ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ , ପଞ୍ଚମ ମହଲାର ଆଇସିୟୁ ପାଖ ରୁମରେ ନିଆଁ

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଅଗ୍ନିକାଣ୍ଡ । ପଞ୍ଚମ ମହଲାରେ ଆଇସିୟୁ ପାଖ ମେଣ୍ଟେନାନ୍ସ ରୁମରେ ନିଆଁ ଲାଗିଛି । ଡାକ୍ତରଖାନା କର୍ତ୍ତୃପକ୍ଷ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଦୁଇଟି ଦମକଳ ଗାଡ଼ି ସହ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛନ୍ତି। ତେବେ ପ୍ରବଳ ଧୁଆଁ ଯୋଗୁଁ ପରିସ୍ଥିତି ଗମ୍ଭୀର ରହିଛି। ପଞ୍ଚମ ମହଲାରେ ଥିବା ରୋଗୀଙ୍କୁ ସୁରକ୍ଷିତ ଭାବେ ତଳକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡ ଯୋଗୁ କାହାରି କୌଣସି କ୍ଷତି ହୋଇନାହିଁ ।

apollo1 ଘଟଣାସ୍ଥଳରେ ପୋଲିସ କମିସନର, ଭୁବନେଶ୍ୱର ଡିସିପି ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପହଞ୍ଚିଛନ୍ତି। ସେପଟେ ଡାକ୍ତରଖାନାରେ ଅଗ୍ନିକାଣ୍ଡ ନେଇ ତଦନ୍ତ ହେବ ବୋଲି କହିଛନ୍ତି କମିସନର। ହସପିଟାଲରେ ଅଗ୍ନିନିର୍ବାପକ ବ୍ୟବସ୍ଥା ଥିଲା କି ନାହିଁ, ନିୟମିତ ଭାବେ ଏହାର ଯାଞ୍ଚ ହେଉଥିଲା କି ନାହିଁ ତାକୁ ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଧୁଆଁ ବାହାର କରିବାକୁ କାଚ ଗୁଡ଼ିକୁ ଭଙ୍ଗାଯାଉଥିବା କହିଛନ୍ତି କମିସନର।

Leave A Reply

Your email address will not be published.