ଘରେ ଝଗଡ଼ା ଲାଗି ରହୁଥିଲେ କରନ୍ତୁ ବାସ୍ତୁର ଏହି ଉପାୟ, ଶୀଘ୍ର କାମ ଦେବ
ଯଦି ଆପଣଙ୍କର କାହା ସହ ଝଗଡ଼ା ହେଉଛି ଖାସ କରି ନିଜେ ପାର୍ଟନର ସହ ତାହେଲେ ଆପଣ ଏହି ସବୁ ଉପାୟ କୁ କରିଲେ ନିହାତି ଭାବେ ଘରେ ଶାନ୍ତି ରହିବ । ଆଉ ଝଗଡ଼ା ହେବ ନାହିଁ ।

ଜୋତିଷ ଶାସ୍ତ୍ରରେ ବାସ୍ତୁର ବିଶେଷ ମହତ୍ତ୍ବ ରହିଥାଏ। ବାସ୍ତୁର ଉପାୟ ଦ୍ବାରା ବ୍ୟକ୍ତିଗତ ଜୀବନ ଏବଂ ପ୍ରଫେସନାଲ ଲାଇଫରେ ଅନେକ ପ୍ରଭାବ ପଡିଥାଏ । ସଠିକ ଉପାୟ କଲେ ଲୋକଙ୍କ ମାନସିକ ଚିନ୍ତା ମଧ୍ୟ ଦୂର ହୁଏ । ଅନେକ ଏହି ଉପାୟ ସମ୍ପର୍କରେ ଜାଣି ନଥାନ୍ତି … ଆଜି ଆମେ ବାସ୍ତୁ ଶାସ୍ତ୍ରକୁ ନେଇ ଏମିତି କିଛି ଉପାୟ କହିବୁ ଯାହାକୁ ଆପଣ ନିଜେ ମାନିବା ଦ୍ୱାରା ବହୁତ ଭଲ ପ୍ରଭାବ ଜୀବନ ଉପରେ ପଡିବ …
ଯଦି ଆପଣଙ୍କର କାହା ସହ ଝଗଡ଼ା ହେଉଛି ଖାସ କରି ନିଜେ ପାର୍ଟନର ସହ ତାହେଲେ ଆପଣ ଏହି ସବୁ ଉପାୟ କୁ କରିଲେ ନିହାତି ଭାବେ ଘରେ ଶାନ୍ତି ରହିବ । ଆଉ ଝଗଡ଼ା ହେବ ନାହିଁ ।
– ବାସ୍ତୁ ଅନୁସାରେ ଉତ୍ତର ପୂର୍ବ ଦିଗରେ ରୋଷେଇ ଘର କିମ୍ବା ଶୌଚାଳୟ ହେବା ଦ୍ବାରା ଘରର ସଦସ୍ୟ ମାନଙ୍କ ଭିତରେ ମନାନ୍ତର-ମତାନ୍ତର ଲାଗି ରହିଥାଏ। ଏହି ଚିନ୍ତାରେ ମୁକ୍ତି ପାଇବା ପାଇଁ ଉତ୍ତର ପୂର୍ବ ରେ ଶୌଚାଳୟ କିମ୍ବା ରୋଷେଇ ଘର କରିବା ଆବଶ୍ୟକ ନୁହେଁ।
– ଘରର ଉତ୍ତର ପୂର୍ବ କୋଣରେ ଷ୍ଟୋର ରୁମ୍ ତିଆରି କରିବା ଉଚିତ ନୁହେଁ। ଏହିଭଳି କରିବା ଦ୍ବାରା ଘରର ସଦସ୍ୟଙ୍କ ଭିତରେ ମଧ୍ୟ ଝଗଡା ହୋଇଥାଏ। ଏହା ବାସ୍ତୁ ପୁରୁଷଙ୍କ ମସ୍ତିଷ୍କ କୁ ବୁଝାଏ .. ତେଣୁ ଏଠାରେ ଠାକୁର ରୁହନ୍ତି .. ଏମିତି ହେଲେ ଘରେ ଶାନ୍ତି ରହିବ .. କାହା ମୁଣ୍ଡ ଗରମ ହେବ ନାହିଁ।
-ଐଶାନ୍ୟ କୋଣରେ ବିଦ୍ୟୁତ୍ ଉପକରଣକୁ ରଖିବା ଦ୍ବାରା ପିତା-ପୁତ୍ରଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥାଏ। ଘରର ଉତ୍ତର ପୂର୍ବ ଦିଶାରେ ଏହି ସବୁ ଜିନିଷ ରଖିବା ଉଚିତ ନୁହେଁ।
-ବାସ୍ତୁ ଅନୁସାରେ ଘରର ଉତ୍ତର ପୂର୍ବ ସ୍ତାନରେ ଡଷ୍ଟବିନ୍ ରଖିବା ଉଚିତ ନୁହେଁ। ଏଥିରୁ ଘରର ସଦସ୍ୟ ମାନଙ୍କ ମଧ୍ୟରେ ଝଗଡା ଲାଗି ରହିଥାଏ।