Below header

ସୂର୍ଯ୍ୟୋଦୟ ପୂର୍ବରୁ ଦିଆଯାଇଥାଏ ଫାଶୀ ? ଆସନ୍ତୁ ଜାଣିବା ଏହା ପଛର କାରଣ

ସାରା ବିଶ୍ୱରେ ଗମ୍ଭୀର ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ ଦେବାର ନିୟମ ରହିଛି । ଫାଶୀ ଦଣ୍ଡରେ ଅପରାଧୀଙ୍କ ବେକରେ ରଶି ଲଗାଇ ତାଙ୍କୁ ଝୁଲାଇ ଦିଆଯାଇଥାଏ । ତେବେ ଆପଣ ପ୍ରାୟେ ଅପରାଧୀଙ୍କୁ ସୂର୍ଯ୍ୟାଲୋକ ପୂର୍ବରୁ ଫସି ଦିଆଯାଉଥିବା ଶୁଣିଥିବେ ।ଏହା ପଛର କାରଣ ଆପଣ ଜାଣିଛନ୍ତି କି? ଆଜି ଆମେ ଏହା ପଛର କାରଣ ଆପଣଙ୍କୁ କହିବାକୁ ଯାଉଛୁ।

ନୈତିକ କାରଣ :

ନୈତିକ କାରଣ ଅନୁଯାୟୀ ଫାଶୀ ଦଣ୍ଡ ମିଳିଥିବା ଅପରାଧୀଙ୍କୁ ସଂପୂର୍ଣ ଦିନ ଅପେକ୍ଷା କରାଇବା ଉଚିତ ନୁହଁ। ଏହା ଦ୍ୱାରା ତାଙ୍କ ମନରେ ଆଘାତ ପଡିଥାଏ। ଏପରିକି ତାଙ୍କର ମାନସିକ ସନ୍ତୁଳନ ବିଗିଡି ଯିବାରୁ ମଧ୍ୟ ସମ୍ଭାବନା ରହିଥାଏ। ଏଣୁ ତାଙ୍କୁ ସୂର୍ଯ୍ଯୋଦୟ ପୂର୍ବରୁ ଫାଶୀ ଦିଆଯାଇଥାଏ।

phasi 2

ସାମାଜିକ କାରଣ :

ଅପରାଧୀଙ୍କୁ ଫାଶୀ ଦେବା ସମାଜ ପାଇଁ ଖୁବ ବଡ ଏବଂ ଖାସ ଘଟଣା ହୋଇଥାଏ। ଏଣୁ ଏହାର ଖରାପ ପ୍ରଭାବ ସମାଜ ଉପରେ ନ ପଡୁ ଏହିପାଇଁ ସକାଳୁ ସକାଳୁ ଫାଶୀ ଦିଆଯାଇଥାଏ। ଏପରିକି ସକାଳ ସମୟରେ ଅପରାଧିଙ୍କୁ ମାନସିକ ଚାପ ମଧ୍ୟ କାମ ପଡିଥାଏ ।

phasi

ପ୍ରଶାସନିକ କାରଣ:

ଫାଶୀର ପୂର୍ବରୁ ଏବଂ ପରେ ଅନେକ ପ୍ରକାରର ନିୟମ ରହିଥାଏ ଯାହାକୁ ପୁରା କରିବାକୁ ପଡିଥାଏ। ଯେପରିକି ମେଡିକାଲ ଟେଷ୍ଟ , ରେଜିଷ୍ଟରରେ ଭର୍ତ୍ତି ଏବଂ ଅନେକ ସ୍ଥାନରେ ନୋଟିସ ଜାରି। ଏହାଛଡା ଅପରାଧୀଙ୍କ ଫାଶୀ ପରେ ତାଙ୍କର ଶରୀର ଘର ଲୋକଙ୍କୁ ହସ୍ତାନ୍ତର କରିବାକୁ ପଡିଥାଏ। ଏଣୁ ଫାଶୀ ଭଳି କାମକୁ ସୂଯ୍ୟୋଦୟ ପୂର୍ବରୁ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.