ରେଲୱେ କ୍ରସିଂ ଗେଟମ୍ୟାନଙ୍କ ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ବଞ୍ଚିଗଲା ଶତାଧିକ ଯାତ୍ରୀଙ୍କ ଜୀବନ, ୪ ଡବା ଜଳି ପୋଡି ପାଉଁଶ

ଆଗ୍ରାରେ ଭଦାଇ ରେଳ ଷ୍ଟେସନ ରେଲୱେ କ୍ରସିଂ ଗେଟ୍‌ମ୍ୟାନଙ୍କ ଯୋଗୁଁ ଟଳିଗଲା ବଡ ଦୁର୍ଘଟଣା । ଟ୍ରେନରେ ଭୟଙ୍କର ନିଆଁ ଲାଗିବାରୁ ରକ୍ଷା କରିଥିଲେ ଗେଟମ୍ୟାନ୍‌ ୟଶପାଲ ସିଂ । ଏହି ଘଟଣାରେ ଟ୍ରେନର ୪ଟି ବଗି ନିଆଁରେ ଛାରଖାର ହୋଇଯାଇଛି ।

ଉତ୍ତରପ୍ରଦେଶର ଆଗ୍ରାରେ ଭଦାଇ ରେଳ ଷ୍ଟେସନ ରେଲୱେ କ୍ରସିଂ ଗେଟ୍‌ମ୍ୟାନଙ୍କ ଯୋଗୁଁ ଟଳିଗଲା ବଡ ଦୁର୍ଘଟଣା । ଟ୍ରେନରେ ଭୟଙ୍କର ନିଆଁ ଲାଗିବାରୁ ରକ୍ଷା କରିଥିଲେ ଗେଟମ୍ୟାନ୍‌ ୟଶପାଲ ସିଂ । ଏହି ଘଟଣାରେ ଟ୍ରେନର ୪ଟି ବଗି ନିଆଁରେ ଛାରଖାର ହୋଇଯାଇଛି । ଟ୍ରେନରେ ନିଆଁ ଲାଗିବା ଯୋଗୁଁ ୧୧ ଜଣ ଜଳିଯାଇଥିଲେ । ସେମାନଙ୍କ ଚିକିତ୍ସା ହସପିଟାଲରେ ଚାଲିଛି ।

ଖବର ମୁତାବକ, ୨୫ ଅକ୍ଟୋବର ଦିନ ପାତାଳକୋଟ୍‌ ଏକ୍ସପ୍ରେସ ଟ୍ରେନ ପଞ୍ଜାବ ଫରୀଦକୋଟରୁ ମଧ୍ୟପ୍ରଦେଶ ସିୟୋନୀ ଯାଉଥିଲା । ଟ୍ରେନ ଦିନ ୩.୩୭ ମିନିଟରେ ଆଗ୍ରା ଠାରୁ ୧୦ କିମି ଦୂର ଭଦାଇ ଷ୍ଟେସନ ପାସ୍‌ କରିବା ପରେ ଦୁଇଟି ଜେନେରାଲ ବଗିରେ ନିଆଁ ଲାଗିବା ଯୋଗୁଁ ଲୋକେ ଚିତ୍କାର କରିଥିଲେ ।

ଟ୍ରେନରେ ନିଆଁ ଲାଗିବା ଦେଖି ଭଦାଇ ରେଳ ଷ୍ଟେସନ ରେଲୱେ  କ୍ରସିଂ ଗେଟମ୍ୟାନ ୟଶପାଲ ସିଂ ତୁରନ୍ତ ଷ୍ଟେସନ ମାଷ୍ଟରକୁ ସୂଚନା ଦେଇଥିଲେ । ଆଉ ବଡ ଅଘଟଣ ହେବାରୁ ରୋକିଦେଇଥିଲେ । ଟ୍ରେନ ରହିବା ବେଳକୁ କିଛି ଯାତ୍ରୀ ଟ୍ରେନ ଝରକା ଦେଇ ଡେଇଁ ପଡିଥିଲେ । ସେମାନଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଟ୍ରେନରେ ନିଆଁ ଲାଗିବା ଯୋଗୁଁ ୧୧ ଜଣ ଜଳିଯାଇଥିଲେ । ସେମାନଙ୍କ ଚିକିତ୍ସା ହସପିଟାଲରେ ଚାଲିଛି ।

ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରେନ ନିଆଁ ଲିଭାଇବାକୁ ଚେଷ୍ଟା କରାଯାଇଥିଲା । ୩ ଘଣ୍ଟା ପରେ ଟ୍ରେନ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଏହି ଘଟଣାରେ ଟ୍ରେନର ୪ଟି ବଗି ନିଆଁରେ ଛାରଖାର ହୋଇଯାଇଛି । ପ୍ରଥମେ ନିଆଁ ଲାଗିଥିବା ୨ଟି ବଗିରେ ୧୫୦ରୁ ଅଧିକ ଯାତ୍ରୀ ରହିଥିଲେ । ତେବେ ଅଗ୍ନିଶମ ବିଭାଗ, ସ୍ଥାନୀୟ ଲୋକେ, ଆମ୍ବୁଲାନ୍ସ, ରିଲିଫ ଟ୍ରେନ ଘଟଣାସ୍ଥଳରେ ପହଞ୍ଚିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.