ଯଦି ଆପଣଙ୍କ ପାଖରେ ଅଛି ବିଜନେସ୍ ଆଇଡିଆ,ତେବେ Whatsapp ଦେବ ୧.୮ କୋଟି ଟଙ୍କା

ହ୍ବାଟସୱାପ୍ ଭାରତରେ ଛୋଟ ବ୍ୟବସାୟକୁ ପ୍ରତ୍ସୋହିତ କରିବା ପାଇଁ ସ୍ଟାର୍ଟଅପ୍ ଇଣ୍ଡିଆ ଗ୍ରାଣ୍ଡ ଚ୍ୟାଲେଞ୍ଜର ଘୋଷଣା କରିଛି। ଏହି ଚ୍ୟାଲେଞ୍ଜ ପାଇଁ ଭାରତର ଟପ୍ ୫ ସ୍ଟାର୍ଟଅପକୁ କମ୍ପାନୀ ୨୫୦.୦୦୦ ଡଲାର (୧.୮ କୋଟି) ଟଙ୍କା ଦେବ। କମ୍ପାନୀ ଏକ ବୟାନରେ ଏହାର ସୂଚନା ଦେଇଛନ୍ତି।

ଏହା ସହ ପଢ଼ନ୍ତୁ : ରୋଜଗାରର ସହଜ ଉପାୟ : ଆପ୍ ଜରିଆରେ ଘରେ ବସି କମାନ୍ତୁ ଟଙ୍କା

କମ୍ପାନୀ ନିଜର ପ୍ରତିକ୍ରୀୟା ରଖି କହିଛି, ‘ନିଜର ବୁଦ୍ଧି ଏବଂ ବ୍ୟବସାୟରେ ସାମାଜିକ ଏବଂ ଆର୍ଥିକ ସ୍ତରରେ ପ୍ରତିଦିନର ସମସ୍ୟାକୁ ଦୂର କରିବା ପାଇଁ ଷ୍ଟାର୍ଟକୁ ଏହି ଚ୍ୟାଲେଞ୍ଜ ପାଇଁ ଆମନ୍ତ୍ରିତ କରାଯାଇଛି। ଏହି ଚ୍ୟାଲେଞ୍ଜରେ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ।’ ଜଣାଇବାକୁ ଚାହିଁବୁ ଯେ ପୂରା ଦୁନିଆରେ ହ୍ବାଟ୍ସଅପ୍ ୟୁଜର୍ସଙ୍କ ସଂଖ୍ୟା ୧.୩ ଆରବ ଅଟେ।

WhatsApp Paymentଯେଉଁଥିରେ ୨୦ କୋଟି ୟୁଜର୍ସ କେବଳ ଭାରତୀୟ ଅଟନ୍ତି। ଏଥିପାଇଁ କମ୍ପାନୀ ଭାରତରେ ନିଜର ବ୍ୟବସାୟକୁ ବଢ଼ାଇବାକୁ ପାଇଁ ନିଷ୍ପତ୍ତି ନେଇଛନ୍ତି। ଭାରତରେ ହ୍ବାଟ୍ସଅପର ଲୋକପ୍ରିୟତା ଏହି କଥାରେ ଅନୁମାନ କରାଯାଇପାରିବ ଯେ ଗୋଟିଏ ବର୍ଷରୁ କମ ସମୟ ମଧ୍ୟରେ ହ୍ବାଟ୍ସଅପ ବିଜନେସ୍ ଆପକୁ ୫୦ ଲକ୍ଷରୁ ବି ଅଧିକ ଥର ଡାଉନଲୋଡ କରାଯାଇସାରିଛି।

startup indiaସେହିଭଳି ଭାରତରେ ୮୪ ପ୍ରତିଶତ ଛୋଟ ଏବଂ ମଧ୍ୟମ ଧରଣର ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଧାରଣା ଯେ ହ୍ବାଟ୍ସଅପ୍ ବ୍ୟବସାୟକୁ ଆଗକୁ ବଢ଼ାଇବାରେ ସେମାନଙ୍କୁ ସାହାଯ୍ୟ କରିବ। ଯଦି ଆପଣ ହ୍ବାଟ୍ସଅପ୍ ଇଣ୍ଡିଆ ଚ୍ୟାଲେଞ୍ଜରେ ଭାଗ ନେବାକୁ ଚାହୁଁଛନ୍ତି ତେବେ ଆପଣ ଏହି ଲିଙ୍କ୍ ଉପରେ କ୍ଲିକ ଉପରେ କ୍ଳିକ୍ କରି ରେଜିଷ୍ଟ୍ରେସନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.