ପାରାଦୀପ ବନ୍ଦର ପିଆଇସିଟି ବର୍ଥରୁ ଜବତ କୋକେନ୍ ମାମଲାରେ ନୂଆମୋଡ଼

ପାରାଦୀପ ବନ୍ଦର ପିଆଇସିଟି ବର୍ଥରୁ ଜବତ କୋକେନ୍ ମାମଲାରେ ନୂଆମୋଡ଼। ପିଆଇସିଟି ବର୍ଥରେ ସ୍କୁବା ଡାଇଭର୍ ପହଞ୍ଚି ଗଭୀର ସମୁଦ୍ରରୁ କୋକେନ୍ ଖୋଜୁଥିବା ଦେଖିବାକୁ ମିଳିଛି । ସୀମା ଶୁଳ୍କ ବିଭାଗର ଚଢ଼ଉ ବେଳେ ଜାହାଜର କ୍ରିଉ ମେମ୍ବରମାନେ କିଛି କୋକେନ୍ ପ୍ୟାକେଟ୍ ସମୁଦ୍ରକୁ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି।

ପାରାଦୀପ (କେନ୍ୟୁଜ): ପାରାଦୀପ ବନ୍ଦର ପିଆଇସିଟି ବର୍ଥରୁ ଜବତ କୋକେନ୍ ମାମଲାରେ ନୂଆମୋଡ଼। ପିଆଇସିଟି ବର୍ଥରେ ସ୍କୁବା ଡାଇଭର୍ ପହଞ୍ଚି ଗଭୀର ସମୁଦ୍ରରୁ କୋକେନ୍ ଖୋଜୁଥିବା ଦେଖିବାକୁ ମିଳିଛି । ସୀମା ଶୁଳ୍କ ବିଭାଗର ଚଢ଼ଉ ବେଳେ ଜାହାଜର କ୍ରିଉ ମେମ୍ବରମାନେ କିଛି କୋକେନ୍ ପ୍ୟାକେଟ୍ ସମୁଦ୍ରକୁ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି।

ଗତ ୧ ତାରିଖରେ ଜାହାଜର କ୍ରେନ୍ ଚାମ୍ବରରୁ ମିଳିଥିବା ଏହି କୋକେନକୁ ନେଇ ୧୦ ଦିନ ହେବ କଷ୍ଟମ୍ ବିଭାଗ, ଦିଲ୍ଲୀର ଏନ୍ସିବି ଓ ବିଭିନ୍ନ ତଦନ୍ତକାରୀ ସଂସ୍ଥା ତଦନ୍ତ ଚଳାଇଥିବା ବେଳେ ସାମ୍ପଲ୍ ଟେଷ୍ଟ୍ ପାଇଁ କୁଜଙ୍ଗ କୋର୍ଟର ଅନୁମତି ମିଳିସାରିଛି।

ଜବତ କୋକେନକୁ ମାଲଖାନା ଏବଂ ସାମ୍ପଲ୍ ଟେଷ୍ଟ୍ ପାଇଁ ସଂଗୃହିତ କୋକେନ୍ ଯାଇଥିବା ବେଳେ ପୁଣି ଏବେ କାହିଁକି କୋକେନ୍ ଖୋଜା ଚାଲିଛି ତାହା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଗତକାଲି ସନ୍ଧ୍ୟା ଠାରୁ ଭାରତୀୟ ତଟରକ୍ଷୀ ବାହିନୀର ସ୍ୱତନ୍ତ୍ର ସମୁଦ୍ର ବୁଡ଼ାଳିଙ୍କ ସହାୟତା ନିଆଯାଇଥିବା ଜଣାପଡ଼ିଛି। ୨୩ ପ୍ୟାକେଟ୍ କୋକେନରୁ ୨୨ ପ୍ୟାକେଟ୍ ଜବତ ହୋଇଥିବା ବେଳେ ଆଉ ଗୋଟିଏ ଜାହାଜର ତଳେ ଥିବା ପାଣି ଟ୍ୟାଙ୍କରରେ ଥାଇପାରେ ବୋଲି ତଦନ୍ତକାରୀ ଟିମ୍ ସନ୍ଦେହ କରୁଛି।

Leave A Reply

Your email address will not be published.