Below header

ନିଲାମ ହୋଇପାରିଲା ନାହିଁ ଟିପୁ ସୁଲତାନଙ୍କ ଖଣ୍ଡା, ଜାଣନ୍ତୁ କେତେ କୋଟିର ଲାଗିଥିଲା ବିଡ୍‌?

ଟିପୁ ସୁଲତାନଙ୍କ ବ୍ୟକ୍ତିଗତ ଖଣ୍ଡାର ନିଲାମୀ ଲଣ୍ଡନରେ ହୋଇଥିଲା। ହେଲେ ଦୁର୍ଭାଗ୍ୟବଶତଃ, ଏହି ଖଣ୍ଡା ପାଇଁ କେହି ବି କ୍ରେତା ମିଳି ନ ଥିଲେ। ଲଣ୍ଡନରେ ଖ୍ରୀଷ୍ଟିର ନିଲାମୀରେ ଏହି ଖଣ୍ଡା ବିକ୍ରି ପାଇଁ ରଖାଯାଇଥିଲା। କିନ୍ତୁ ଏଥିପାଇଁ ଯେଉଁ ବେସ୍‌ ପ୍ରାଇଜ୍‌ ରଖାଯାଇଥିଲା, ତାହା ମଧ୍ୟ ଖଣ୍ଡାକୁ ହାସଲ ହୋଇପାରି ନ ଥିଲା।

ଟିପୁ ସୁଲତାନ ଆଙ୍ଗ୍ଲୋ-ମୈସୁର ଯୁଦ୍ଧରେ ଇଂରେଜମାନଙ୍କ ବିରୋଧରେ ଲଢ଼ିଥିଲେ। ଟିପୁ ସୁଲତାନଙ୍କ ବ୍ୟକ୍ତିଗତ ଖଣ୍ଡାର ନିଲାମୀ ଲଣ୍ଡନରେ ହୋଇଥିଲା। ହେଲେ ଦୁର୍ଭାଗ୍ୟବଶତଃ, ଏହି ଖଣ୍ଡା ପାଇଁ କେହି ବି କ୍ରେତା ମିଳି ନ ଥିଲେ। ଲଣ୍ଡନରେ ଖ୍ରୀଷ୍ଟିର ନିଲାମୀରେ ଏହି ଖଣ୍ଡା ବିକ୍ରି ପାଇଁ ରଖାଯାଇଥିଲା। କିନ୍ତୁ ଏଥିପାଇଁ ଯେଉଁ ବେସ୍‌ ପ୍ରାଇଜ୍‌ ରଖାଯାଇଥିଲା, ତାହା ମଧ୍ୟ ଖଣ୍ଡାକୁ ହାସଲ ହୋଇପାରି ନ ଥିଲା।

ମିଡିଆ ରିପୋର୍ଟ ଅନୁସାରେ, ପୂର୍ବତନ ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଲର୍ଡ କର୍ନଭାଲିସ୍‌ଙ୍କୁ ଏହି ଖଣ୍ଡା ଗିଫ୍ଟରେ ଦିଆଯାଇଥିଲା। ଟିପୁ ସୁଲତାନଙ୍କ ଖଣ୍ଡାର ଆନୁମାନିକ ମୂଲ୍ୟ ୧୫ କୋଟିରୁ ୨୦ କୋଟି ଟଙ୍କା ରଖାଯାଇଥିଲା। ଏହାର ମୂଲ୍ୟ ଅଧିକ ହେତୁ ନିଲାମ ହୋଇପାରି ନ ଥିଲା। ଖଣ୍ଡାଟି ମଧ୍ୟ-ପୂର୍ବର ଏକ ସଂଗ୍ରହାଳୟ ଦ୍ୱାରା କିଣାଯିବ ବୋଲି ଆଶା କରାଯାଉଥିଲା, ହେଲେ ଏହାର ରିଜର୍ଭ ବିଡ୍ ଲାଗିପାରି ନ ଥିଲା।

ଟିପୁ ସୁଲତାନଙ୍କ ପରାଜୟ ପରେ ୧୭୯୯ ମସିହାରେ ତାଙ୍କ ବ୍ୟକ୍ତିଗତ ଅସ୍ତ୍ରଶସ୍ତ୍ରର ଦୁଇ ଖଣ୍ଡାକୁ ଉପହାରରେ ଦିଆଯାଇଥିଲା। ସେଥିମଧ୍ୟରୁ ଗୋଟିଏ ଖଣ୍ଡା ଚାର୍ଲ୍ସ ମାର୍କେସ୍ ପ୍ରଥମ ଏବଂ ଦ୍ୱିତୀୟ ଖଣ୍ଡା କର୍ନଭାଲିସ୍‌ଙ୍କୁ ଦିଆଯାଇଥିଲା। ୧୭୮୬ ମସିହାରେ କର୍ନଭାଲିସ୍‌ଙ୍କୁ ବ୍ରିଟିଶ ଇଣ୍ଡିଆର ଗଭର୍ଣ୍ଣର ଜେନେରାଲ୍ ଏବଂ କମାଣ୍ଡର ଇନ୍‌ ଚିଫ୍‌ କରାଯାଇଥିଲା। ସେ ତୃତୀୟ ଆଙ୍ଗ୍ଲୋ-ମୈସୁର ଯୁଦ୍ଧ ସମୟରେ ବ୍ରିଟିଶ ସେନାର ନେତୃତ୍ୱ ନେଇଥିଲେ।

ରିପୋର୍ଟ ମୁତାବକ, ଏହି ଖଣ୍ଡା ଟିପୁ ସୁଲତାନଙ୍କ ଶୟନ କକ୍ଷରେ ରଖା ହୋଇଥିଲା। ପ୍ରଥମ ଖଣ୍ଡା ଚଳିତ ବର୍ଷ ମେ ୨୩ରେ ୧୪୧ କୋଟିରେ ବିକ୍ରି ହୋଇଥିଲା। ୧୭୮୨ରୁ ୧୭୯୯ ମସିହା ପର୍ଯ୍ୟନ୍ତ ଶାସନ କରିଥିବା ଟିପୁ ସୁଲତାନଙ୍କ ଖଣ୍ଡାକୁ ‘ସୁଖେଳା-ଶକ୍ତିର ପ୍ରତୀକ’ ବୋଲି କୁହାଯାଏ। ଏହି ଖଣ୍ଡା ଇସ୍ପାତରେ ନିର୍ମିତ ହୋଇଥିବା ବେଳେ ଏହା ଉପରେ ସୁନା ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଛି। ୧୭୯୯ରେ ହୋଇଥିବା ଆକ୍ରମଣରେ ଟିପୁ ସୁଲତାନଙ୍କର ମୃତ୍ୟୁ ହୋଇଥିଲା। ଟିପୁ ସୁଲତାନ ‘ଟାଇଗର ଅଫ୍ ମୈସୁର’ ନାମରେ ପରିଚିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.