ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ, କୃଷ୍ଣଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହେଲା ୫୦୦ରୁ ଊର୍ଦ୍ଧ୍ବ ପ୍ରକାର ସ୍ଵାଦିଷ୍ଟ ବ୍ୟଞ୍ଜନ
ଆଜି ବ୍ୟଞ୍ଜନ ଦ୍ବାଦଶୀ । ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ ଲାଗି ହେବ ୫୦୦ରୁ ଊର୍ଦ୍ଧ୍ବ ସ୍ବାଦିଷ୍ଟ ବ୍ୟଞ୍ଜନ । ପୁରୀ ବଳିଆପଣ୍ଡା ସ୍ଥିତ ଗୌରବିହାର ବା ମାତା ମଠରେ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯିବ। ଆଜି ରାଧାକୃଷ୍ଣଙ୍କୁ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରିବେ ଶ୍ରଦ୍ଧାଳୁ।
ପୁରୀ (କେନ୍ୟୁଜ): ଆଜି ବ୍ୟଞ୍ଜନ ଦ୍ବାଦଶୀ । ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ ଲାଗି ହେବ ୫୦୦ରୁ ଊର୍ଦ୍ଧ୍ବ ସ୍ବାଦିଷ୍ଟ ବ୍ୟଞ୍ଜନ । ପୁରୀ ବଳିଆପଣ୍ଡା ସ୍ଥିତ ଗୌରବିହାର ବା ମାତା ମଠରେ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯିବ। ଆଜି ରାଧାକୃଷ୍ଣଙ୍କୁ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରିବେ ଶ୍ରଦ୍ଧାଳୁ। ଏଥିପାଇଁ ମାତା ମଠରେ ଲାଗିଛି ଗହଳି । ମାର୍ଗଶୀର ଶୁକ୍ଳ ଦ୍ୱାଦଶୀକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଏ ।
ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ୱାଦଶୀକୁ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଉଛି। ବିଶେଷ କରି ଗୌଡ଼ୀୟ ବୈଷ୍ଣବଙ୍କ ଦ୍ୱାରା ପ୍ରତିବର୍ଷ ଏହି ଦିନରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇଥାଏ। ପୌରାଣିକ କଥା ଅନୁଯାୟୀ, ମା ଯଶୋଦା ସ୍ନେହ, ଶ୍ରଦ୍ଧାର ସହ ଏହି ଦିନରେ ନାନାଦି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ। ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ବୈଷ୍ଣବ ଗୌଡ଼ୀୟ । ବ୍ୟଞ୍ଜନ ଦ୍ଵାଦଶୀ ଅବସରରେ ୧୨ ଫୁଟ ବିଶିଷ୍ଟ ଲକ୍ଷ୍ମୀ ନାରାୟଣଙ୍କ ଭବ୍ୟ ବିଗ୍ରହ,୧୬ ଫୁଟ ବିଶିଷ୍ଟ ଧ୍ୟାନରତ ଶିବଶଙ୍କରଙ୍କ ଭବ୍ୟ ବିଗ୍ରହ, ଶ୍ୱେତପଦ୍ମ ପୁଷ୍କରିଣୀ, ବନବିହାରୀ ଜୀଉଙ୍କ ନବ ନିର୍ମିତ ଭବ୍ୟ ନାଟ୍ୟଶାଳା ନା ଜଗମୋହନ ଉନ୍ମୋଚିତ ହେବ ।