ଡାକ୍ତରଙ୍କ ଅବହେଳା ଯୋଗୁ ଜନ୍ମ ପୂର୍ବରୁ ପେଟରେ ହିଁ ମରିଗଲା ଶିଶୁ, ଅଭିଯୋଗ ଆଣିଲେ ବାପା

ସୋରଡା ମେଡିକାଲରେ ମେଡିକାଲ କର୍ମଚାରୀଙ୍କ ଅବହେଳା ଯୋଗୁଁ ଜନ୍ମ ହେବା ପୂର୍ବରୁ ହିଁ ମା’ ପେଟରେ ମରିଗଲା ଶିଶୁ କନ୍ୟା । ଆଉ ଶେଷର ଜନ୍ମ ହେଲା ମଲା ଛୁଆ । ଛୁଆ ଜନ୍ମ ହେବା ପରେ ଗନ୍ଧ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ହସଖୁସିର ପରିବାର ଭିତରେ ହଠାତ ଚାଲି ଆସିଲା ଦୁଃଖର କଳା ବାଦଲ । ଅପେକ୍ଷା କରିଥିଲେ ଘରକୁ ନୂଆ ଅତିଥି ଆସିବ କିନ୍ତୁ ସବୁକିଛି ପାଣି ଫୋଟକା ଭଳି ଫାଟିଗଲା । ସବୁ ଖୁସି କ୍ଷଣିକରେ ଶେଷ ହୋଇଗଲା । କେତେବେଳେ କାହା ଜୀବନରେ ଏ ମୃତ୍ୟୁ ଆସି ପହଞ୍ଚିଯାଏ ତାହା କେହି କହି ପାରିବେ ନାହିଁ । ଆଉ ଦୁନିଆ ଦେଖିବା ପୂର୍ବରୁ ସମସ୍ତଙ୍କୁ ବିଦାୟ ଦେଇ ଚାଲିଗଲା ବାପା ମା’ଙ୍କର କନ୍ୟା ସନ୍ତାନ । ବର୍ତ୍ତମାନ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି ।

ଶିଶୁ କନ୍ୟାର ଯତ୍ନ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆାଯାଉଛି । କିନ୍ତୁ ସୋରଡା ମେଡିକାଲରେ ମେଡିକାଲ କର୍ମଚାରୀଙ୍କ ଅବହେଳା ଯୋଗୁଁ ଜନ୍ମ ହେବା ପୂର୍ବରୁ ହିଁ ମା’ ପେଟରେ ମରିଗଲା ଶିଶୁ କନ୍ୟା । ଆଉ ଶେଷର ଜନ୍ମ ହେଲା ମଲା ଛୁଆ । ଛୁଆ ଜନ୍ମ ହେବା ପରେ ଗନ୍ଧ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ କନ୍ୟା ସନ୍ତାନଙ୍କ ବାପା ଦ୍ଵାରିକା ନାଥ ପଟ୍ଟନାୟକ ।

ସୂଚନା ଅନୁସାରେ ଦ୍ଵାରିକା ସୋରଡା ନିକଟ ସାନ ସୋରଡା ଠାରେ ନିଜ ପରିବାର ସହ ରହୁଥିଲେ । ଦ୍ଵାରିକାଙ୍କ ସ୍ତ୍ରୀ ବିଦ୍ୟୂତଲତାଙ୍କର ଦ୍ୱିତୀୟ ସନ୍ତାନ ହେବାର ଥିଲା । ଏନେଇ ସେ ଆଶା କର୍ମୀଙ୍କ ମାଧ୍ୟମରେ ସୋରଡା ମେଡିକାଲରେ ପ୍ରଥମ ମାସରୁ ଚେକ୍‌ ଅପ୍‌ କରାଉଥିଲେ । ସୋରଡା ମେଡିକାଲରେ ନିୟମିତ ଆସି ମେଡ଼ିସିନ ନେବା ସହ ଡାକ୍ତର ଦେଖାଉଥିଲେ । ଅକ୍ଟୋବର ୨୩ରେ ଦ୍ଵାରିକା ନିଜ ସ୍ତ୍ରୀ କୁ ଧରି ମେଡିକାଲକୁ ଆସିଥିଲେ କିନ୍ତୁ ପିଲା ଠିକ ଅଛି କହି ଡାକ୍ତର ତାଙ୍କୁ ଫେରାଇ ଦେଇଥିଲେ ଏବଂ ତାଙ୍କୁ ୫ ଦିନ ପରେ ଆସିବାକୁ କହିଥିଲେ । ମେଡିକାଲ କର୍ମଚାରୀ ପୁଣି ନଭେମ୍ବର ୫କୁ ଡେଟ ଦେଇଥିଲେ । ବାରମ୍ବାର ମେଡିକାଲକୁ ଦୌଡ଼ି ଦୌଡ଼ି ନିରାଶ ହୋଇ ପଡ଼ିଥିଲେ ଦ୍ୱାରିକା । କେବଳ ପିଲା ଭଲ ଅଛି କହି ତାଙ୍କୁ ଫେରାଇ ଦେଉଥିଲେ । ତେବେ ଗତ ୧୨ ତାରିଖରେ ମା’କୁ କଷ୍ଟ ହେବାରୁ ଦ୍ଵାରିକା ତାଙ୍କୁ ମେଡିକାଲ ଆଣିଥିଲେ । କିନ୍ତୁ ତା ପରେ ଯାହା ହୋଇଥିଲା ତାକୁ ବିଶ୍ୱାସ କରି ପାରି ନଥିଲେ ଦ୍ୱାରିକା । କାରଣ କ୍ଷଣିକରେ ସବୁକିଛି ଶେଷ ହୋଇ ଯାଇଥିଲା । କିଛି ସମୟ ପରେ ମେଡିକାଲ ର ନର୍ସ କହିଥିଲେ ତୁମର ମୃତ ଶିଶୁ କନ୍ୟା ଜନ୍ମ ହୋଇଛି ଏବଂ ଦୁଇ ଦିନ ଆଗରୁ ହିଁ ଶିଶୁଟି ପେଟରେ ମରିଯାଇଛି । ଏନେଇ ମେଡିକାଲର କର୍ମଚାରୀଙ୍କୁ ଦାୟୀ ବୋଲି ଅଭିଯୋଗ କରିଛନ୍ତି ଦ୍ଵାରିକା । ମେଡିକାଲରେ ଏପରି ଅବହେଳା କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏପରି ଆଗରୁ ଅବହେଳା ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଶିଶୁର ଆସିବା ବାଟକୁ ଅନାଇ ବସିଥିଲେ ପରିବାର । କିନ୍ତୁ ଏପରି ଅଘଟଣ ଘଟିବ ବୋଲି କିଏ ବା ଜାଣି ଥିଲା । ମା’ କୋଳକୁ ଆସିବା ପୂର୍ବରୁ ଯମ ଛଡ଼ାଇ ନେଲା ସବୁ ଖୁସି । ବର୍ତ୍ତମାନ ଏଭଳି ଅବହେଳା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବାପା ମା’ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.