ନରୱେରେ ରହିଛି ୧୪୦୦ ବର୍ଷର ପୁରୁଣା ମନ୍ଦିର, ଯାହା ସମ୍ପୂର୍ଣ୍ଣ ସୁନାରେ ପରିପୂର୍ଣ୍ଣ

ନରୱେରେ ଥିବା ଏହି ମନ୍ଦିର ନର୍ସ ଦେବତାଙ୍କର ଅଟେ । ଏହି ମନ୍ଦିର ଭିତରୁ ପ୍ରତ୍ନତତ୍ତ୍ୱବିତଙ୍କୁ କିଛି ମୂର୍ତ୍ତୀ ମଧ୍ୟ ମିଳିଛି । ଯାହା ଉପରେ ଦେବତାଙ୍କ ଚିତ୍ର ତିଆରି କରାଯାଇଛି । ଏହି ସବୁ ମୂର୍ତ୍ତୀ ସୁନାରେ ନିର୍ମିତ ।

(କେନ୍ୟୁଜ): ଯେତେବେଳେ କୌଣସି ମନ୍ଦିରର କଥା ଆସେ, ଲୋକଙ୍କ ମନକୁ ଆସୁଥିବା ପ୍ରଥମ ନାମ ହେଉଛି ଭାରତ । ବାସ୍ତବରେ ଭାରତର ସମସ୍ତ ଗଳି କନ୍ଦିରେ ଆପଣ ମନ୍ଦିର ପାଇପାରିବେ । ସେଥିପାଇଁ ଲୋକେ ଭାରତକୁୁ ମନ୍ଦିରର ଦେଶ ବୋଲି କହିଥାନ୍ତି । ଭାରତରେ ଅନେକ ଏପରି ମନ୍ଦିର ରହିଛି ଯାହା ଭିତରେ ଏତେ ସୁନା ରହିଛି ଯାହାର କଳ୍ପନା ଆପଣ କରିପାରିବେ ନାହିଁ । କିନ୍ତୁ ଆଜି ଆମେ ଭାରତର କୌଣସି ମନ୍ଦିର ବିଷୟରେ ନୁହଁ ବରଂ ନରୱେର ଏକ ମନ୍ଦିର ବିଷୟରେ କହୁଛୁ । କୁହାଯାଉଛି ଯେ ଏହି ମନ୍ଦିରରେ ସୁନାର ଭଣ୍ଡାର ରହିଛି । ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ ।

ନରୱେରେ ଥିବା ଏହି ମନ୍ଦିର ନର୍ସ ଦେବତାଙ୍କର ଅଟେ । ଏହି ମନ୍ଦିର ଭିତରୁ ପ୍ରତ୍ନତତ୍ତ୍ୱବିତଙ୍କୁ କିଛି ମୂର୍ତ୍ତୀ ମଧ୍ୟ ମିଳିଛି । ଯାହା ଉପରେ ଦେବତାଙ୍କ ଚିତ୍ର ତିଆରି କରାଯାଇଛି । ଏହି ସବୁ ମୂର୍ତ୍ତୀ ସୁନାରେ ନିର୍ମିତ । କିନ୍ତୁ ବର୍ଗ ଆକାରର ଏହି ମୂର୍ତ୍ତୀ କାଗଜ ପରି ପତଳା । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ମୂର୍ତ୍ତୀ ଉପରେ ନର୍ସ ଦେବତା ଏବଂ ଦେବୀ ଗର୍ଡଙ୍କ ଚିତ୍ର ତିଆରି ହୋଇଛି । ୟୁନିଭର୍ସିଟି ଅଫ ଓସ୍ଲୋ ରିପୋର୍ଟ ଅନୁସାରେ, ଏହି ମୂର୍ତ୍ତୀ ସବୁ ମେରୋବିଂଗିୟନ ସମୟର ଅଟେ ଯାହା ୫୫୦ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା ।

ଏହି ମେରୋବିଂଗିୟନ ଅବଧି ବାଇକିଙ୍ଗ ଯୁଗ ପର୍ଯ୍ୟନ୍ତ ଜାରି ରହିଲା । କହିରଖୁଛୁ ଯେ, ବାଇକିଙ୍ଗ ଯୁଗର ଲୋକମାନେ ଖୁବ୍‌ ଶକ୍ତିଶାଳୀ ଥିଲେ । ସେମାନେ ନିଜ ସଭ୍ୟତା ଏବଂ ଧର୍ମକୁ ବହୁ ଦୂର ପର୍ଯ୍ୟନ୍ତ ବିସ୍ତାର କରିଥିଲେ । ସୁନା ଖୋଜିବା ବିଷୟରେ କହିବାକୁ ଗଲେ ଏଠାରେ ପ୍ରାୟ ୩୫ଟି ସୁନାର ଖଣ୍ଡ ମିଳିଛି । ଏଠାକାର ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ମନ୍ଦିରର ତଳ କୋଠରୀ ସମ୍ପୂର୍ଣ୍ଣ ସୁନାରେ ପରିପୂର୍ଣ୍ଣ । କିନ୍ତୁ ଏପର୍ଯ୍ୟନ୍ତ ଏହାର ଆବିଷ୍କାର ହୋଇପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.