କେବେ ଜେଲରୁ ବାହାରିବେ ଅର୍ଚ୍ଚନା ନାଗ ? ବେଲ୍ ମିଳିବାର ସପ୍ତାହେ ବିତିଗଲାଣି

କେବେ ଜେଲରୁ ବାହାରିବେ ଅର୍ଚ୍ଚନା ନାଗ ? ବେଲ୍ ମିଳିବାର ସପ୍ତାହେ ବିତିଗଲାଣି । ତଥାପି ଝାରପଡ଼ା ଜେଲରୁ ବାହାରି ନାହାନ୍ତି ଅର୍ଚ୍ଚନା । ବିଳମ୍ବ କାହିଁକି ହେଉଛି ? ଗତ ସୋମବାର ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ ।

ଭୁବନେଶ୍ୱର (କେନ୍ୟୁଜ): କେବେ ଜେଲରୁ ବାହାରିବେ ଅର୍ଚ୍ଚନା ନାଗ ? ବେଲ୍ ମିଳିବାର ସପ୍ତାହେ ବିତିଗଲାଣି । ତଥାପି ଝାରପଡ଼ା ଜେଲରୁ ବାହାରି ନାହାନ୍ତି ଅର୍ଚ୍ଚନା । ବିଳମ୍ବ କାହିଁକି ହେଉଛି ? ଗତ ସୋମବାର ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ଏବେ ହାଇକୋର୍ଟରୁ ସାର୍ଟିଫାଏ କପି ଆଣି ଇଡି କୋର୍ଟରେ ଦାଖଲ କରିବେ ଅର୍ଚ୍ଚନାଙ୍କ ଓକିଲ । ପରେ ଜାମିନରେ ଥିବା ସର୍ତ୍ତଗୁଡିକୁ ପୂରଣ କରିବେ । ଦୁଇ ଲକ୍ଷ ଟଙ୍କାର ଦୁଇଟି ଜାମିନଦାର ଦେବେ । ପାସପୋର୍ଟ ଦାଖଲ କରିବେ ଅର୍ଚ୍ଚନା ।

ଏସବୁ ଦାଖଲ କରି ସାରିବା ପରେ ଇଡି କୋର୍ଟ ରିଲିଜ ଅର୍ଡର କରିବେ । ଜେଲରେ ରିଲିଜ ଅର୍ଡରକୁ ଦାଖଲ କରିବା ପରେ ମୁକୁଳିବେ ଅର୍ଚ୍ଚନା ନାଗ । ହାଇକୋର୍ଟଙ୍କ ସର୍ତ୍ତ ଅନୁସାରେ ଇଡି କୋର୍ଟରେ ଏସବୁ ଦାଖଲ ହୋଇ ନଥିବାରୁ ରିଲିଜ ଅର୍ଡର ଆସିବାରେ ବିଳମ୍ବ ହେଉଛି । ୧୪ ମାସ ହେବ ଭୁବନେଶ୍ବର ଝାରପଡ଼ା ଜେଲରେ ଅଛନ୍ତି ଅର୍ଚ୍ଚନା ନାଗ । ଅର୍ଚ୍ଚନାଙ୍କ ନାଁରେ ୩ଟି ମାମଲା ରହିଥିବା ବେଳେ ପୂର୍ବରୁ ନୟାପଲ୍ଲୀ ଓ ଖଣ୍ଡଗିରି ଥାନା ମାମଲାରେ ଜାମିନ ମିଳିସାରିଥିଲା । ତେଣୁ ଏବେ ଜେଲରୁ ଜାମିନରେ ମୁକୁଳିବା ପାଇଁ କୌଣସି ପ୍ରତିବନ୍ଧକ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.