ମା’ କାଳୀଙ୍କ ସୁଉଚ୍ଚ ମୃଣ୍ମୟୀ ମୂର୍ତ୍ତିର ଦର୍ଶନ ପାଇଁ ଉମରକୋଟରେ ଲାଗିଛି ଭକ୍ତଙ୍କ ଗହଳି

ନବରଙ୍ଗପୁର ଜିଲ୍ଲା ଉମରକୋଟ ୟୁ.ଭି-୫୨ ର ପୂଜା ମଣ୍ଡପ ର ପୂଜା କିଛି ସ୍ୱତନ୍ତ୍ର ରୂପେ ଦେଖାଯାଇଛି । ଏଠାରେ ଦଶଦିନ ଧରି ପୂଜା ପାଆନ୍ତି ମାଁ ଏବଂ ଏଠାର ବିଶେଷ୍ୟତ୍ୱ ହେଲା ଏଠାର ବିଶାଳକାୟ ମୂର୍ତ୍ତି । ଚଳିତ ଥର ଏଠି ୩୩ ଫୁଟ ର ମାଁ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି।

ଚାଲିଛି ଏବେ ପାର୍ବଣ ର ଋତୁ । ଚାରିଆଡ଼େ ପୂଜା ପାଉଛନ୍ତି ମାଁ କାଳୀ । ସବୁଠି ପାର୍ବଣର ମହକ … ରାଜ୍ୟ ର ବିଭିନ୍ନ ସ୍ଥାନରେ ମାଁ ଙ୍କ ପୂଜା ଚାଲିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ୟୁ.ଭି-୫୨ ର ପୂଜା ମଣ୍ଡପ ର ପୂଜା କିଛି ସ୍ୱତନ୍ତ୍ର ରୂପେ ଦେଖାଯାଇଛି । ଏଠାରେ ଦଶଦିନ ଧରି ପୂଜା ପାଆନ୍ତି ମାଁ ଏବଂ ଏଠାର ବିଶେଷ୍ୟତ୍ୱ ହେଲା ଏଠାର ବିଶାଳକାୟ ମୂର୍ତ୍ତି । ଚଳିତ ଥର ଏଠି ୩୩ ଫୁଟ ର ମାଁ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି।

ଉମରକୋଟ ବଙ୍ଗୀୟ ଗ୍ରାମ ର ପୂଜା ମଣ୍ଡପ ରେ ପୂଜା ପାଉଛନ୍ତି ୩୩ ଫୁଟ ଉଚ୍ଚତା ର ମାଁ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି । ଏହି ପୂଜା ର ଅନ୍ୟ ଏକ ବିସେସ୍ୱତ ହେଲା ଏଠାରେ ୧୦ ଦିନ ଧରି ପୂଜା କରାଯାଇଥାଏ । ସମ୍ପୂର୍ଣ୍ଣ ବଙ୍ଗୀୟ ପରମ୍ପରା ଓ ରୀତିନୀତି ରେ ପୂଜା ହୁଏ । ଦ୍ଵିପ ପ୍ରଜଳନ ସହ ଝୁଣା ଆଳତି ର ଖେଳ ବି ହୋଇଥାଏ ଏବଂ ବିସର୍ଜନ ପୂର୍ବରୁ ସିନ୍ଦୂର ଖେଳ ବି ହୁଏ । ୟୁ.ଭି- ୫୨ ଗ୍ରାମ ର ଏହି କାଳୀ ପୂଜା ଓଡ଼ିଶା ପ୍ରସିଦ୍ଧ । ଏହି ପୂଜା ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ ଶ୍ରଦ୍ଧାଳୁ ଆସନ୍ତି । ଏଥିସହ ଛତିଶ ଗଡ଼, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ରୁ ମଧ୍ୟ ଅନେକ ଭକ୍ତ ଆସନ୍ତି । ଏଥି ସହ ମିନା ବଜାର ଓ ମେଳା ଲାଗିଥାଏ । ଏହି ପୂଜା ମାଧ୍ୟମ ରେ ସମ୍ପର୍କୀୟ ମାନଙ୍କ ସହ ମିଳନ ବି ହୁଏ । ବଙ୍ଗୀୟ ସଂସ୍କୃତି ର ପୂଜା ଓଡ଼ିଆ ସଂସ୍କୃତି କୁ କିଛି ନୂଆ ବାର୍ତ୍ତା ଦିଏ ଏବଂ ବଙ୍ଗୀୟ ମାନେ ଏହି ବିଶାଳ ମୂର୍ତ୍ତି ପୂଜା କରି ଆନନ୍ଦ ପାଇଥାନ୍ତି I

୧୦ ଦିନ ଧରି ପୂଜା ହେଉଥିବାରୁ ଏହି ପୂଜା କୁ ବହୁ ଆଡମ୍ବର ରେ କରିବାକୁ ଲକ୍ଷ୍ୟ ରଖିଛନ୍ତି ପୂଜା କମିଟି । ଭକ୍ତ ଙ୍କ ସୁରକ୍ଷା ପାଇଁ ପୋଲିସ ବାହିନୀ ରହିଛନ୍ତି । ଏଥି ସହ କମିଟି ପକ୍ଷରୁ ୧୦୦ ଜଣ ସ୍ୱେଛସେଵୀ ଭକ୍ତ ଙ୍କ ସୁରକ୍ଷା ପାଇଁ କାମ କରିବା ସହ ଏବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ରେକର୍ଡ ଡାନ୍ସ କାର୍ଯ୍ୟକ୍ରମ, ବେଙ୍ଗଲି ବାବୁଲ ଗାନ୍ ଓ ବଙ୍ଗଳା ଦେଶ ରୁ ବଙ୍ଗଳା ଗୀତିନାଟ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.