣ ଉତ୍ସବ, ସେପଟେ ରକ୍ତପାତ। ହୋଟେଲ ମାଲିକଙ୍କୁ ହାଣିଲେ ଦୁର୍ବୃତ୍ତ। ଖଣ୍ଡା ଚୋଟରେ ଗୁରୁତର ଆହତ ହୋଇଛନ୍ତି ସାଜନ ସାମଲ। ଭୁବନେଶ୍ବର ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗ ବିହାର ଅଞ୍ଚଳରେ ଆକ୍ରମଣ ହୋଇଛି।

ଭୁବନେଶ୍ୱର (କେନ୍ୟୁଜ): ଏପଟେ ଭସାଣ ଉତ୍ସବ, ସେପଟେ ରକ୍ତପାତ। ହୋଟେଲ ମାଲିକଙ୍କୁ ହାଣିଲେ ଦୁର୍ବୃତ୍ତ। ଖଣ୍ଡା ଚୋଟରେ ଗୁରୁତର ଆହତ ହୋଇଛନ୍ତି ସାଜନ ସାମଲ। ଭୁବନେଶ୍ବର ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗ ବିହାର ଅଞ୍ଚଳରେ ଆକ୍ରମଣ ହୋଇଛି।

ଗତକାଲି ରାତିରେ ଭସାଣ ଉତ୍ସବ ଚାଲିଥିବାବେଳେ କିଛି ଦୁର୍ବୃତ୍ତ ସାଜନଙ୍କୁ ଆକ୍ରମଣ କରିଥିଲେ। ଅଭିଯୋଗ ଅନୁଯାୟୀ ଦଶରା ସମୟରେ ହୋଟେଲ ବନ୍ଦ ଥିବାବେଳେ କିଛି ଦୁର୍ବୃତ୍ତ ଭିତରେ ପଶି ଚୋରି କରିଥିଲେ। ସିସିଟିଭି ଦେଖି ସାଜନ ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲିସ ସମସ୍ତଙ୍କୁ ଗିରଫ କରିଥିଲା। ହେଲେ ପରେ ସେମାନଙ୍କୁ ଛାଡ଼ି ଦେଇଥିଲା। ପ୍ରତିଶୋଧପରାୟଣ ହୋଇ ଗତକାଲି ରାତିରେ ଆସି ଦୁର୍ବୃତ୍ତମାନେ ସାଜନଙ୍କୁ ଆକ୍ରମଣ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.