• Likes
  • Followers
  • Followers
  • Subscribers
  • Subscribe
  • Saturday, September 12, 2026

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ବ୍ୟବସାୟ ଓ ଅର୍ଥନୀତି
  • ଠକାମିର ୩ ଦିନ ଭିତରେ ସୂଚନା ନଦେଲେ ଆଉ ଫେରି ପାଇବେନି ଟଙ୍କା, ସୂଚନା ଦେଲା RBI

ଠକାମିର ୩ ଦିନ ଭିତରେ ସୂଚନା ନଦେଲେ ଆଉ ଫେରି ପାଇବେନି ଟଙ୍କା, ସୂଚନା ଦେଲା RBI

ବହୁଥର ସାଇବର ଫ୍ରଡଙ୍କ କାରନାମା ପାଇଁ ଅନେକ ଗ୍ରାହକ ଠକାମିର ଶିକାର ହୁଅନ୍ତି । ଏଥିପାଇଁ ବ୍ୟାଙ୍କ ତରଫରୁ ସତର୍କ ସୂଚନା ଦିଆଯାଏ ଯାହାକୁ ଜାଣିବା ଆପଣ ନିହାତି ଜରୁରୀ ।

By D Sonali On Nov 15, 2023
rbi
pc: paytm

ଅନେକ ଲୋକଙ୍କର ଏସବିଆଇ ଆକାଉଣ୍ଟ ରହିଛି । ଯାହାକୁ ନେଇ ବ୍ୟାଙ୍କ ତରଫରୁ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଏ । ବହୁଥର ସାଇବର ଫ୍ରଡଙ୍କ କାରନାମା ପାଇଁ ଅନେକ ଗ୍ରାହକ ଠକାମିର ଶିକାର ହୁଅନ୍ତି । ଏଥିପାଇଁ ବ୍ୟାଙ୍କ ତରଫରୁ ସତର୍କ ସୂଚନା ଦିଆଯାଏ ଯାହାକୁ ଜାଣିବା ଆପଣ ନିହାତି ଜରୁରୀ । ଏନେଇ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ତା’ର ୫୦ କୋଟି ଗ୍ରାହକଙ୍କ ପାଇଁ ଚେତାବନୀ ଜାରି କରିଛି ।

ଅନେକ ସମୟରେ ଗ୍ରାହକଙ୍କୁ ଆକାଉଣ୍ଟ ବନ୍ଦ ହୋଇଯିବା ନେଇ ମେସେଜ୍ ଆସିଥାଏ । ତେବେ ଏସବିଆଇ ତରଫରୁ ଏପରି କୌଣସି ମେସେଜ୍ ପଠାଯାଇ ନଥାଏ । ଏହା ହେଉଛି ଫେକ ମେସେଜ୍, ତେଣୁ ସମସ୍ତ ଗ୍ରାହକ ଏନେଇ ସାବଧାନ ରହିବା ଆବଶ୍ୟକ । ଗ୍ରାହକମାନେ ଏନେଇ କୌଣସି ରିପ୍ଲାଏ ଦେବା ଅନୁଚିତ । ଠକମାନେ ଗ୍ରାହକଙ୍କ ନିକଟକୁ ଏପରି ମେସେଜ୍ ପଠାଇ ଅର୍ଥ ହଡ଼ପ କରିନେଇଥାନ୍ତି ।

ଏଥିରେ ଲେଖାଯାଇଥାଏ, ‘ପ୍ରିୟ ଏସବିଆଇ ଗ୍ରାହକ । ଆପଣଙ୍କର ଆକାଉଣ୍ଟ ଆଜି ବ୍ଲକ କରିଦିଆଯିବ । ଦୟାକରି ନିଜର ପ୍ୟାନ କାର୍ଡ ନମ୍ବରକୁ ଅପଡେଟ କରିବା ପାଇଁ ଲିଙ୍କ ଉପରେ କ୍ଲିକ କରନ୍ତୁ ।’ ଏପରି ମେସେଜ ଆସିଲେ ଆପଣ ମାନେ ଡରି ଯାନ୍ତୁ ନାହିଁ । [email protected] ରେ ରିପୋର୍ଟ କରନ୍ତୁ । ଏଥିପାଇଁ ସାଇବର କ୍ରାଇମ ହେଲପଲାଇନ ନମ୍ବର ୧୯୩୦କୁ ମଧ୍ୟ ଆପଣମାନେ କଲ୍ କରିପାରିବେ । ନଚେତ https://cybercrime.gov.in/ ରେ ମଧ୍ୟ ଅଭିଯୋଗ କରିପାରିବେ ।

ଠକାମିର ଶିକାର ହେବା ପରେ ସଙ୍ଗେସଙ୍ଗେ ବ୍ୟାଙ୍କକୁ ଏହି ସୂଚନା ଦେଇ ଆପଣମାନେ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ପାଇପାରିବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ ପକ୍ଷରୁ କୁହାଯାଇଛି । ସାଇବର ଫ୍ରଡ୍ ପାଇଁ ବ୍ୟାଙ୍କ ଇନସ୍ୟୁରାନ୍ସ ପଲିସୀ ନେଇଥାଏ । ତେଣୁ କାର୍ଯ୍ୟାନୁଷ୍ଠାନ ପରେ ବ୍ୟାଙ୍କ ବୀମା କମ୍ପାନୀଠାରୁ ଅର୍ଥ ଆଣି ଆପଣଙ୍କର କ୍ଷତି ଭରଣା କରିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଠକାମିର ସୂଚନା ଆପଣଙ୍କୁ ୩ ଦିନ ଭିତରେ ଦେବାକୁ ପଡ଼ିବ । ଏପରି ହେଲେ ଆପଣଙ୍କ ଅର୍ଥ ୧୦ ଦିନ ଭିତରେ ଫେରି ଆସିପାରିବ । ୪-୭ ଦିନ ଭିତରେ ରିପୋର୍ଟ କଲେ ଗ୍ରାହକଙ୍କୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ିଥାଏ ।

Big fraudSBI account
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
omchorizontal
Recent Posts
  • Horoscope Today : ଆଜିର ରାଶିଫଳ: ଧନଲାଭରୁ ସମ୍ମାନ ବୃଦ୍ଧି,…

    Sep 12, 2026 0
  • El Nino : ମାଡି ଆସୁଛି ଏଲ ନିନୋ, ଚେତାବନୀ ଜାରି କଲା ଇସ୍ରୋ

    Sep 11, 2026 0
  • Financial Irregularities : ଆର୍‌ଆଣ୍ଡ୍‌ବି ଡିଭିଜନ୍‌-୧ର…

    Sep 11, 2026 0
  • Vigilance : ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ…

    Sep 11, 2026 0
  • ସେପ୍ଟେମ୍ବର ୧୭ରେ ସାରା ଓଡ଼ିଶାରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ…

    Sep 11, 2026 0
  • Board of Revenue : ରାଜସ୍ୱ ପର୍ଷଦର ନୂତନ ୱେବସାଇଟ୍ ଓ…

    Sep 11, 2026 0
  • About KNews Odisha
  • Contact us
  • Privacy Policy
  • Terms Of Service
  • Disclaimer
© 2026 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ