ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ପଞ୍ଚୁବରାହୀ ମନ୍ଦିରରୁ ଚୋରି

ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଚିତ ରାଜନଗର ସାତଭାୟାର ପଞ୍ଚୁବରାହୀ ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ମା’ଙ୍କ ସୁନା,ରୂପା ଅଳଙ୍କାର ସହ ହୁଣ୍ଡିରୁ ଟଙ୍କା ଲୁଟି ନେଇଛନ୍ତି ଦୃବୁର୍ତ୍ତ। ମା’ଙ୍କ ମନ୍ଦିରରୁ ପ୍ରଥମଥର ଚୋରି ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ।

ଠାକୁରଙ୍କୁ ବି ଛାଡ଼ିଲେନି । ମଣିଷଙ୍କୁ ତ ଲୁଟୁଥିଲେ ଏବେ ଭଗବାନଙ୍କୁ ବି ଲୁଟିବାକୁ ପଛାଇଲେନି । ରାତିରେ କଳାକନା ବୁଲାଇ ମା’ଙ୍କର ସମସ୍ତ ସୁନା ଅଳଙ୍କାର ଚୋରେଇ ନେଲେ ଦୁବୃର୍ତ୍ତ । ଅଳଙ୍କାର ସହ ହୁଣ୍ଡିର ଟଙ୍କାକୁ ବି ଚୋରେଇ ନେଇଛନ୍ତି । ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଚିତ ରାଜନଗର ସାତଭାୟାର ପଞ୍ଚୁବରାହୀ ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ମା’ଙ୍କ ସୁନା,ରୂପା ଅଳଙ୍କାର ସହ ହୁଣ୍ଡିରୁ ଟଙ୍କା ଲୁଟି ନେଇଛନ୍ତି ଦୃବୁର୍ତ୍ତ। ମା’ଙ୍କ ମନ୍ଦିରରୁ ପ୍ରଥମଥର ଚୋରି ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ପୂର୍ବରୁ କେବେ ଏଭଳି ଅଘଟଣ ଘଟିନଥିବା ବେଳେ ପ୍ରଥମ ଥର ଚୋରି ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବା ପାଇଁ ମିଳିଛି । ଘଟଣା ସ୍ଥଳରେ ରାଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାତଭାୟାରେ ସମୁଦ୍ର କୂଳରେ ମା’ ଙ୍କ ମନ୍ଦିର ଥିବା ବେଳେ ସମୁଦ୍ର କୂଳ ଲଙ୍ଘିବାରୁ ସାତଭାୟା ବାସୀଙ୍କ ସହ ମା ପଞ୍ଚୁବରାହୀଙ୍କୁ ବାଗପଟିଆକୁ ସ୍ଥାନାନ୍ତରିତ କରାଯାଇଥିଲା ।

ମା’ ପଞ୍ଚୁବରାହୀଙ୍କ ପୀଠ ଅନ୍ୟତମ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତମାନେ ମା’ଙ୍କ କୃପା ଲାଭ ପାଇଁ ଆସନ୍ତି । ସାତଭାୟାର ଆରାଧ୍ୟା ଦେବୀ ମା ପଞ୍ଚୁବରାହୀ ପୀଠର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ । ମା ଙ୍କର ଆବିର୍ଭାବକୁ ନେଇ ରହିଛି ଅନେକ କାହାଣୀ । ସେଥିମଧ୍ୟରେ ମା’ଙ୍କର ପୂଜକ ଆଉ ପୂଜାକୁ ନେଇ ମଧ୍ୟ ଅନେକ କିମ୍ବଦନ୍ତୀ ରହିଛି। କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ସାତଭାୟା ପଞ୍ଚାୟତରେ କାହିଁ କେଉଁ ଅନାଦି କାଳରୁ ପୂଜା ପାଇ ଆସୁଛନ୍ତି ମା’ ପଞ୍ଚୁବରାହୀ ।

ରାଜ୍ୟ ତଥା ଦେଶରେ ଥିବା ଅନ୍ୟ ମନ୍ଦିରର ପୂଜା ଠାରୁ ଏହି ମନ୍ଦିରର ପୂଜା ଭିନ୍ନ । ସପ୍ତାହର ପ୍ରତ୍ୟେକ ମଙ୍ଗଳବାର ଏଠାରେ ପୂଜା ବନ୍ଦ ରହିଥାଏ । ସେହିଭଳି କେବଳ ଶବର ସମ୍ପ୍ରଦାୟର ସଧବା ମହିଳା ଏହିଠାରେ ମା’ଙ୍କୁ ପୂଜା କରିବାର ଦେଖାଯାଏ । ମନ୍ଦିରରେ ମା’ଙ୍କୁ ଲାଗି କରାଯାଉଥିବା ଭୋଗ କେବଳ ଚୁଲିରେ ପ୍ରସ୍ତୁତ କରାଯାଏ ଏବଂ ମା’ଙ୍କ ପାଖରେ ଆମିଷ ଭୋଗ ଲାଗି କରାଯାଇଥାଏ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ଅନ୍ୟପଟେ ଓଡ଼ିଆ ମାନଙ୍କର ଗଣପର୍ବ ରଜ ପର୍ବରେ ମଧ୍ୟ ଏହି ମନ୍ଦିରରେ ପୂଜା ସମ୍ପୂର୍ଣ୍ଣ ବନ୍ଦ ରହିଥାଏ । ତେବେ ମା’ଙ୍କ ଏହି ମନ୍ଦିର ସାରା ରାଜ୍ୟରେ ପ୍ରସିଦ୍ଧ ତେଣୁ ଭକ୍ତମାନେ ମା’ଙ୍କ ପାଇଁ ବିଭିନ୍ନ ପ୍ରକାର ଅଳଙ୍କାର ଦେଇଥାନ୍ତି । କିନ୍ତୁ କିଛି ଦୁବୃର୍ତ୍ତଙ୍କ ଲୋଲୁପ ନଜରରେ ଥିଲା ମା’ଙ୍କ ଅଳଙ୍କାର ଓ ହୁଣ୍ଡିରେ ଥିବା ଟଙ୍କା । ଆଉ ସୁଯୋଗ ଦେଖି ମା’ଙ୍କର ସମସ୍ତ ଅଳଙ୍କାରକୁ ଲୁଟି ନେଇଥିଲେ ଦୁବୃର୍ତ୍ତ । ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.