ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ କ୍ରେଡିଟ୍‌ ଅଫିସର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଛନ୍ତି, ତେବେ ତୁରନ୍ତ କରନ୍ତୁ ଆବେଦନ । ଏଠାରେ କ୍ରେଡିଟ ଅଫିସର ସହିତ ୧୦୦ ପଦବୀ ଖାଲିପଡିଛି । ଏଥିରୁ କ୍ରେଡିଟ ଅଫିସର ସ୍କେଲ II ରେ ୫୦ ଏବଂ କ୍ରେଡିଟ ଅଫିସର ସ୍କେଲ III ରେ ୫୦ ପଦବୀ ଖାଲିପଡିଛି ।

ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ଖାଲିପଡିଛି ଅନେକ ପଦବୀ । ଯଦି ବ୍ୟାଙ୍କ ଚାକିରି ଖୋଜୁଛନ୍ତି, ତେବେ ତୁରନ୍ତ କରନ୍ତୁ ଆବେଦନ । ଏଠାରେ କ୍ରେଡିଟ ଅଫିସର ସହିତ ୧୦୦ ପଦବୀ ଖାଲିପଡିଛି । ଏଥିରୁ କ୍ରେଡିଟ ଅଫିସର ସ୍କେଲ II ରେ ୫୦ ଏବଂ କ୍ରେଡିଟ ଅଫିସର ସ୍କେଲ III ରେ ୫୦ ପଦବୀ ଖାଲିପଡିଛି । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁମାନେ ଆବେଦନ କରିବା ପାଇଁ ଚାହୁଛନ୍ତି, ତୁରନ୍ତ ୱେବସାଇଟକୁ ଯାଇ ଫର୍ମ ପୂରଣ କରନ୍ତୁ ।
ଏହି ପଦବୀରେ କେବଳ ଅନଲାଇନ ମାଧ୍ୟମରେ ହେବ । ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଅଫିସିଆଲ ୱେବସାଇଟ bankofmaharashtra.in କୁ ଯିବାକୁ ହେବ ।

ପଦବୀ ବିବରଣୀ : ୧୦୦

କ୍ରେଡିଟ ଅଫିସର ସ୍କେଲ II : ୫୦
କ୍ରେଡିଟ ଅଫିସର ସ୍କେଲ III : ୫୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୬, ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଅତି କମରେ ୬୦ ପ୍ରତିଶତ ମାର୍କ ସହିତ ଗ୍ରାଜୁଏସନ କରିଥିବା ଜରୁରୀ । ଅନୁସୂଚିତ ଜାତି/ଜନଜାତି, ଓବିସି/PWD ପ୍ରାର୍ଥୀ ୫୫ ପ୍ରତିଶତ ମାର୍କ ରଖିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୫ ରୁ ୩୫ ବର୍ଷ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ଅଣସରଂକ୍ଷିତ ପ୍ରାର୍ଥୀ/EWS/ଓବିସି ପ୍ରାର୍ଥୀ ୧୧୮୦ ଟଙ୍କା ଦେବାକୁ ହେବ । ଅନ୍ୟମାନେ ୧୧୮ ଟଙ୍କା ଶୁଳ୍କ ଦେଇ ଆବେଦନ କରିପାରିବେ ।

କେମିତି କରିବେ ଆବେଦନ :

ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ bankofmaharashtra.in କୁ ଯିବାକୁ ହେବ ।
ଏହାପରେ କ୍ୟାରିଅର ଟାବରେ କ୍ଲିକ୍‌ କରି ରିକ୍ର୍ୟୁଟେଣ୍ଟେ ପ୍ରୋସେସର କରେଣ୍ଟ ଓପିନିଂ ଟାବ୍‌ ଖୋଲିବାକୁ ହେବ ।
ଏହାପରେ Recruitment Of Credit Officers Scale II & III Project 2023 – 24 ଲିଙ୍କ ଖୋଲିବାକୁ ହେବ ।
ଏହା କରି ସାରବା ପରେ ରେଜିଷ୍ଟର କରିବା ପରେ ଆପ୍ଲିକେସନ ଭରନ୍ତୁ ।
ଫର୍ମ ଭରିବା ପରେ ସବମିଟ୍‌ କରି ଆବେଦନ ଶୁଳ୍କ ଭରନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.