ସ୍କୁଲ୍ ରେ ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ଓ ଅସଦ ବ୍ୟବହାର ଭିଡିଓ ଦେଖାଇ ଫସିଗଲେ ପ୍ରଧାନଶିକ୍ଷକ, ଧରାପଡ଼ି ହେଲେ ନିଲମ୍ବିତ
ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେଖାଉଛନ୍ତି ଛାତ୍ରୀଙ୍କୁ ମୋବାଇଲରେ ଅଶ୍ଳୀଳ ଭିଡ଼ିଓ। ଏନେଇ ଅଭିଯୋଗ କରିଛନ୍ତି ଗାଁ ଲୋକେ।
ଗୁରୁଙ୍କ ନାଁ ରେ ଆସିଲା ସାଙ୍ଘାତିକ ଅଭିଯୋଗ । ଅଭିଯୋଗ ଆଣିଲେ ଖୋଦ ଅଭିଭାବକ । ସ୍କୁଲ୍ ର ଏ କୁଆଡେ ପ୍ରଧାନ ଶିକ୍ଷକ । କିନ୍ତୁ କାରନାମା ଶୁଣିଲେ ଆପଣଙ୍କ ହୋସ ବି ଉଡିଯିବ । ପିଲା ଙ୍କୁ ପାଠ ପଢ଼ାଇବେ କଣ ଫୋନ ଧରି ନିଜେ ତ ଭିଡିଓ ଦେଖୁଛନ୍ତି ପିଲାଙ୍କୁ ବି ଦେଖାଉଛନ୍ତି … ସେ ବି କିଛି ଶିକ୍ଷଣୀୟ ଭିଡିଓ ନୁହେ … ଛୋଟ ପିଲାଙ୍କୁ ଅଶ୍ଳୀଳ ଭିଡ଼ିଓ ଏବଂ ଅସଦ ବ୍ୟବହାର ଭିଡିଓ ଦେଖାଉଛନନ୍ତି .. ଏନେଇ ଖୋଦ ପିଲାଙ୍କ ବାପା ମା ଅଭିଯୋଗ କରିଛନ୍ତି .. ମାନିବାକୁ ପଡିବ ଏ ଗୁରୁଙ୍କ ସାହସ କୁ ..
ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ଏ ପ୍ରଧାନଶିକ୍ଷକ। ଶିକ୍ଷକ ଙ୍କ ନାଁ ରେ ବଡ଼ ସାଙ୍ଘାତିକ ଓ ଲଜ୍ୟାଜନକ ଅଭିଯୋଗ ଆଣିଛନ୍ତି ଅଭିଭାବକ ।ଘଟଣା ଘଟିଛି ଉପାନ୍ତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ର ଉପାନ୍ତ ଦୁର୍ଗମ ଅଞ୍ଚଳ ଦିସାରିଗୁଡା ଗାଁ ରେ । ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେଖାଉଛନ୍ତି ଛାତ୍ରୀଙ୍କୁ ମୋବାଇଲରେ ଅଶ୍ଳୀଳ ଭିଡ଼ିଓ। ଏନେଇ ଅଭିଯୋଗ କରିଛନ୍ତି ଗାଁ ଲୋକେ। ଏଭଳି ଅଭିଯୋଗ ନେଇ ଗାଁ ଲୋକେ ପ୍ରଥମେ BEO ଙ୍କ ଦ୍ୱାରାସ୍ତ ହୋଇଥିଲେ। ଏହି ଘଟଣା କୁ ଗୁରୁତର ସହ ନେଇ BEO ଏକ ତଦନ୍ତ ଟିମ ପଠାଇ ତଦନ୍ତ କରି ଦିସାରିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଙ୍କୁ ନିଲମ୍ବିତ କରିଛନ୍ତି।
ଗୁରୁ ଯାହାଙ୍କୁ ଆମେ ସବୁଠୁ ଆଗରେ ରଖିଥାଉ …ତାଙ୍କୁ ଭଗବାନଙ୍କ ଭଳି ସମ୍ମାନ ଦିଆଯାଏ … କିନ୍ତୁ ଏଭଳି ଗୁରୁ ଯଦି ପିଲାଙ୍କ ହାବୁଡ଼ରେ ପଡିବେ ତାହେଲେ ତ କଥା ସରିଲା.. ଏ ଗୁରୁ ଏବେ ରାକ୍ଷସ ପାଲଟି ଯାଇଛନ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ ହୋଇଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଦିସାରିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରେ।ସ୍କୁଲ ପ୍ରଧାନ ଶିକ୍ଷକ ଛାତ୍ରୀଙ୍କୁ ପାଠ ପଢ଼ିବା ବାହାନା ରେ ମୋବାଇଲରେ ଅଶ୍ଳୀଳ ଭିଡ଼ିଓ ଦେଖାଉଛନ୍ତି। ଯାହାକୁ ଜାଣିବା ପରେ ସବୁଆଡୁ ନିନ୍ଦା କରାଯାଉଛି ..
ପିଲାଙ୍କ ସହ ଏ ଗୁରୁ ଜଣକ ଅସଦ ବ୍ୟବହାର କରୁଛନ୍ତି। କେବଳ ସେତିକି ନୁହେଁ ଏ ପିଲାଙ୍କୁ ଅନେକ ସମୟରେ ମାର ଧର କରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଭଳି ଅଭିଯୋଗ କରିଛନ୍ତି ଦିସାରିଗୁଡା ଗାଁ ଲୋକେ। ଅଭିଯୋଗ କଲେ ଏ ପ୍ରଧାନ ଶିକ୍ଷକ ବି.କ୍ରିଷ୍ଣା ରାଓ ଦୋରା ଗାଁ ଲୋକଙ୍କୁ ଧମକ ଦେଉଛନ୍ତି । ତେବେ ବିଦ୍ୟାଳୟରେ ଏଭଳି ଅନେକ ଅଭିଯୋଗ ନେଇ ଗାଁ ଲୋକେ ଖଇରପୁଟ BEO ଙ୍କ ଦ୍ୱାରସ୍ତ ହୋଇଥିଲେ।
ପ୍ରଧାନ ଶିକ୍ଷକ ଙ୍କୁ ତୁରନ୍ତ ବଦଳି କରିବା ସହ ତାଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଅଭିଯୋଗ ପତ୍ର ବ୍ଲକ ଶିକ୍ଷାଧିକାରୀ ଙ୍କୁ ଦେଇଛନ୍ତି। ଖଇରପୁଟ ବ୍ଲକ ଦିସାରିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବି. କ୍ରିଷ୍ଣା ରାଓ ଦୋରାଙ୍କ ବିରୋଧରେ ଗତ ମାସ ପ୍ରଥମ ସପ୍ତାହରେ ଖଇରପୁଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ଗ୍ରାମବାସୀ, ସରପଞ୍ଚ, ବିଦ୍ୟ।ଳୟ ପରିଚାଳନା କମିଟି ସଦସ୍ୟ ,ଛାତ୍ରଛାତ୍ରୀ ଏବଂ ଅଭିଭାବକ ଏବଂ ଅନ୍ୟମାନଙ୍କୁ ଦୁର୍ବ୍ଯବହାର ନେଇ ଲିଖିତ ଅଭିଯୋଗ କରିଥିଲେ।
ଏହାର ତଦନ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷୀକେଶ ଦଣ୍ଡସେନା କରିଥିଲେ। ତଦନ୍ତ ବେଳେ ଗ୍ରାମବାସୀ, ଛାତ୍ରୀଛାତ୍ର,ପାଚିକ, ସହକାରୀ ଶିକ୍ଷକଙ୍କଠାରୁ ପଚାରି ବୁଝିଥିଲେ। ତଦନ୍ତ ପରେ ମଧ୍ୟ ଗ୍ରାମବାସୀ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ତଦନ୍ତରେ ବାହାରିଥିବା ସତ୍ୟାସତ୍ୟ ଓ ବିଭାଗୀୟ ନିୟମକୁ ଦୃଷ୍ଟିରେ ରଖ୍ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେବା ସହ ଅଶ୍ଳୀଳ ଭିଡିଓ ଦେଖାଇବା, ସ୍କୁଲ ପିଲାଙ୍କୁ ବୋଝ ବୁହାଇ କାମ କରାଇବା,ଅଭିଭାବକଙ୍କୁ ଖରାପ ବ୍ୟବହାର ଦେଖାଇବା ଭଳି ଅଭିଯୋଗ କୁ ଭିତ୍ତିକରି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇ କାର୍ଯ୍ୟାଳୟର ଚିଠି ସଂଖ୍ୟା ୧୪୨୧ରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।
ଏଭଳି ସାଙ୍ଘାତିକ ଅଭିଯୋଗ ନେଇ ଖଇରପୁଟ BEO ଙ୍କୁ ଆମେ ପଚାରୁବାରୁ ସେ କହିଛନ୍ତି , ଗାଁ ଲୋକେ ଯେଉଁ ଅଭିଯୋଗ କରିଛନ୍ତି ତାକୁ ନେଇ ଆମେ ଏକ ଟିମ ଗଠନ କରି ତଦନ୍ତ କରିଛୁ।ତଦନ୍ତରେ ଅନେକ ଅଭିଯୋଗ ସତ୍ୟାସତ୍ୟ ଜଣାପଡିଛି।ତେଣୁ ଏହାକୁ ଗୁରୁତର ସହ ନେଇ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି BEO ହୃଷୀକେଶ ଦଣ୍ଡସେନା କହିଛନ୍ତି।
ପ୍ରକୃତରେ ଏଭଳି ଚରିତ୍ରହୀନ ଶିକ୍ଷକ ଶିକ୍ଷା ନାଁ ରେ ଯଦି କଳଙ୍କ ସାଜୁଛି ତାହେଲେ ୟା ପ୍ରତି ଆଇନ ର ଆଶ୍ରୟ ନେଇ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି।ଶିକ୍ଷା ବିଭାଗ ନିଜର ତଦନ୍ତ କୁ ଆଇନ ର ସହାରା ନେଲେ ଦୋଷୀ ଠିକ ଦଣ୍ଡ ପାଇବ।ଆଉ ଉଚିତ ନ୍ୟାୟ ପାଇବେ ଅଞ୍ଚଳବାସୀ।