ଭୁବନେଶ୍ବର (କେନ୍ଯୁଜ୍) : ରୋଜଭ୍ୟାଲି ଚିଟ୍ ଫଣ୍ଡ ଠକେଇ, ପଶ୍ଚିମବଙ୍ଗରେ ହୋଇଥିଲା। କିନ୍ତୁ ସିବିଆଇ ଏହି ମାମଲାକୁ ନେଇ ଓଡ଼ିଶାରେ କାହିଁକି FIR କଲା। ଆଜି ତାହା ସ୍ପଷ୍ଟ ହୋଇଛି। ପଶ୍ଚିମବଙ୍ଗ ପୋଲିସ କମିଶନର ରାଜୀବ କୁମାର ମାମଲାରେ ସିବିଆଇ ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଏହାର ଖୁଲାସା ହୋଇଛି ।
ପଶ୍ଚିମବଙ୍ଗ ଦୁର୍ଗାପୁରରେ ୪ ଅକ୍ଟୋବର ୨୦୧୩ରେ ରୋଜଭ୍ୟାଲି ବିରୋଧରେ FIR ହୋଇଥିଲା। କିନ୍ତୁ ଏହି ତଥ୍ୟକୁ ପୋଲିସ କମିଶନର ରାଜୀବ କୁମାର ସିବିଆଇଠାରୁ ଲୁଚାଇ ରଖିଥିଲେ ବୋଲି ସତ୍ୟପାଠରେ ଅଭିଯୋଗ ହୋଇଛି । ଓଡ଼ିଶାରେ ରୋଜଭ୍ୟାଲିର ଅପରାଧିକ ମାମଲା ଥିଲା । ସେଥିପାଇଁ ଓଡ଼ିଶାରେ ରୋଜଭ୍ୟାଲି FIR ହୋଇଥିଲା ବୋଲି ସତ୍ୟପାଠରେ ସିବିଆଇ ତରଫରୁ କୁହାଯାଇଛି ।